Posted inଜାତୀୟ

ସୋସିଆଲ ମିଡିଆ ୟୁସର୍ଜଙ୍କୁ ୮ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବେ ଯୋଗୀ ସରକାର, ଜାଣନ୍ତୁ କ’ଣ ରହିଛି ନୂଆ ପଲିସି

ଲକ୍ଷ୍ନୌ,୨୮।୮: ସୋସିଆଲ ମିଡିଆ ଜରିଆରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ଏବେ ଏକ ନୂଆ ନୀତି ଆଣିଛନ୍ତି। ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଛନ୍ତି ସେମାନଙ୍କ ଫୋଲର୍ସ ଅନୁଯାୟୀ ଟଙ୍କ ମିଳିବ। ସରକାରଙ୍କ ତରଫରୁ ପ୍ରତି ମାସରେ ୩୦ ହଜାରରୁ ୮ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଯଦି ସରକାରଙ୍କୁ ଆପଣଙ୍କର ବିଷୟବସ୍ତୁ, ରିଲ କିମ୍ବା ପୋଷ୍ଟ ପସନ୍ଦ ଆସେ ନାହିଁ, ତେବେ ଆପଣଙ୍କୁ ଜେଲ ମଧ୍ୟ ପଠାଯାଇପାରେ।

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନୂତନ ନୀତି ଅନୁଯାୟୀ, ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଡିଜିଟାଲ ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନା ଏବଂ ସଫଳତା ଉପରେ ଆଧାର କରି ବିଷୟବସ୍ତୁ, ଭିଡିଓ, ଟୁଇଟ୍‌, ପୋଷ୍ଟ ଏବଂ ରିଲ ପ୍ରଦର୍ଶନ ପାଇଁ, ସେମାନଙ୍କ ସହ ଜଡିତ ଏଜେନ୍ସି ଏବଂ ସଂସ୍ଥାଗୁଡ଼ିକୁ ସଶକ୍ତ କରାଯିବ ଏବଂ ବିଜ୍ଞାପନ ପ୍ରଦାନ ପାଇଁ ପ୍ରୋତ୍ସାହନ ଦିଆଯିବ।

ଏହି ନୀତି ୟୁପି ବାହାରେ ରହୁଥିବା ସେହି ଲୋକଙ୍କ ପାଇଁ ମଧ୍ୟ ହେବ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ପ୍ରତ୍ୟେକ ସବ୍ସକ୍ରାଇବର ଏବଂ ଅନୁସରଣକାରୀଙ୍କ ଉପରେ ଆଧାର କରି ଚାରୋଟି ଭାଗରେ ବଣ୍ଟାଯାଇଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ଦେୟ ପରିମାଣ ଯଥାକ୍ରମେ ୫ଲକ୍ଷ, ୪ ଲକ୍ଷ, ୩ ଲକ୍ଷ ଏବଂ ୨ ଲକ୍ଷ ଟଙ୍କା ରଖାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ପ୍ରବଳ ବର୍ଷାକୁ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ: ଆସନ୍ତା ୩ ଘଣ୍ଟାରେ…

ଭୁବନେଶ୍ୱର,୬।୮: ରାଜଧାନୀ ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଭୁବନେଶ୍ୱରରେ ରାତି ସାରା ଅବିଶ୍ରାନ୍ତ ପ୍ରବଳ ବର୍ଷା ହୋଇଛି। ସକାଳ ୫ଟା ୩୦ ସୁଦ୍ଧା ୯୭.୨…

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri