‘ଉପକୂଳ ରାଜପଥ ୯ ପଞ୍ଚାୟତର ଜୀବନରେଖା’

ବାଲିକୁଦା,୨୬ା୧୨(ସ୍ବ.ପ୍ର.):ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗା ପୂଜା ପଡ଼ିଆରେ ଉପକୂଳ ରାଜପଥକୁ ନେଇ ରବିବାର ଏକ ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ୫ ହଜାରରୁ ଊର୍ଦ୍ଧ୍ୱ ମହିଳା ଯୋଗଦେଇ ନିଜ ହକ ପାଇଁ ଦାବି କରିଥିଲେ। ଗତ କିଛି ମାସ ହେବ ଏହାକୁ ନେଇ ଉପକୂଳ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଆସିଛି। ଏନେଇ କମିଟି ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ସବୁଠି ଦାବି କରିଛି ବୋଲି କମିଟି ପକ୍ଷରୁ ସମାବେଶରେ କୁହାଯାଇଥିଲା। ଏହି ଅବସରରେ କମିଟିର ନେତୃମଣ୍ଡଳୀ କହିଥିଲେ, ଉପକୂଳ ରାଜପଥ ପାଇଁ ପ୍ରଥମେ ଯେଉଁ ନକ୍ସା ପ୍ରସ୍ତୁତ ହୋଇଥିଲା ତାହାକୁ ପରିବର୍ତ୍ତନ କରାଯାଇଛି। ଉକ୍ତ ରାଜପଥକୁ ଉପକୂଳଠାରୁ ୨୫ କିଲୋମିଟର ଦୂରରେ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହାକୁ ଉପକୂଳ କ୍ରିୟାନୁଷ୍ଠାନ କମିଟି କେବେ ହେଲେ ବରଦାସ୍ତ କରିବ ନାହିଁ। କାରଣ ଉପକୂଳ ରାଜପଥ ଆମ ୯ ପଞ୍ଚାୟତର ଜୀବନ ରେଖା ସଦୃଶ ା ନିଜର ହକ୍‌ ପାଇଁ ଏହି ଲଢ଼େଇ ଜାରି ରହିବ। ଆବଶ୍ୟକ ପଡ଼ିଲେ କୌଣସି ଅଧିକାରୀଙ୍କୁ ଅଞ୍ଚଳରେ ପୂରାଇ ଦିଆଯିବ ନାହିଁ ବୋଲି ନେତୃମଣ୍ଡଳୀ ଚେତାବନୀ ଦେଇଥିଲେ।
ଏଥିରେ ଇଂ.ଚଣ୍ଡେଶ୍ୱର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସତ୍ୟବ୍ରତ ବିଶ୍ୱାଳ ସ୍ବାଗତ ଭାଷଣ ଦେଇଥିଲେ। ରମେଶ ବହିରା ଧନ୍ୟବାଦ ଦେଇଥିଲେ। ସମାବେଶରେ ବାଲିକୁଦା ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ବାଲିକୁଦା ବ୍ଲକ ଅଧ୍ୟକ୍ଷ ପ୍ରକାଶ ପ୍ରଧାନ, ଜିଲା ପରିଷଦ ସଦସ୍ୟା ତଟିନା ସ୍ବାଇଁ, ଆଇନଜୀବୀ ଡ. ସୁଶାନ୍ତ କାନୁନ୍‌ଗୋ, ପୂର୍ବତନ ବିଧାୟକ ସ୍ବର୍ଗତ ଉମେଶ ସ୍ବାଇଁଙ୍କ ପୁଅ ଚିରାଗ ସ୍ବାଇଁ ଓ ବୋହୂ ଶିଖା ସ୍ବାଇଁ, ଡା, ଶଶାଙ୍କ ସାହାଣୀ, ସୁବାସ ନାୟକ, ରବି ସେନାପତି, ସଦାନନ୍ଦ ବେହେରା, ପ୍ରଫେସର ମାନସ ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri