ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୭।୬: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଜୁଏଲେରି ବ୍ରାଣ୍ଡ୍‌ ‘ରିଲାଏନ୍ସ ଜୁଏଲ୍ସ’ର ନୂତନ କଲେକ୍ସନ ସ୍ବତନ୍ତ୍ର ବିବାହମ୍‌ ସଂଗ୍ରହର ଶୁଭାରମ୍ଭ ସହ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଏହି କଲେକ୍ସନ (ବିବାହମ୍‌ କଲେକ୍ସନ)ରେ ଅଳଙ୍କାରର ସୂକ୍ଷ୍ମ ପିସ୍‌ଗୁଡିକ ସାମିଲ ରହିଛି, ଯାହା ଦେଶର ଭିନ୍ନ ଭିନ୍ନ ଅଂଶରୁ ବ୍ରାଇଡାଲ ଲୁକ୍‌ ବା ବିବାହ ସୌନ୍ଦର୍ଯ୍ୟର ଗୁଣଗାନ କରୁଛି। ବିଶେଷକରି ସୁନା ଓ ହୀରାରେ ନିର୍ମିତ ଏହି କଲେକ୍ସନ ବଧୂମାନଙ୍କ ପାଇଁ ଡିଜାଇନ କରାଯାଇଥିବାବେଳେ ବିଶାଳ ଭାରତୀୟ ବିବାହର ଚମତ୍କାର ଉତ୍ସାହକୁ ଧାରଣ କରିଛି। ଏଥିରେ ୧୪ଟି ଭିନ୍ନ ଭିନ୍ନ ଲୁକ୍‌ ରହିଛି, ଯାହା ଦିଲ୍ଲୀ, ୟୁପି, ବିହାର, ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ କର୍ନାଟକ ଭଳି ୯ଟି ବ୍ୟବସାୟିକ ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି। ଏହି ଉନ୍ମୋଚନ ସହ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ‘ଦ କ୍ୱିନ୍‌ ଇନ୍‌ ୟୁ’କ୍ୟାମ୍ପେନ୍‌ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏହା ଭାରତବ୍ୟାପୀ ବଧୂମାନଙ୍କୁ ସେମାନଙ୍କର ସ୍ବତନ୍ତ୍ର ଦିନରେ କାଳଜୟୀ ସୌନ୍ଦର୍ଯ୍ୟତା ଓ ଅନୁଗ୍ରହକୁ ଧାରଣ କରିଥିବାର ପ୍ରଦର୍ଶିତ କରିଛି। ସେହିପରି ବିବାହମ୍‌ କଲେକ୍ସନରେ ପ୍ରତ୍ୟେକ ଭାରତୀୟ ବଧୂଙ୍କ ବ୍ୟକ୍ତିଗତ ଷ୍ଟାଇଲ ଓ ପସନ୍ଦ ସହ ମେଳ ଖାଇବା ପାଇଁ ନିର୍ମିତ ଅଳଙ୍କାରଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ସାମିଲ ରହିଥିବାବେଳେ ପାରମ୍ପରିକ ବିବାହ ଉତ୍ସବଗୁଡିକର ଆଞ୍ଚଳିକ ପରମ୍ପରା ସମେତ ବିବାହ ପୂର୍ବର କାର୍ଯ୍ୟକ୍ରମ ଓ ନିର୍ବନ୍ଧ ଆଦିର ଆବଶ୍ୟକତା ପୂରଣ କରୁଛି। ଏହି କଲେକ୍ସନରେ ସୁନା ଓ ହୀରା ଅଳଙ୍କାରର ଆକର୍ଷଣୀୟ ଚୋକର ନେକ୍‌ଲେସ, ଲମ୍ବା ନେକ୍‌ଲେସ୍‌, ଚୁଡ଼ି, ମାଙ୍ଗ୍‌ଟିକା, ମୁଦି (ରିଙ୍ଗ୍‌), ମାଥା ପଟ୍ଟି, ଇୟରିଂ ବା କାନଫୁଲ, ଆର୍ମବ୍ୟାଣ୍ଡ ଓ ୱେଷ୍ଟ ବେଲ୍ଟ ଆଦି ସାମିଲ ରହିଛି।

ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ଏହାର ବିବିଧ ରେଞ୍ଜ ସହିତ ବିବାହମ କଲେକ୍ସନକୁ ଭାରତର ଭିନ୍ନ ଭିନ୍ନ ଅଞ୍ଚଳରେ ଆଧୁନିକ ବଧୂମାନଙ୍କ ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଥିବାରୁ ଗ୍ରାହକମାନେ ଦେଶବ୍ୟାପୀ ରିଲାଏନ୍ସ ଜୁଏଲ୍‌ସରେ ବିବାହମ୍‌ କଲେକ୍ସନର ଜୀବନ୍ତ ଶୃଙ୍ଖଳାରେ ନିଜକୁ ନିମଜ୍ଜିତ କରିପାରିବେ। ୨୦୦ରୁ ଅଧିକ ସହରରେ ୪୦୦ରୁ ଅଧିକ ଷ୍ଟୋର ସହିତ ଏହି ବ୍ରାଣ୍ଡ୍‌ ଏହାର ସ୍ବତନ୍ତ୍ର ଶୃଙ୍ଖଳାର ଅଳଙ୍କାର ପାଇଁ ସୁବିଧାଜନକ ଉପଲବ୍ଧତା ପ୍ରଦାନ କରୁଛି। ଗ୍ରାହକମାନେ ସୁନା ଅଳଙ୍କାରର ମେକିଂ ଚାର୍ଜ ଓ ହୀରା ଅଳଙ୍କାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏହା ବ୍ୟତୀତ ସେମାନେ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?