‘ସାମାଜିକ ମୂଲ୍ୟବୋଧ ବଜାୟ ରହୁ’

ସମାଜରୁ ନିଶା ଓ ହିଂସାର ବିଲୋପ ଘଟି ସାମାଜିକ ମୂଲ୍ୟବୋଧ ବଜାୟ ରହୁ। ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ମହା ମନୀଷୀଙ୍କ ଆଦର୍ଶ ଓ ଚିନ୍ତାଧାରା ଏବେ ଯୁବପିଢ଼ିଙ୍କଠାରୁ ଦୂରେଇ ଯାଉଛି। ସମାଜରେ ମୂଲ୍ୟବୋଧ କ୍ରମଶଃ ଅବକ୍ଷୟମୁଖୀ ହେଉଥିବା ବେଳେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବା ଆଦୌ ମଙ୍ଗଳକର ନୁହେଁ। ସରକାର ରାଜସ୍ବ ଆଦାୟ ପାଇଁ ମାଦକ ଦ୍ରବ୍ୟ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି। ଯାହା ଆମମାନଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ଆତ୍ମାକୁ କଷ୍ଟ ଦେଉଛି। ଦେଶବାସୀ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳୁଛନ୍ତି। ଅମୃତ ଉତ୍ସବ ପାଳନରେ ସମାଜରୁ ନିଶା ଓ ହିଂସାର ବିଲୋପ ଘଟାଇ ସାମାଜିକ ମୂଲ୍ୟବୋଧ ବଜାୟ ରଖିବା ଆବଶ୍ୟକ ବୋଲି ଦୁଇ ଦୁଇଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ସ୍ବାଧୀନତା ସଂଗ୍ରାମୀ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ବୟାଙ୍ଗଡିହି ପଞ୍ଚାୟତର କମାରବନ୍ଧ ଗଁାର ବ୍ରଜ କିଶୋର ରାଉତ କହିଛନ୍ତି। ସେଦିନର ସ୍ବାଧୀନତା ସଂଗ୍ରାମର ବ୍ୟଥା ମନେପଡ଼ିଲେ ଦେହରେ ଆଜି ଉନ୍ମାଦନା ସୃଷ୍ଟି ହୋଇଥାଏ। ତେବେ ସେ ସମୟର ନେତା ଏବଂ ଲୋକଙ୍କ କଥା ଓ କାମରେ ଯେମିତି ସାମଞ୍ଜସ୍ୟ ଥିଲା ଆଜି ଆଉ ସେ ଅନୁଭବ ହେଉନାହିଁ।
ବର୍ତ୍ତମାନ ନିଶା ଓ ହିଂସା ସମାଜ ଓ ଯୁବପିଢ଼ିଙ୍କୁ ଅବକ୍ଷୟମୁଖୀ କରି ଚାଲିଛି। ମଧୁବାବୁ, ଗୋପବନ୍ଧୁଙ୍କ ପରି ତ୍ୟାଗ ଓ ଆଦର୍ଶ ସମ୍ପର୍କରେ ବର୍ତ୍ତମାନର ଯୁବପିଢ଼ି ଆଉ ଅବଗତ ହେଉନାହାନ୍ତି। ଆମ ସମୟ ଅପେକ୍ଷା ବର୍ତ୍ତମାନ ଅଧିକ ଉନ୍ନତି ହୋଇଛି ସତ; ହେଲେ ଗାନ୍ଧୀ, ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ଆଦର୍ଶ ଓ ନୈତିକତା ଲୋପ ପାଇ ବସିଛି। ଏହା ଗଁାର ଲୋକଙ୍କ ମଧ୍ୟରେ ଭାଇଚାରାକୁ ନଷ୍ଟ କରୁଛି। ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ଅନେକ ସଂଗ୍ରାମୀଙ୍କୁ ସରକାର ଅବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଯୁକ୍ତ ସମ୍ମାନ ମିଳିପାରି ନ ଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଜିର ଯୁବପିଢ଼ିଙ୍କୁ ସ୍ବାଧୀନତା ସଂଗ୍ରାମର କଥା ଓ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ହାତକୁ ନେଇ ସେମାନଙ୍କ ଭିତରେ ଦେଶପ୍ରେମର ବହ୍ନି ଜାଗ୍ରତ କରିବା ପାଇଁ ଆହ୍ବାନ ଦେଇଛନ୍ତି।
୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀ ରାଉତ ୨୦୧୧ରେ ଦିଲ୍ଲୀଠାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂ ପାଟିଲଙ୍କଠାରୁ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ଭାବେ ସମ୍ମାନିତ ହୋଇଥିଲେ। ୨୦୨୦ରେ କୋଭିଡ୍‌ କଟକଣା ଯୋଗୁ ନିଜ ବାସଗୃହରେ ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଜିଲାପାଳଙ୍କ ଦ୍ୱାରା ରାଷ୍ଟ୍ରପତି ସମ୍ମାନ ଗ୍ରହଣ କରିଥିଲେ। ସେହିପରି ୧୯୭୨ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠାରୁ ତାମ୍ର ଫଳକ, ୧୯୮୧ରେ ତତ୍କାଳୀନ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ହୋଇଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଲୋକଙ୍କୁ ଉଦ୍‌ବୁଦ୍ଧ କରିବା ସହ ରାଜନେତା ଓ ପ୍ରଶାସକ ସାଧାରଣ ଜନତାଙ୍କୁ ସ୍ବାଧୀନତାର ସ୍ବାଦ ପ୍ରଦାନ କରନ୍ତୁ। ସାଧାରଣ ଲୋକ ଏବେ ବି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଶୋଷଣର ଶିକାର ବି ହେଉଛନ୍ତି; ଯାହାକି ସ୍ବାଧୀନତା ପ୍ରତି ଉପହାସ ପରି ମୋର ମନେ ହେଉଛି। ସରକାର କୋଭିଡ୍‌ ସମୟରେ ଯେଉଁଭଳି ଆଇନ ବାହାର କଲେ ସେହିଭଳି ଗାନ୍ଧୀ, ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ଗାଥାକୁ ଆଇନରେ ପ୍ରଣୟନ କଲେ ଏ ସମାଜ କେତେକାଂଶରେ ବଦଳି ପାରନ୍ତା ବୋଲି ସଂଗ୍ରାମୀ ରାଉତ ମତବ୍ୟକ୍ତ କରିଛନ୍ତି।

– ଦେବେନ୍ଦ୍ର ଆନ୍ଦିଆ, ଧାମନଗର


Enter your email to get our daily news in your inbox.

All Right Reserved By Dharitri.Com

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

‘ଘର ଭାଙ୍ଗୁଥିବାଙ୍କୁ ପ୍ରୋତ୍ସାହନ ଦିଅନି’, ଗୋବିନ୍ଦା-କୋମଲଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ…

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଲବାଗଚା ରାଜାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଥିବା ବେଳେ ତାଙ୍କ କଥିତ ଗର୍ଲଫ୍ରେଣ୍ଡ ଓ କୋ-ଷ୍ଟାର୍‌ କୋମଲ ରାଣୀ ସ୍ବର୍ଣ୍ଣକାରଙ୍କ ସହ…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?