‘ସାମାଜିକ ମୂଲ୍ୟବୋଧ ବଜାୟ ରହୁ’

ସମାଜରୁ ନିଶା ଓ ହିଂସାର ବିଲୋପ ଘଟି ସାମାଜିକ ମୂଲ୍ୟବୋଧ ବଜାୟ ରହୁ। ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ମହା ମନୀଷୀଙ୍କ ଆଦର୍ଶ ଓ ଚିନ୍ତାଧାରା ଏବେ ଯୁବପିଢ଼ିଙ୍କଠାରୁ ଦୂରେଇ ଯାଉଛି। ସମାଜରେ ମୂଲ୍ୟବୋଧ କ୍ରମଶଃ ଅବକ୍ଷୟମୁଖୀ ହେଉଥିବା ବେଳେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବା ଆଦୌ ମଙ୍ଗଳକର ନୁହେଁ। ସରକାର ରାଜସ୍ବ ଆଦାୟ ପାଇଁ ମାଦକ ଦ୍ରବ୍ୟ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ଯାହା ଆମମାନଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମାକୁ କଷ୍ଟ ଦେଉଛି। ଦେଶବାସୀ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳୁଛନ୍ତି। ଅମୃତ ଉତ୍ସବ ପାଳନରେ ସମାଜରୁ ନିଶା ଓ ହିଂସାର ବିଲୋପ ଘଟାଇ ସାମାଜିକ ମୂଲ୍ୟବୋଧ ବଜାୟ ରଖିବା ଆବଶ୍ୟକ ବୋଲି ଦୁଇ ଦୁଇଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ସ୍ବାଧୀନତା ସଂଗ୍ରାମୀ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବୟାଙ୍ଗଡିହି ପଞ୍ଚାୟତର କମାରବନ୍ଧ ଗଁାର ବ୍ରଜ କିଶୋର ରାଉତ କହିଛନ୍ତି। ସେଦିନର ସ୍ବାଧୀନତା ସଂଗ୍ରାମର ବ୍ୟଥା ମନେପଡ଼ିଲେ ଦେହରେ ଆଜି ଉନ୍ମାଦନା ସୃଷ୍ଟି ହୋଇଥାଏ। ତେବେ ସେ ସମୟର ନେତା ଏବଂ ଲୋକଙ୍କ କଥା ଓ କାମରେ ଯେମିତି ସାମଞ୍ଜସ୍ୟ ଥିଲା ଆଜି ଆଉ ସେ ଅନୁଭବ ହେଉନାହିଁ।
ବର୍ତ୍ତମାନ ନିଶା ଓ ହିଂସା ସମାଜ ଓ ଯୁବପିଢ଼ିଙ୍କୁ ଅବକ୍ଷୟମୁଖୀ କରି ଚାଲିଛି। ମଧୁବାବୁ, ଗୋପବନ୍ଧୁଙ୍କ ପରି ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ବର୍ତ୍ତମାନର ଯୁବପିଢ଼ି ଆଉ ଅବଗତ ହେଉନାହାନ୍ତି। ଆମ ସମୟ ଅପେକ୍ଷା ବର୍ତ୍ତମାନ ଅଧିକ ଉନ୍ନତି ହୋଇଛି ସତ; ହେଲେ ଗାନ୍ଧୀ, ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ଆଦର୍ଶ ଓ ନୈତିକତା ଲୋପ ପାଇ ବସିଛି। ଏହା ଗଁାର ଲୋକଙ୍କ ମଧ୍ୟରେ ଭାଇଚାରାକୁ ନଷ୍ଟ କରୁଛି। ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ଅନେକ ସଂଗ୍ରାମୀଙ୍କୁ ସରକାର ଅବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଯୁକ୍ତ ସମ୍ମାନ ମିଳିପାରି ନ ଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଜିର ଯୁବପିଢ଼ିଙ୍କୁ ସ୍ବାଧୀନତା ସଂଗ୍ରାମର କଥା ଓ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ହାତକୁ ନେଇ ସେମାନଙ୍କ ଭିତରେ ଦେଶପ୍ରେମର ବହ୍ନି ଜାଗ୍ରତ କରିବା ପାଇଁ ଆହ୍ବାନ ଦେଇଛନ୍ତି।
୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ ରାଉତ ୨୦୧୧ରେ ଦିଲ୍ଲୀଠାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲଙ୍କଠାରୁ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଭାବେ ସମ୍ମାନିତ ହୋଇଥିଲେ। ୨୦୨୦ରେ କୋଭିଡ୍‌ କଟକଣା ଯୋଗୁ ନିଜ ବାସଗୃହରେ ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଜିଲାପାଳଙ୍କ ଦ୍ୱାରା ରାଷ୍ଟ୍ରପତି ସମ୍ମାନ ଗ୍ରହଣ କରିଥିଲେ। ସେହିପରି ୧୯୭୨ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠାରୁ ତାମ୍ର ଫଳକ, ୧୯୮୧ରେ ତତ୍କାଳୀନ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ହୋଇଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଲୋକଙ୍କୁ ଉଦ୍‌ବୁଦ୍ଧ କରିବା ସହ ରାଜନେତା ଓ ପ୍ରଶାସକ ସାଧାରଣ ଜନତାଙ୍କୁ ସ୍ବାଧୀନତାର ସ୍ବାଦ ପ୍ରଦାନ କରନ୍ତୁ। ସାଧାରଣ ଲୋକ ଏବେ ବି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଶୋଷଣର ଶିକାର ବି ହେଉଛନ୍ତି; ଯାହାକି ସ୍ବାଧୀନତା ପ୍ରତି ଉପହାସ ପରି ମୋର ମନେ ହେଉଛି। ସରକାର କୋଭିଡ୍‌ ସମୟରେ ଯେଉଁଭଳି ଆଇନ ବାହାର କଲେ ସେହିଭଳି ଗାନ୍ଧୀ, ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ଗାଥାକୁ ଆଇନରେ ପ୍ରଣୟନ କଲେ ଏ ସମାଜ କେତେକାଂଶରେ ବଦଳି ପାରନ୍ତା ବୋଲି ସଂଗ୍ରାମୀ ରାଉତ ମତବ୍ୟକ୍ତ କରିଛନ୍ତି।

– ଦେବେନ୍ଦ୍ର ଆନ୍ଦିଆ, ଧାମନଗର


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri