ହଜମହୋଇପାରୁ ନ ଥିବା ଦୁଃଖ

ବଦହଜମି ଗୋଟେ ବଡ଼ ସମସ୍ୟା। ଗ୍ୟାସ୍‌ଜନିତ କାରଣରୁ ଧୀରେ ଧୀରେ ଏଇ ରୋଗ ବୟସ ଅନୁପାତରେ ବଢ଼ିବଢ଼ିଚାଲେ। ମଣିଷକୁ କଲବଲକରେ। ଖାଇବାର ଲୋଭକୁ ରୋକିହୁଏନି କି ଖାଇହୁଏନାହିଁ। ଅନେକ ପ୍ରକାର ପ୍ରତିବନ୍ଧକ ଲାଗିଯାଏ। ଇଏ ବଡ଼ ପୀଡ଼ାଦାୟକ ଅବସ୍ଥା। ସାମ୍ନାରେ ସହଜରେ ଉପଲବ୍ଧ ଖାଦ୍ୟକୁ ଖାଇ ନ ପାରିବା ଏବଂ ପ୍ରତିବଦଳରେ ଯାହା ପାଟିକୁ କେବେ ରୁଚେନି ସେଇ ରକମର ଖାଦ୍ୟକୁ ଗିଳିବାକୁ ବାଧ୍ୟହେବା ପ୍ରାଣକୁ କଲବଲକରେ। ଏଇ ଦୁଃଖକୁ ପ୍ରକାଶ୍ୟରେ କହି ହୁଏନା କି ସହି ହୁଏନା। କହିଲେ ଫେର୍‌ ଅନେକ କଥା ୟାତାଠାରୁ ଶୁଣିବା ଥୟ। ସେହି କାରଣରୁ ବଦହଜମିର ଶିକାର ମଣିଷଙ୍କ ଜୀବନ ଦୁର୍ବିଷହ ଲାଗେ । ନିଜ ସାମ୍ନାରେ ଟାଉଟାଉ ହୋଇ ଖାଦ୍ୟକୁ ପଶୁପ୍ରାୟ ଚରିଯାଉଥିବା ମଣିଷକୁ ଦେଖିଲେ ନିଜ ଭିତରେ ଈର୍ଷା ଜାତହୁଏ। ରାଗରେ ନିଜ ଭିତରେ ନିଜେ ଜଳିବାକୁ ହୁଏ। ସେହିପରି ବିଭିନ୍ନ ଖାଦ୍ୟର ସ୍ବାଦ ଅବା ବିଭିନ୍ନ ଭୋଜିଭାତର ଖାଦ୍ୟ ତାଲିକା ବଖାଣିବାବେଳେ ବଦହଜମିର ଶିକାର ହୋଇଥିବା ମଣିଷ ଭିତରେ ଅନୁରୂପ ପ୍ରତିକ୍ରିୟା ଜାତହୁଏ।
ଜୀବନର ସମସ୍ତ ଦୁଃଖ ସମୟର ପାଚନ ପ୍ରକ୍ରିୟାରେ ଗଲେ ନରମ ହୋଇଯାଏ ନାହିଁ। କିଛି ଦୁଃଖ ଏମିତି ଅଛି, ଯାହା ମନୁଷ୍ୟ ମନର ଆତ୍ମସାରକୁ ସ୍ପର୍ଶକରେ ସେଗୁଡ଼ିକୁ ନା ଭୁଲିହୁଏ ନା ଭୋଗିହୁଏ। ଏହି ହଜମ ହୋଇପାରୁ ନ ଥିବା ଦୁଃଖ ମନୁଷ୍ୟ ଅସ୍ତିତ୍ୱର ଗଭୀର ତତ୍ତ୍ୱକୁ ଉଜାଗର କରେ। ଏହା କେବଳ ଖାଦ୍ୟ ଭିତରେ ସୀମିତ ନୁହେଁ। ବିବିଧ କ୍ଷେତ୍ରରେ ମଣିଷଙ୍କ ଭିତରେ ହଜମ ହୋଇପାରୁ ନ ଥିବାର ଦୁଃଖ ଛଟପଟ କରିଥାଏ। ନିଜ ପରିବାର, ସମ୍ପର୍କୀୟ, ସମଗୋତ୍ରୀୟ ତଥା ବନ୍ଧୁବର୍ଗରେ ଏହାର ପରିମାଣ ଟିକେ ଅଧିକ। ନିଜ ପରିବାରର କୌଣସି ସଦସ୍ୟ/ସଦସ୍ୟାଙ୍କ ଉତ୍ତରୋତ୍ତର ଉନ୍ନତି ଘଟିଲେ ପରିବାରରେ ଉତ୍ସବମୁଖର ହେବା କଥା। ଏହା ଏକ ଆନନ୍ଦର ପ୍ରସଙ୍ଗ। କିନ୍ତୁ ଆଜିକାଲି ସବୁ କିଛି ଓଲଟା। ସେଇ ମଣିଷ ପଛରେ ଆରମ୍ଭ ହୋଇଯାଏ ଟୁପୁରୁଟାପୁରୁ କଥାବାର୍ତ୍ତା। ତା’ର ଗୋହି ଖୋଳିବା ଆରମ୍ଭକରି ଦିଅନ୍ତି କେତେଜଣ ମଣିଷ। ନିଜ ଲୋକର ପ୍ରଗତିକୁ ଦେଖିସହି ନ ପାରିବାର ପ୍ରତିକ୍ରିୟା ହେଉଛି ନିନ୍ଦା ଆଲୋଚନା। ସମଗୋତ୍ରୀୟ ତଥା ବନ୍ଧୁବର୍ଗରେ ହଜମ ନ କରିବାର ଦୁଃଖ ଟିକେ ବେଶି। ବିଗତ ଦିନର ତଥାକଥିତ ବନ୍ଧୁ ଆଉ ଏଇ ସଂସାରରେ ନାହାନ୍ତି ବୋଲି ସମସ୍ତେ କହନ୍ତି। ଏବର ବନ୍ଧୁ ଆଗରେ ହାଏ ହାଏ ପଛରେ ବାଏ ବାଏ। ଯଦି ଆପଣ ନିଜର ଦକ୍ଷତା ଓ ସାମର୍ଥ୍ୟ ଅନୁସାରେ ଆଗକୁ ବଢ଼ିଗଲେ କିମ୍ବା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆଗୁସାର ହୋଇଗଲେ ତେବେ ଜାଣ ଆପଣଙ୍କ ଶତ୍ରୁ ସୃଷ୍ଟିହୋଇ ସାରିଥିବେ। ଆଉ ସେଥିମଧ୍ୟରୁ ପ୍ରଥମ ନମ୍ବର ଶତ୍ରୁଟିଏ ହୋଇଥିବ ଆପଣଙ୍କର ଯେକୌଣସି ବନ୍ଧୁଟିଏ ଅବା ପାଖ ଲୋକଟିଏ। ଆପଣଙ୍କଠାରୁ ହୁଏତ ସେ କେବେ ନା କେବେ ସହାୟତା ବି ପାଇଥିବ। ନିଜ ସାମର୍ଥ୍ୟ ପ୍ରଦର୍ଶନରେ ଅପାରଗତା ଅବା ବିଫଳତା ସେମାନଙ୍କ ଦୁଃଖର କାରଣ ହୋଇଥାଏ। ସେହିଭଳି କ୍ଷେତ୍ରରେ ନିଜ ପାଖଲୋକର ପ୍ରଗତି ଓ ପ୍ରଶଂସା ହିଁ ହଜମ ହୋଇପାରୁ ନ ଥିବା ଦୁଃଖ ହୋଇପଡ଼େ। ତେଣିକି ଆପଣଙ୍କ ନାମରେ ପଛରେ କୁତ୍ସାରଟନା ଆରମ୍ଭ ହୁଏ।
ଦର୍ଶନ ଦୃଷ୍ଟିରେ ଏପରି ଦୁଃଖ ହେଉଛି ‘ଅଭାବର ଚେତନା’। ମନୁଷ୍ୟ ଯେତେବେଳେ ଯାହାକୁ ଜୀବନର ଅଂଶ ବୋଲି ଭାବିଥାଏ, ସେଇ ଅଂଶର ଅକସ୍ମାତ୍‌ ଅନୁପସ୍ଥିତି ବା ତା’ର ଅହେତୁକ ପ୍ରଗତି ମନ ଭିତରେ ଶୂନ୍ୟତା ସୃଷ୍ଟିକରେ। ଏହି ଶୂନ୍ୟତା ହେଉଛି ହଜମ ନ ହୋଇପାରିବାର ଦୁଃଖ। ଏହି ଦୁଃଖ ମୂଳରେ ରହିଛି ଆସକ୍ତି। ବୁଦ୍ଧ ଦର୍ଶନ କହେ, ଆସକ୍ତି ହିଁ ଦୁଃଖର କାରଣ। ଯଦିଓ ଆସକ୍ତି ବିନା ମନୁଷ୍ୟ ରହିପାରେନି, କିନ୍ତୁ ସେଇ ଆସକ୍ତି ହେତୁ ଜଣେ ଯଦି ଅନ୍ୟ ପ୍ରତି ଈର୍ଷାଶୀଳ ହୁଏ ସେତେବେଳେ ଦୁଃଖ ବହୁଗୁଣିତ ହୋଇଥାଏ।
ଦୁଃଖକୁ ହଜମ କରିପାରିଲେ ମଣିଷ ସ୍ବାଭାବିକ ରହେ। ମନରେ ଥରେ ଦୁଃଖ ଜମାଟ ବାନ୍ଧିଲେ ତାହା ଅଭେଦ୍ୟ ପାଚେରି ସୃଷ୍ଟି କରିପାରେ। ତାକୁ ଅତିକ୍ରମ କରିବା ସମ୍ଭବ ହୋଇପାରେନା। ଏମିତିରେ ଦୁଃଖ ବଢ଼େ। ନିଜ ଅନ୍ତରଙ୍ଗ ବନ୍ଧୁର ଖୁସି ନିଜ ପାଇଁ ପୀଡ଼ାଦାୟକ ମନେହୁଏ। ଅପରପକ୍ଷେ ନିଜର ଆତ୍ମୀୟ ଓ ଅନ୍ତରଙ୍ଗ ବନ୍ଧୁଙ୍କ ପ୍ରୀତି ଛଳନା ନିର୍ଭେଜାଲ ମଣିଷଙ୍କୁ କଷ୍ଟଦିଏ। ଯେଉଁମାନଙ୍କ ମୁହଁରେ ଖୁସି ଦେଖିବାକୁ ତା’ର ଅପେକ୍ଷା ଥାଏ, ସେଇମାନଙ୍କ କପଟ ଆଚରଣ ସ୍ବଭାବତଃ ଯନ୍ତ୍ରଣା ଦେଉଥିଲେ ବି ନିଜର ଉଦାର ହୃଦୟରେ କ୍ଷମା ଦିଏ। ସେ ଜାଣେ ଆଜିକା ସମାଜରେ ମିଠାଛଳନା ଅଧିକ, ଅନ୍ତରଙ୍ଗପଣ କମ୍‌। ମିତ୍ରତାଠାରୁ ଦ୍ରୋହ ବେଶି। ସମ୍ପର୍କଠାରୁ ତିକ୍ତତା ବହୁତ। ପ୍ରେମ ଅପେକ୍ଷା ପ୍ରତାରଣା ସହଜ।
ଅବଶ୍ୟ ତାତ୍ତ୍ୱିକ ଦୃଷ୍ଟିରୁ ଏପରି ଦୁଃଖ ମନୁଷ୍ୟକୁ ଅଧିକ ସଚେତନ କରେ ନିଜର ସୀମିତତା ଓ ବିଫଳତା ସମ୍ପର୍କରେ। ନିଜର ସାମର୍ଥ୍ୟକୁ ଚିହ୍ନାଇଦିଏ ।
ଜୀବନ ଯେ ନିର୍ଦ୍ଦିଷ୍ଟତା ଭିତରେ ସମ୍ପୂର୍ଣ୍ଣ ନୁହେଁ। ତା’ର ପରିସର ବ୍ୟାପକ ଓ ବହୁଭାଗ, ବହୁ ଦିଗ ଏବଂ ବହୁ ପ୍ରକାରର ସମାହାର ମାତ୍ର। ଏହି ସତ୍ୟକୁ ନେଇ ଦୁଃଖ ଆମକୁ ବାରମ୍ବାର ସ୍ମରଣକରାଏ। ତଥାପି ତଥାକଥିତ ମଣିଷମାନେ ନିଜର ସାମର୍ଥ୍ୟକୁ ଖୋଜି ସେ ଦିଗରେ ନିଜକୁ ପ୍ରତିଷ୍ଠାକରିବା ଅପେକ୍ଷା ଅନ୍ୟର ଛାୟାରେ ବଞ୍ଚିବା କିମ୍ବା ଅନ୍ୟର ସଫଳତାକୁ ନିଜର ବିଫଳତା ବୋଲି ଧରିବା ଏକ ଭ୍ରମ । ଏଇ ଭ୍ରମରେ ଯିଏ ଥରେ ପଡ଼େ ତା’ ପାଇଁ ନିଜ ଅପେକ୍ଷା ବାକି ଲୋକ ଅଜବ ଲାଗନ୍ତି। ନିଜେ ଭଲ ବାକିସବୁ ଅସାର ଲାଗନ୍ତି। । ହଜମହୋଇପାରୁ ନ ଥିବା ଦୁଃଖ ମଧ୍ୟରେ ଏକ ମୌନ ଶିକ୍ଷା ଲୁଚିଥାଏ। ତା’ହେଲା ସହନଶୀଳତା, ସମ୍ବେଦନଶୀଳତା ଓ ଅନ୍ୟର ଯନ୍ତ୍ରଣାକୁ ବୁଝିବାର ଶକ୍ତି। ବଦହଜମିକୁ ସାଧାରଣ ରୋଗ ଭାବି ଯେଉଁମାନେ ଅବହେଳାକରନ୍ତି ତା’ର ଚରମ ପରିଣତି ସେମାନେ ଭୋଗନ୍ତି । ସେହିପରି ହଜମ ନ କରିପାରିବା ଦୁଃଖକୁ ଯିଏ ଜାବୁଡ଼ି ଧରନ୍ତି ସେମାନେ ମୁଖ୍ୟସ୍ରୋତରୁ ଉଭେଇ ଯାଆନ୍ତି।
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

ଡ. ଦ୍ୱିତୀଚନ୍ଦ୍ର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବାଲଡ଼ା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ପ୍ରସଙ୍ଗ ଅନାସ୍ଥା ବୈଠକ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୨୭ା୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ବାଲଡ଼ା ପଞ୍ଚାୟତ ସରପଞ୍ଚ ବିକ୍ରମ ସୀସାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ବୈଠକ ଶୀଘ୍ର କରିବାକୁ…

ବାବୁଲ ସୁପ୍ରିୟୋ, ପୂର୍ବ DGP ରାଜୀବ କୁମାର…ରାଜ୍ୟ ସଭା ପାଇଁ ଏହି ୪ ପ୍ରାର୍ଥୀଙ୍କ ଉପରେ ଭରସା କଲେ ମମତା

କୋଲକାତା,୨୭।୨: ପଶ୍ଚିମବଙ୍ଗର ୫ଟି ରାଜ୍ୟ ସଭା ଆସନ ପାଇଁ ଶୁକ୍ରବାର ତୃଣମୂଳ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ଏଥର ପ୍ରଶାସନିକ ଅଭିଜ୍ଞତା, ଆଇନଗତ…

କର୍ଣ୍ଣାଟକରେ ପ୍ରେମୀଯୁଗଳଙ୍କ ମୃତ୍ୟୁ: ମୃତଦେହ ଗାଁକୁ ଆଣିବା ପାଇଁ ପୋଲିସ, ପ୍ରଶାସନ ନିକଟରେ ନିବେଦନ

ଗୁଣପୁର, ୨୭।୨ (ସଂକେତ ପାତ୍ର ): ପ୍ରଥମେ ଭଲ ପାଇଲେ, ପରେ ବାହା ହେଲେ। ବାହାଘର ପରେ କାମ ଅନ୍ବେଷଣରେ କର୍ଣ୍ଣାଟକ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ…

ପୌର ପରିଷଦରେ ବ୍ୟାପକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଦାବିପତ୍ର

ଗୁଣପୁର, ୨୭।୨ (ସଂକତେ ପାତ୍ର/ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବିଜେଡି ପକ୍ଷରୁ ଶୁକ୍ରବାର ବିଭିନ୍ନ ପ୍ରସଙ୍ଗକୁ ନେଇ ଶୋଭାଯାତ୍ରା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l…

ମଲା କୁକୁଡ଼ା ମାଂସ ଖାଇ ୪ ମହିଳା ଗୁରୁତର

କଲ୍ୟାଣସିଂହପୁର, ୨୭।୨ (ଦୀପକ କୁମାର ପରିଡା ): ମଲା କୁକୁଡ଼ା ମାଂସ ଖାଇ ଗୋଟିଏ ପରିବାରର ୪ ଜଣ ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

ବରଗଡ଼ରେ ଲଜ୍ଜା: ୧୨ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି…

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସଦର ଥାନା ଅଞ୍ଚଳରେ ଜଣେ ନାବାଳିକା(୧୨)ଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ବରଗଡ଼ ସଦର ଥାନାରେ ପୀଡିତାଙ୍କ ପରିବାର…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri