Posted inଜାତୀୟ

୨ ମାସ ମଧ୍ୟରେ ବଳାତ୍କାର ପୀଡ଼ିତାଙ୍କୁ ମିଳିଲା ନ୍ୟାୟ

ଲକ୍ଷ୍ନୌ,୧୬।୩ : ଉତ୍ତର ପ୍ରଦେଶରେ ଏଟାଓ୍ବା ଜିଲାର ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଘଟଣାର ୫୫ ଦିନରେ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି କୋର୍ଟ। ଆମ ଦେଶରେ ଏତେ ଶୀଘ୍ର ନ୍ୟାୟ ମିଳିବା ଘଟଣା ବୋଧହୁଏ ପ୍ରଥମ। ତେବେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ତଦନ୍ତ ଯୋଗୁ ଏହା ସମ୍ଭବ ହୋଇପାରିଛି।

ଲକ୍ଷ୍ନୌଠାରୁ ପଶ୍ଚିମରେ ୨୨୦ କିଲୋମିଟର ଦୂର ଏଟାଓ୍ବା ଜିଲାରୁ ଅରୁଣ କୁମାରଙ୍କୁ ଚଳିତ ବର୍ଷ ଜାନୁୟାରୀ ୧୯ ତାରିଖରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଆସିଥିଲା ୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ। ଶିଶୁଙ୍କୁ ଯୌନ ଉତ୍ପିଡନାରୁ ସୁରକ୍ଷା ଦେଉଥିବା ପୋକ୍‌ସୋ ଆଇନରେ ଅରୁଣଙ୍କୁ ଦଣ୍ଡିତ କରାଯାଇଛି। ତାଙ୍କୁ ଗିରଫ କରାଯିବାର ଦୁଇ ସପ୍ତାହ ମଧ୍ୟରେ ଏଟାଓ୍ବା ପୋଲିସ ଚାର୍ଜ ଶିଟ୍‌ ଦାଖଲ କରିଥିଲା। ଏହି ମାମଲାରେ ସାକ୍ଷୀମାନେ ସମୟରେ କୋର୍ଟରେ ହାଜର ହୋଇଥିଲେ ବୋଲି ଏଟାଓ୍ବା ପୋଲିସ ପକ୍ଷରୁ କୁହାଯାଇଛି। ଏ ନେଇ ଏଟାଓ୍ବା ପୋଲିସ ମୁଖ୍ୟ ଆକାଶ ତୋମାର ଟୁଇଟ୍‌ କରିଛନ୍ତି, ରେକର୍ଡ ସମୟରେ ନ୍ୟାୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନ କମୁଣୁ ନାଗାଲାଣ୍ଡବାସୀଙ୍କୁ ଡରାଇଲାଣି ସ୍କ୍ରବ୍ ଟାଇଫସ୍‌

କୋହିମା,୧୯ ।୯: କରୋନା ଭାଇରସ ସଂକ୍ରମଣରେ ସାରା ଦେଶ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ନାଗାଲାଣ୍ଡ ମଧ୍ୟ ଏଥିରୁ ବାଦ୍ ଯାଇନାହିଁ । ହେଲେ କରୋନାର...

ଭାଜପାର କବର ଖୋଜା ଅଭିଯାନ: ୭ ଜଣିଆ କମିଟି ୩ ମାସରେ ଖୋଜିବେ ଦାରାଶିକୋହଙ୍କ କବର

ନୂଆଦିଲ୍ଲୀ,୧୭।୨: ଭାଜପା ପକ୍ଷରୁ ଏବେ କବର ଖୋଜା ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ଶାହାଜାହାନଙ୍କ ବଡ଼ ପୁଅ ଦାରାଶିକୋହଙ୍କ କବର...

ଜାତିସଂଘର ମହାସଚିବଙ୍କୁ ଭେଟିଲେ ମୋଦି

ଅହମ୍ମଦାବାଦ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଗୁଜରାଟ ଆସିଛନ୍ତି। ଗୁରୁବାର ଗୁଜରାଟର କେଭାଡିଆରେ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ଜାତିସଂଘର ମହାସଚିବ...

ମହଙ୍ଗା ପଡ଼ିଲା ଇନ୍‌ଷ୍ଟାଗ୍ରାମ ପୋଷ୍ଟ: ପ୍ରତିକ୍ରିୟା ରଖିଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୯।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ଗୁଜରାଟ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ଆଇଏଏସ୍‌ ଅଧିକାରୀ ଅଭିଷେକ ସିଂଙ୍କୁ ନିର୍ବାଚନ କମିଶନ...

ଜେଲରେ ରହିବେ ଜି.ଏନ୍‌. ସାଇବାବା

ନୂଆଦିଲ୍ଲୀ,୧୬।୧୦(ପି.ଟି.): ମାଓବାଦୀଙ୍କ ସହ ସମ୍ପୃକ୍ତି ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିବାବେଳେ ଉକ୍ତ...

୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ପ୍ରକ୍ରିୟା ଆଜି ଠାରୁ ଆରମ୍ଭ… ବ୍ୟାଙ୍କରେ ଦେଖିବାକୁ ମିଳିଲାନି ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୨୩।୫: ଦେଶର ବିଭିନ୍ନ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇବା ଆରମ୍ଭ ହୋଇଛି। ମେ ୧୯ ଶୁକ୍ରବାର ଦିନ ଆରବିଆଇ ୨ ହଜାର ଟଙ୍କିଆ...

ଅନୁକମ୍ପାମୂଳକ ନିଯୁକ୍ତି ଅଧିକାର ନୁହେଁ…

ନୂଆଦିଲ୍ଲୀ,୬।୧୦: ସରକାରଙ୍କୁ ପକ୍ଷରୁ ପ୍ରଦାନ କରାଯାଉଥିବା ଅନୁକମ୍ପା ମୂଳକ ନିଯୁକ୍ତି ଦୟା ମନୋଭାବ ଯୋଗୁ କରାଯାଇଥାଏ। ହଠାତ୍‌ ସଙ୍କଟ ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ...

ରେଳ ଧାରଣାରୁ ଶିଶୁକୁ ଉଦ୍ଧାର କରିଥିବା ରେଲ୍‌ଓ୍ବେ କର୍ମୀଚାରୀଙ୍କୁ ମିଳିଲା ଜାଓ୍ବା ମୋଟରସାଇକେଲ

ମୁମ୍ବାଇ,୨୩।୪: ଭଙ୍ଗାନୀ ରେଲଓ୍ବେ ଷ୍ଟେଶନର ରେଳ ଧାରଣରୁ ନିଜ ଜୀବନକୁ ବାଜି ଲଗାଇ ଶିଶୁକୁ ଉଦ୍ଧାର କରିଥିବା ପଏଣ୍ଟସମ୍ୟାନ ମୟୂର ଶେଲକେଙ୍କୁ ଶୁକ୍ରବାର ମିଳିଛି ଏକ...

Advertisement
Archives

Model This Week