ସନ୍ଧ୍ୟା ୬ଟା ସୁଦ୍ଧା ୟୁପିରେ ୬୨%, ଗୋଆରେ ୭୮%, ଉତ୍ତରାଖଣ୍ଡରେ ୬୨ପ୍ରତିଶତରୁ ଉର୍ଦ୍ଧ୍ୱ ମତଦାନ କରିଛନ୍ତି ଭୋଟର

ଲକ୍ଷ୍ନୌ/ପଣାଜି/ଡେରାଡୁନ,୧୪।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ଓ ଉତ୍ତରାଖଣ୍ଡ-ଗୋଆର ସମସ୍ତ ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ଗୋଆରେ ୭୦ଟି ବିଧାନସଭା ଆସନ ପାଇଁ ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୬୨.୨୨ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତରାଖଣ୍ଡରେ ୬୨.୫ ପ୍ରତିଶତ ଓ ଗୋଆରେ ୭୮.୯୪ ପ୍ରତିଶତ ଭୋଟ ଦିଆଯାଇଥିବା ସୂଚନା ମିଳିଛି। ତେବେ ଉତ୍ତରପ୍ରଦେଶର କେତେକ ସ୍ଥାନରେ ମନ୍ଥର ଗତିରେ ମତଦାନ ହେବା ସହ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଖବର ରହିଛି। ବିଦ୍ୟୁତ୍‌ ନ ଥିବାରୁ ମୁରଦାବାଦର ରାକଲା ପିଢ଼ି ଗର୍ଲ ସେଣ୍ଟର କଲେଜରେ ମତଦାନ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଭୋଟରମାନେ ଅଧ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍‌କୁ ଅପେକ୍ଷା କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟୁତ୍‌ ସେବାର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ରାମପୁର ବିଧାନସଭା ଆସନରୁ ୫୬.୨ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି। ଏହି ଆସନରୁ ଆଜମ ଖାନ ଏସ୍‌ପିର ପ୍ରାର୍ଥୀ ରହିଛନ୍ତି। ସେହିପରି ସ୍ବାର ବିଧାନସଭା ଆସନରୁ ୫୪.୧୩ପ୍ରତିଶତ ଭୋଟ ଦିଆଯାଇଥିଲା। ଯେଉଁଠାରୁ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଏସ୍‌ପିର ପ୍ରାର୍ଥୀ ରହିଛନ୍ତି। ତେବେ ଉତ୍ତର ଗୋଆ ବିଷୟରେ କହିବାକୁ ଗଲେ ସନ୍ଧ୍ୟା ୬ଟା ସୁଦ୍ଧା ୭୫.୩୩ ପ୍ରତିଶତ ଏବଂ ଦକ୍ଷିଣ ଗୋଆରେ ୭୫.୨୬ ପ୍ରତିଶତ ଭୋଟ ଦିଆଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ...

ଶାହା-ନଡ୍ଡାଙ୍କ ମଧ୍ୟରେ ଅଧ ଘଣ୍ଟାର ବୈଠକ, ପ୍ରତି ମୁହୂର୍ତ୍ତରେ ଆସୁଛି ଟୁଇଷ୍ଟ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବୁଧବାର ସାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକରେ...

ଆସିଲା ଚିଫ୍‌ ଗେଷ୍ଟଙ୍କ ତାଲିକା, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ହେବ ଭବ୍ୟ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ଅତିଥି ତାଲିକା ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଭାଜପା ବିଭିନ୍ନ ରାଜ୍ୟର ନିଜ ସରକାରଙ୍କ ମୋଟ...

ସଙ୍ଗମ ଜଳ ପ୍ରଦୂଷଣ ନେଇ ୟୁପି ସରକାରଙ୍କୁ ଭର୍ତ୍ସନା କଲେ NGT, ଗୋଟିଏ ସପ୍ତାହ ମଧ୍ୟରେ ମାଗିଲେ ରିପୋର୍ଟ

ନୂଆଦିଲ୍ଲୀ,୧୯।୨: ପ୍ରୟାଗରାଜର ସଙ୍ଗମରେ ପ୍ରଦୂଷିତ ଜଳ ପ୍ରସଙ୍ଗରେ ବୁଧବାର, ଫେବୃଆରୀ ୧୯, ୨୦୨୫ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ରେ ଏକ ଶୁଣାଣି ହୋଇଥିଲା। ଏନଜିଟି ଏହି ମାମଲାରେ...

ବିପର୍ଯ୍ୟୟ ସହାୟତା ଘୋଷଣା କଲା କେନ୍ଦ୍ର, ଓଡ଼ିଶାକୁ ମିଳିବ ଏତିକି କୋଟି

ନୂଆଦିଲ୍ଲୀ,୧୯।୨: ବିପର୍ଯ୍ୟୟ ପୀଡ଼ିତଙ୍କୁ ୧୫୫୫ କୋଟିର ସହାୟତା ଘୋଷଣା କଲା କେନ୍ଦ୍ର । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ୍ସରେ ସୂଚନା ଦେଇଛନ୍ତି। କେନ୍ଦ୍ର...

Bsnl Offers: ଆସିଲା ବମ୍ପର ଅଫର୍‌, ମାତ୍ର ୬ଟଙ୍କାରେ ଅନଲିମିଡେଟ କଲ୍‌-୨ଜିବି ଡାଟା, ୨୦୨୬ ଯାଏ କରିବାକୁ ପଡିବନି ଆଉ ରିଚାର୍ଜ

ନୂଆଦିଲ୍ଲୀ,୧୯।୨: ଆଜିକାଲି ମହଙ୍ଗା ରିଚାର୍ଜ ପ୍ଲାନ ମୋବାଇଲ ବ୍ୟବହାରକାରୀଙ୍କ ପକେଟ ଉପରେ ବୋଝ ବଢାଉଛି। ଗତ ବର୍ଷର ରିଚାର୍ଜ ପ୍ଲାନ ମହଙ୍ଗା ହୋଇଯାଇଛି। ଏବେ କମ୍ପାନୀଗୁଡ଼ିକ...

ମୁଖ୍ୟମନ୍ତ୍ରୀଙ୍କ କଥା ଛାଡ଼ନ୍ତୁ, ଦିଲ୍ଲୀରେ ୨ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କଲା ଭାଜପା!

ନୂଆଦିଲ୍ଲୀ,୧୯।୨: ରାଜଧାନୀ ଦିଲ୍ଲୀରେ ଭାଜପା ଏବେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଫାଇନାଲ କରିନାହିଁ। ଏପଟେ କିନ୍ତୁ ଚର୍ଚ୍ଚା ହେଲାଣି ଏଠି ୨ ଉପ...

‘ବଡ଼ ଓକିଲଙ୍କ ନାଁ ନେଲେ ଶୁଣାଣି ସ୍ଥଗିତ କରି ହେବନି,’କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ବୁଧବାର ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି ସମୟରେ, ଜଣେ ବରିଷ୍ଠ ଓକିଲ ଶୁଣାଣିରେ ଯୋଗ ଦେବାକୁ ଯାଉଥିବାରୁ ଓକିଲ ଖଣ୍ଡପୀଠକୁ ଶୁଣାଣି ସ୍ଥଗିତ ରଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri