ଜନାଦେଶର ସନ୍ଦେଶ

ଏହା ନିଃସନ୍ଦେହ, ୨୦୨୪ ଲୋକ ସଭା ନିର୍ବାଚନରେ କୌଣସି ଏକକ ଦଳ ସ୍ପଷ୍ଟ ଜନାଦେଶ ପାଇନାହିଁ। କିନ୍ତୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ କ୍ରମାଗତ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ସମର୍ଥ ହୋଇଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ଏକାକୀ ୨୮୨ଟି ଏବଂ ୨୦୧୯ରେ ଏକାକୀ ୩୦୩ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର କୁହୁକ ଅଙ୍କଠାରୁ ବହୁ ଦୂରରେ ରହିଛି ଅର୍ଥାତ୍‌ ୨୪୦ଟି ଆସନରେ ବିଜୟୀ ହୋଇଛି। ଗତ ୨୦୧୪ ଓ ୨୦୧୯ରେ କେନ୍ଦ୍ରରେ ଭାଜପା ଏନ୍‌ଡିଏ ସହଯୋଗୀଙ୍କୁ ନେଇ ସରକାର ଗଢିଥିବା ସତ୍ତ୍ୱେ ଏକ ଦୃଢ଼ ଓ ସ୍ଥିର କରିଥିଲା। ବହୁ କ୍ଷେତ୍ରରେ ସହଯୋଗୀଙ୍କ ବିନା ସହମତିରେ କେତେକ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହୋଇଥିଲା। ମାତ୍ର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ଗଠନ କରିବାକୁ ଯାଉଥିବାବେଳେ ପୂର୍ବ ଦୁଇ ସରକାରଙ୍କ ପରି ଏହା ଦୃଢ଼ ଏବଂ ସ୍ଥିର ସରକାର ହେବା ଆଶା କରାଯାଇ ନ ପାରେ। ମନଇଚ୍ଛା ଏଣିକି ନିଜ ଦଳକୁ ସୁହାଇବା ପରି କୌଣସି ନିଷ୍ପତ୍ତି ସହଯୋଗୀଙ୍କ ବିନା ସହମତିରେ ନେଇପାରିବେ ନାହିଁ। ଯେକୌଣସି ନିଷ୍ପତ୍ତି ପାଇଁ ସହଯୋଗୀଙ୍କ ସହମତି ଆବଶ୍ୟକ। ସେହିପରି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏନ୍‌ଡିଏରେ ସାମିଲ ହୋଇଥିବା ଦୁଇ ସହଯୋଗୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏବଂ ନୀତୀଶ କୁମାରଙ୍କ ଜେଡିୟୁ ସରକାରରେ କିଙ୍ଗ୍‌ ମେକର ହେବା ଆଶଂକାକୁ ଅଣଦେଖା କରାଯାଇ ନ ପାରେ। ଅତୀତରେ ମୋଦିଙ୍କୁ ବିରୋଧ କରି ଉଭୟେ ଏନ୍‌ଡିଏ ଛାଡ଼ିଥିଲେ। ପୁନଶ୍ଚ କ୍ଷମତା ପାଇଁ ଉଭୟ ନେତା ଯେକୌଣସି ପଦକ୍ଷେପ ନେଇପାରନ୍ତି। ସେମାନେ କେବେହେଲେ ଭରସା ଯୋଗ୍ୟ ନୁହନ୍ତି। ପୁନଶ୍ଚ ଚଳିତ ନିର୍ବାଚନର ଜନାଦେଶ ଯେ ଭାଜପା ବିରୋଧରେ ଏହା ନିଃସନ୍ଦେହରେ କୁହାଯାଇପାରିବ। ଅବ୍‌ କି ବାର୍‌-୪୦୦ ପାର୍‌ ନାରାଦେଇ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଥିବା ଭାଜପା ୩୦୦ ଅଙ୍କକୁ ଛୁଇଁ ପାରିନାହିଁ। ଅପରପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୨୩୨ଟି ଆସନ ଦଖଲ କରିବା ଯୋଗୁ ଦେଶରେ ବିରୋଧୀ ଦଳ ଏକ ଦୃଢ଼ ସ୍ଥିତିରେ ରହିବ। ଦୀର୍ଘ ୧୦ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ପୁନଶ୍ଚ ସ୍ଥିତି ମଜଭୁତ କରିଛି। ୨୦୨୪ ନିର୍ବାଚନରେ ଏହି ସନ୍ଦେଶ ପ୍ରଦାନ କରିଥିବା ମନେହୁଏ। ତେବେ ଚଳିତ ଲୋକ ସଭା ଏକକାଳୀନ ଅନୁଷ୍ଠିତ ହୋଇଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଜନାଦେଶ ପ୍ରକାଶ ପାଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଶାସକ ଦଳ କ୍ଷମତାଚ୍ୟୁତ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ରାଜ୍ୟବାସୀ ପୁନଃ ଆସ୍ଥା ପ୍ରକଟ କରିଛନ୍ତି। ଅରୁଣାଚଳ ଓ ଓଡ଼ିଶାରେ ଭାଜପା କ୍ଷମତାସୀନ ହୋଇଥିବାବେଳେ ଆନ୍ଧ୍ରରେ ଟିଡିପି ଏବଂ ସିକିମ୍‌ରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା କ୍ଷମତାସୀନ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଲଗାତର ୫ଟି ପାଳିରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଛି। ପ୍ରଥମଥର ପାଇଁ ଭାଜପା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶା ରାଜନୀତିରେ ନୂତନ ଇତିହାସ ସୃଷ୍ଟି କରିଛି। ଭାଜପା ସପକ୍ଷରେ କୌଣସି ଲହର ନ ଥିବାବେଳେ ଦଳର କେନ୍ଦ୍ରୀୟ ନେତୃବର୍ଗ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦଳର କର୍ମକର୍ତ୍ତା, ଭାଜପା ଶାସିତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଓଡ଼ିଆ ଅସ୍ମିତା, ଶ୍ରୀମନ୍ଦିର ଚାବି ହଜିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଯେଉଁଭଳି ମାହୋଲ ସୃଷ୍ଟି ସୁଚିନ୍ତିତ ନିର୍ବାଚନ ପ୍ରଚାର ରଣକୌଶଳ କରିଥିଲେ, ତାହା ରାଜ୍ୟର ଜନସାଧାରଣଙ୍କୁ ପ୍ରଭାବିତ କରିଛି। ଯେଉଁଥିପାଇଁ କି ରାଜ୍ୟରେ ବିଜେଡି ୧୪୭ଟି ଆସନ ମଧ୍ୟରୁ ୫୧ଟିରେ ସୀମିତ ରହିଥିବାବେଳେ ଲୋକ ସଭାରେ ସମ୍ପୂର୍ଣ୍ଣ ସତ୍ତା ହରାଇଛି। ଭାଜପାର ମୁଖ୍ୟମନ୍ତ୍ରୀ ପାର୍ଥୀ ପାଇଁ ଦଳର ବହୁ ନେତା ଆଶାୟୀ ଅଛନ୍ତି ଏବଂ ଏବେଠାରୁ ଲବି ଆରମ୍ଭ କରିଦେଇଥିବା ଜଣାଯାଏ। ବିଧାନସଭା କିମ୍ବା ଲୋକ ସଭାକୁ ନିର୍ବାଚିତ ହୋଇ ନ ଥିବା ଦୁଇ ଜଣ ଅଣ ରାଜନୈତିକ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି। ଯଦି ଏହି ଚର୍ଚ୍ଚା ସତ୍ୟ ହୁଏ, ତେବେ ଏଥିରେ ବିସ୍ମିତ ହେବାରେ କିଛି ନାହିଁ। କାରଣ ଭାଜପା ଶାସିତ ରାଜ୍ୟରେ ଭାଜପା ବିଧାୟକ ଦଳ ନୁହେଁ, ଦଳର କେନ୍ଦ୍ରୀୟ ନେତୃତ୍ୱ ହିଁ ମୁଖ୍ୟମନ୍ତ୍ରୀ ଚୟନ କରିବା ବହୁ ନଜିର ରହିଛି।

  • ସୌଭାଗ୍ୟ ରଞ୍ଜନ ମହାନ୍ତି
    ସମ୍ମାନ ଭବନ, ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
    ମୋ:୯୪୩୭୯୯୪୩୭୯

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁସ୍ଥ ଶରୀର ଓ ମନ ପାଇଁ ଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଅନେକ ଶାନ୍ତ ପରିବେଶରେ ରହି ଯୋଗ କରନ୍ତି। କେହି କେହି ପ୍ରାକୃତିକ ପରିବେଶରେ...

କର୍କଟ ଚିକିତ୍ସାରେ ନାନୋମେଡିସିନ୍‌

ଡ. ପୁଷ୍ପଶ୍ରୀ ପୁହାଣ   ସାରା ବିଶ୍ୱରେ କର୍କଟ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ଏବଂ ଛ’ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ କର୍କଟ କାରଣରୁ ହୋଇଥାଏ।...

କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‌

ଡି. ଶୁଭମ୍‌   ରାଷ୍ଟ୍ର ଗଠନରେ ମୁଖ୍ୟ ମଙ୍ଗୁଆଳ ସାଜି ଅର୍ଥନୀତିର ରୂପରେଖକୁ ସ୍ପଷ୍ଟ ଭାବରେ ଚିତ୍ରିତ କରିବାରେ କୃଷିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ...

ବ୍ୟାପମ୍‌ର ବୋପା

ପ୍ରବେଶିକା ପରୀକ୍ଷା, ନାମଲେଖା ଓ ନିଯୁକ୍ତିରେ ଘୋର ଅନିୟମିତତା ଯୋଗୁ ୨୦୧୩ରେ ମଧ୍ୟପ୍ରଦେଶରେ ଘଟିଥିବା ‘ବ୍ୟାପମ୍‌’ ଦୁର୍ନୀତିକୁ ଅନେକେ ମନେରଖିଥିବେ। ସେଥିରେ ରାଜନେତା, ଅମଲାତନ୍ତ୍ରୀ, ଡାକ୍ତରୀ,...

ଏଇ ଭାରତରେ

ସିଲାଇ କାର୍ଯ୍ୟ ବା ଟେଲରିଂରେ ସୌରଶକ୍ତି ଉପଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଝାଡ଼ଖଣ୍ଡର କନିଜ ଫତିମା। ସେ ତାଙ୍କ ସ୍ବାମୀଙ୍କ ସହ ଏହିି...

ପରୀକ୍ଷାର ପରୀକ୍ଷଣ

ହୃଷୀକେଶ ପ୍ରଧାନ ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍‌ଟିଏ) ଦ୍ୱାରା ପରିଚାଳିତ ସଦ୍ୟସମାପିତ ୟୁଜିସି-ନେଟ୍‌ ଏବଂ ନିଟ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲା ସାରା ଦେଶରେ ଆଲୋଡ଼ନ...

ଧର୍ମଛଡ଼ା ଭୋଟରଙ୍କ କଥା

”ଓଃ! ନିର୍ବାଚନ ସରିଗଲା। ମଣିଷ ମୁକ୍ତି ପାଇଗଲା ଗଣତନ୍ତ୍ରର ଏହି ମହାପର୍ବର କୋଳାହଳରୁ।“ ଏମିତି ଏକ ଉଚ୍ଚାରଣ ଉଶ୍ୱାସ ଓ ଆଶ୍ୱସ୍ତିର। ମାସାଧିକ କାଳର ନିର୍ବାଚନ...

ଗଣତନ୍ତ୍ରରେ ଗଣମାଧ୍ୟମ

୨୦୧୪ ପରେ ଭାରତ ‘ଗୋଦି ମିଡିଆ’ ଫ୍ରେଜ୍‌ ବା ଶବ୍ଦାବଳୀ ସହ ପରିଚିତ ହେଲା, ଯାହାକୁ ମାଗାସେସେ ପୁରସ୍କାର ବିଜେତା ସାମ୍ବାଦିକ ରବିଶ କୁମାର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri