କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ହାତୀର ଗତିବିଧି ନେଇ ଭୁଲ୍ ରିପୋର୍ଟ ଡିଏଫ୍ଓ ଅଫିସରେ ଥିବା କଣ୍ଟ୍ରୋଲ ରୁମକୁ ଦିଆଯାଉଥିବା ଅନୁମାନ କରାଯାଉଛି। ହାତୀ ନ ଗଣି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ହାତୀ ସଂଖ୍ୟା ଜଣାଉଥିବା ବେଳେ ହାତୀ ମରିଗଲେ କିମ୍ବା ଅନ୍ୟ କୌଣସି କାରଣରୁ କମିଗଲେ ମଧ୍ୟ ଜଣାପଡୁନାହିଁ। ହାତୀ ମରି ପଚିଶଢି ଯିବା ପରେ ଜଣାପଡୁଛି।
ନିକଟରେ ଏକ ହାତୀ ଛୁଆ ମରିବାର ୧୫ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ବନ ବିଭାଗ ଜାଣି ନ ପାରିବା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଗତ ଜୁନ୍ ୧୪ ତାରିଖରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମାଈ ହାତୀ ଓ ଏକ ଅଣ୍ଡିରା ହାତୀକୁ ବିଦ୍ୟୁତ୍ କରେଣ୍ଟ ଦେଇ ମାରିବା ପରେ ଦୁର୍ବୃତ୍ତମାନେ ଦାନ୍ତ ଚୋରି କରି ନେଇଥିଲେ। ଏହି ଚୋରି ଘଟଣାରେ ଅଦ୍ୟାବଧି ଦାନ୍ତ ଉଦ୍ଧାର ହୋଇ ନ ଥିବାବେଳେ ଚୋରି କରିଥିବା ଅପରାଧୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇ ନାହିଁ। ଚମ୍ପୁଆ ଏବଂ ବଡ଼ବିଲ ରେଞ୍ଜରେ ଗତ ୨ମାସ ମଧ୍ୟରେ ୫ ହାତୀ ମରିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ହାତୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ବନ ବିଭାଗ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ଦାୟୀ କରାଯାଉ ନାହିଁ ବୋଲି ପରିବେଶବିତ୍ମାନେ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ କରାଯାଉଥିଲେ ହେଁ ଅସ୍ବାଭାବିକ ମୃତ୍ୟୁ ରୋକାଯାଇ ପାରୁନାହିଁ ା କେନ୍ଦୁଝର ବନଖଣ୍ଡରେ ଗତ ୨୦୧୦ରୁ ଅଦ୍ୟାବଧି ୫୧ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୦୧୦-୨୦୧୧ରେ ୯ ହାତୀ, ୨୦୧୧-୧୨ରେ ୪, ୨୦୧୨-୧୩ରେ ୯, ୨୦୧୩-୧୪ରେ ୪, ୨୦୧୪-୧୫ରେ ୪, ୨୦୧୫-୧୬ ରେ ୬ଟି ହାତୀଙ୍କ ମୃତ୍ୟୁ ଘଟିଛି ା ୨୦୧୬-୧୭ରେ ହାତୀ ମୃତ୍ୟୁ ହୋଇ ନ ଥିବା ବେଳେ ୨୦୧୭-୧୮ରେ ୨ଟି, ୨୦୧୮-୧୯ ରେ ୨, ୨୦୧୯-୨୦ରେ ୬ଟି ଏବଂ ୨୦୨୦-୨୧ରେ ୫ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। କେନ୍ଦୁଝର ବନଖଣ୍ଡରେ ଏବେ ୯୨ ହାତୀ ଅଛନ୍ତି। ସେମାନଙ୍କ ସୁରକ୍ଷା ଓ ଗତିବିଧି ନିରୀକ୍ଷଣ କରିବା ପାଇଁ ୧୧୦ ଲୋକ ନିୟୋଜିତ ହୋଇଥିବା ବେଳେ ୧୯ ଗାଡ଼ି ବୁଲୁଛି। ଏହା ବ୍ୟତୀତ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଜନବସତିକୁ ପ୍ରବେଶ ରୋକିବା ପାଇଁ ଅନେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଛି ା ଏନେଇ ଡିଏଫ୍ଓ ସନ୍ତୋଷ ଯୋଶୀ କହିଛନ୍ତି ଯେ, ଜିଲାରେ ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ ହାତୀ ସ୍କ୍ବାଡ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ା ସେମାନଙ୍କ ଗତିପଥକୁ ୨୪ ଘଣ୍ଟିଆ ଟ୍ରାକିଂ କରାଯାଉଛି। ପ୍ରତ୍ୟେକ ଦଳକୁ ଗୋଟିଏ ଗୋଟିଏ ଟିମ୍ ଟ୍ରାକିଂ କରୁଛନ୍ତି। ସେହିପରି ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀଙ୍କ ବାସସ୍ଥଳ ନଷ୍ଟ ହେବା ଓ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଯୋଗୁ ହାତୀ ପଲ ଏଣେତେଣେ ପଳାୟନ କରିବା ସହ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ଅବିଚାରିତ ଖଣିଖନନ, ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ, ଜଙ୍ଗଲ ଜବରଦଖଲ କରି କଲୋନୀ, ରାସ୍ତାଘାଟ ନିର୍ମାଣ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ପରିବେଶବିତ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି ା
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…
ଭୁବନେଶ୍ୱର,୬।୧୦ (ପ୍ରସନଜିତ୍ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍ କରି ଭାଇରାଲ…
SCB ମେଡିକାଲ୍ କ୍ୟାମ୍ପସ୍ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…
କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…
ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର
ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…
ୱାଇଡ ବଲ୍ରେ ସିଧା ଛକା! କ୍ରିକେଟ୍ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video
ନୂଆଦିଲ୍ଲୀ,୫।୧୦: କ୍ରିକେଟ୍ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…
ପାଣ୍ଡିଆନ୍ଙ୍କ ବୟାନ୍ ରେକର୍ଡ: ଫାଇଲ୍ ରିସିଭ୍ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି
ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…
୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ
ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…
ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…
ସେଣ୍ଟ୍ରାଲ ମୁମ୍ବାଇର ବସ୍ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ
ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍ ପୋଡ଼ି ପାଉଁଶ…

