ଚାନ୍ଦି ଭଣ୍ଡାରର ରଜ ସଜ କଲେକ୍ସନ, ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର,୭।୬: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ରଜ ସଜ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଧୁନିକ ଡିଜାଇନ ସହ ରୁପାର କାଳଜୟୀ ସୌନ୍ଦର୍ଯ୍ୟର ମିଶ୍ରଣଯୁକ୍ତ ଆକର୍ଷଣୀୟ ଗହଣା ସମ୍ଭାର ଏବଂ ଆସେସରିଜ୍‌ ଚାନ୍ଦି ଭଣ୍ଡାରର ସମସ୍ତ ଷ୍ଟୋରରେ ଉପଲବ୍ଧ ହେଉଛି। ବିଶେଷକରି ‘ରଜ ସଜ’ କଲେକ୍ସନରେ ସୂକ୍ଷ୍ମ ତଥା ଚମତ୍କାର ଆଙ୍କ୍‌ଲେଟ୍‌ ଓ କାନଫୁଲ ଭଳି ଅନେକ ଡିଜାଇନ ସାମିଲ ସହ ଉତ୍ସବ ପରିଧାନରେ ଏହା ସୌନ୍ଦର୍ଯ୍ୟର ସ୍ପର୍ଶ ପ୍ରଦାନ କରିବ।

ଉଲ୍ଲେଖଯୋଗ୍ୟ, ରଜ ଏପରି ପର୍ବ, ଯାହା ମୌସୁମୀର ଆଗମନକୁ ସୂଚାଇଥାଏ ଏବଂ ନାରୀତ୍ୱକୁ ପାଳନ କରିଥାଏ। ଓଡ଼ିଆଙ୍କ ହୃଦୟରେ ଏହି ପର୍ବ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପରମ୍ପରା ଅନୁସାରେ ରଜରେ ଝିଅବୋହୂମାନେ ନୂଆ ପୋଷାକ, ଗହଣା ଏବଂ ଅନ୍ୟାନ୍ୟ ଆସେସରିଜ୍‌ ପିନ୍ଧି ରଜଦୋଳି ଖେଳିବା ସହ ସ୍ବାଦିଷ୍ଟ ପିଠା ଖାଇ ରଜର ଆନନ୍ଦ ଉଠାଇଥାନ୍ତି।

ସେହିଭଳି ଏହି କଲେକ୍ସନରେ ଥିବା ଚମତ୍କାର ନେକ୍‌ଲେସ୍‌ ଉଭୟ ପାରମ୍ପରିକ ଏବଂ ଆଧୁନିକ ଆଉଟ୍‌ଫିଟ୍‌ ସହ ଖାପଖାଇବ ଏବଂ ଷ୍ଟେଟ୍‌ମେଣ୍ଟ ବ୍ରେସ୍‌ଲେଟ୍‌ ଅନନ୍ୟ ଲୁକ୍‌ ପ୍ରଦାନ କରିବା ସହ ପ୍ରତ୍ୟେକ ପିସ୍‌ ଗହଣା ନାରୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବ। ଏପରିକି ପାରମ୍ପରିକତାଠାରୁ ଆରମ୍ଭକରି ସମସାମୟିକ ଡିଜାଇନ ଏଥିରେ ସାମିଲ ରହିଛି, ଯାହାକି ସମସ୍ତଙ୍କୁ ପସନ୍ଦ ଆସିବ।

ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ରଜ ପର୍ବର ଆଗମନ ସହ ଚାନ୍ଦି ଭଣ୍ଡାର ଏକ ସେଲିବ୍ରେଶନ୍‌ ଆୟୋଜିତ ହୋଇଛି, ଯାହାକି ସମସାମୟିକ ଯାତ୍ରା ସହ ପରମ୍ପରାକୁ ମିଶ୍ରଣ କରୁଛି। ଚଳିତ ରଜରେ ଆମେ ପର୍ବର ପ୍ରକୃତ ଭାବକୁ ଜୀବନ୍ତ ରଖି ଏହାର ବ୍ୟାଖ୍ୟାକୁ ପୁନଃ ପରିଭାଷିତ କରୁଛୁ। ଆମର ସୂକ୍ଷ୍ମ ତଥା ନୂତନ ଆସେସରିଜ୍‌ ଓ ସେଲିବ୍ରେଶନ୍‌ର ଅଭିନବ ଉପାୟ ସହ ଚଳିତ ରଜରେ ଆହୁରି ରଙ୍ଗ ଏବଂ ଆନନ୍ଦ ଯୋଡ଼ିବ। ରଜର ଉତ୍ସାହକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ପକ୍ଷରୁ ଆକର୍ଷଣୀୟ ସ୍ବତନ୍ତ୍ର ରଜ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ୨୦୨୪ ଜୁନ୍‌ ୭ରୁ ୧୬ ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାର ଶୋ’ରୁମ୍‌ରେ ଉପଲବ୍ଧ। ଏହା ଜରିଆରେ ଗ୍ରାହକ ସମସ୍ତ ଗହଣାର ଗଢ଼ା ମଜୁରି ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଅପରପକ୍ଷରେ ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍‌ର ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା କ୍ଲିନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେଶନ, କ୍ରୟ ପୂର୍ବରୁ ପରଖିବା, ଭାଲ୍ୟୁ ଫର୍‌ ମନି ଏବଂ ହଲ୍‌ମାର୍କଯୁକ୍ତ ଓ କ୍ୱାଲିଟି ଉତ୍ପାଦ ଚାନ୍ଦି ଭଣ୍ଡାରର ପ୍ରତିଶ୍ରୁତି ବୋଲି ବ୍ରାଣ୍ଡ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri