ଅନାବଶ୍ୟକ ଏଏଫ୍‌ଏସ୍‌ପିଏ

ଡିସେମ୍ବର ୫ରେ ନାଗାଲାଣ୍ଡର ମୋନ୍‌ ଜିଲାରେ ସେନା ଗୁଳିରେ ୧୪ ଜଣ ସାଧାରଣ ଲୋକଙ୍କ ପ୍ରାଣ ଯିବା ପରଠାରୁ ରାଜ୍ୟରେ ବିବାଦୀୟ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପ୍ରତ୍ୟାହାର ନେଇ ଦାବି ଜୋରଦାର ହେଉଛି। ଏହି ଆଇନ ଦ୍ୱାରା ସେନାକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଥିବାରୁ ମୁତୟନରତ କର୍ମଚାରୀ ତାହାର ଦୁରୁପଯୋଗ କରୁଛନ୍ତି। ତେଣୁ ଏହା ବିରୋଧରେ ରାଜଧାନୀ କୋହିମାଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଏଭଳି ସ୍ଥିତିକୁ ଦେଖି ନାଗାଲାଣ୍ଡରୁ ଏଏଫ୍‌ଏସ୍‌ପିଏ ପ୍ରତ୍ୟାହାର କରାଯାଇପାରିବ କି ନାହିଁ, ତାହା ଉପରେ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଉ ରିଓ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ନାଗା ପିପୁଲ୍ସ ଫ୍ରଣ୍ଟ ଲେଜିସ୍‌ଲେଟିଭ୍‌ ପାର୍ଟି ନେତା ଟି. ଆର୍‌. ଜିଲିଆଙ୍ଗ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ପୋଲିସର ଅଧିକାରୀ ରହିବେ ବୋଲି ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଛି। କମିଟିର ନେତୃତ୍ୱ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉତ୍ତର ପୂର୍ବାଞ୍ଚଳ ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ନେବେ। ଏଥିରେ ନାଗାଲାଣ୍ଡ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସଦସ୍ୟ ରହିବା ସ୍ଥିର କରାଯାଇଛି। ବାସ୍ତବରେ ଦେଖିବାକୁ ଗଲେ ଏହା ଏକ ପ୍ରଶାସନିକ ଘେର ଭିତରେ ରହିଯାଇଛି। କୌଣସି ଅଫିସର ସରକାରଙ୍କ ନୀତିକୁ ବିରୋଧ କରି ଜନସାଧାରଣଙ୍କ ହିତ ପାଇଁ ମତ ରଖିବେ ବୋଲି ବିଶ୍ୱାସ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ହେବ। ଏହି ଆଇନ ଅଧୀନରେ ଆସୁଥିବା ସେନା ଯେହେତୁ ସୀମାନ୍ତ ଏବଂ ଅଶାନ୍ତ ଅଞ୍ଚଳରେ ମୁତୟନ ହେଉଛନ୍ତି, ସେଥିରେ ରାଜନୈତିକ, ପ୍ରଶାସନିକ, ସାମାଜିକ ଓ ବୌଦ୍ଧିକ ସ୍ତରର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବା ଦରକାର। କାରଣ ସେନା ଅନାବଶ୍ୟକ ସ୍ଥଳେ ସାଧାରଣ ଲୋକଙ୍କୁ ଅତ୍ୟାଚାର କରିବା ଏପରିକି ହତ୍ୟା କରିବା ପର୍ଯ୍ୟନ୍ତ ଚାଲିଯାଉଛି। ଏପରିସ୍ଥଳେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସାମିଲ କରାଗଲେ ସେମାନଙ୍କ ମତ ଗୁରୁତ୍ୱ ରଖିବ। ସେନା ଅତ୍ୟାଚାରର କାରଣ ବୁଝିବା କଷ୍ଟକର ନୁହେଁ। ଭାରତୀୟ ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀରେ ଯୋଗ ଦେଉଥିବା ଯବାନମାନେ ଅତ୍ୟନ୍ତ ଗାଉଁଲି ଏବଂ ଅଶିକ୍ଷିତ ପରିବାରରୁ ସାଧାରଣତଃ ଆସିଥାଆନ୍ତି। ସେମାନଙ୍କୁ ନିଜ ଦେଶବାସୀଙ୍କ ସହ କେଉଁଭଳି ବ୍ୟବହାର କରାଯିବା ଦରକାର ସେ ସମ୍ପର୍କରେ କୌଣସି ପ୍ରଶିକ୍ଷଣ ଦିଆଯାଏ ନାହିଁ। ହାତରେ ବନ୍ଧୁକ, ମନରେ ପ୍ରବଳ ଭୟ ଏବଂ ଅସୀମିତ କ୍ଷମତାଧାରୀ ଭାବେ ଏହି ଯବାନ ସମସ୍ତଙ୍କୁ ଶତ୍ରୁ ଭାବେ ଦେଖିବା ସ୍ବାଭାବିକ। ଏହା ବ୍ୟତୀତ ସେନାର ଉଚ୍ଚକର୍ତ୍ତୃପକ୍ଷ ମଧ୍ୟ ଯବାନଙ୍କର ମାନସିକ ସ୍ଥିତି ସମ୍ପର୍କରେ କୌଣସି ଅଧ୍ୟୟନ କରନ୍ତି ନାହିଁ। ଏହା ଯୋଗୁ ସୀମାନ୍ତ ଅଞ୍ଚଳ ହେଉ କିମ୍ବା ଦେଶ ଭିତରେ ଭାରତର ଯବାନ ସବୁବେଳେ ଚାପଗ୍ରସ୍ତ ହୋଇ ରହିଥାଏ, ଯାହା ଫଳରେ ମାନସିକ ଉତ୍ତେଜନାର ଶିକାର ମଧ୍ୟ ହୋଇଥାଏ। ଏହି ଯବାନମାନେ ଯେଉଁ ଜାଗାରେ ମୁତୟନ ହୁଅନ୍ତି ସେଠାକାର ସାଧାରଣ ଲୋକଙ୍କ ସହ ତାଙ୍କର ସମ୍ପର୍କ ସନ୍ଦେହ ଘେର ଭିତରେ ସୀମିତ ରହିଯାଏ। ଯେଉଁଥିପାଇଁ କଶ୍ମୀରରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ମୁତୟନ ହୋଇଥିବା ଭାରତର ବନ୍ଧୁକଧାରୀ ଯବାନ ଦୀର୍ଘକାଳ ଧରି କୌଣସି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସେହି ସବୁ ସ୍ଥାନରେ ଉତ୍ତେଜନା ଏବଂ ଅଶାନ୍ତି ବୃଦ୍ଧି କରାଇବାରେ ସହାୟକ ହେଉଛନ୍ତି।
ଭାରତବର୍ଷର ପୋଲିସବାହିନୀ ଆଜି ପର୍ଯ୍ୟନ୍ତ ସେହି ପୁରୁଣା ଉପନିବେଶବାଦ ମାନସିକତାକୁ ବଞ୍ଚାଇରଖି ଲୋକଙ୍କ ସହିତ ବ୍ୟବହାର କରୁଛି। ନିର୍ଯାତିତ ବ୍ୟକ୍ତିଠାରୁ ଶୋଷଣ କରିବାରେ ଭାରତର ପୋଲିସ ସର୍ବାଗ୍ରେ ରହିଥାଏ। ସେଭଳି ପରିସ୍ଥିତିରେ ଯଦି ସୀମା ଜଗିବା ପାଇଁ ଉଦ୍ଦିଷ୍ଟ ଅର୍ଦ୍ଧ ସାମରିକ ଏବଂ ସାମରିକ ବାହିନୀକୁ ଜନସାଧାରଣଙ୍କ ମଝିରେ ଛାଡ଼ିଦିଆଯାଏ ତେବେ ସେମାନେ ନିର୍ଦ୍ଦୟ ଏବଂ କଠୋର ହେଲେ କେହି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ଉଦାହରଣ ସ୍ବରୂପ ଓଡ଼ିଶାର ଅନେକ ଜିଲାରେ ମୁତୟନ ହୋଇଥିବା ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ବା ସୀମା ସୁରକ୍ଷା ବଳର କାର୍ଯ୍ୟକଳାପକୁ ଦେଖାଯାଇପାରେ। ଗଣମାଧ୍ୟମରେ ଏହି ଅର୍ଦ୍ଧସାମରିକ ବାହିନୀର ଅତ୍ୟାଚାର ସମ୍ପର୍କରେ ବିଶେଷ ଖବର ପ୍ରକାଶ କରାଯାଏ ନାହିଁ। କାରଣ ତାହା ଯଦି କେହି କରେ ତେବେ ପ୍ରଶାସନ ତରଫରୁ ସେହି ଖବରଦାତାଙ୍କୁ ମାଓବାଦୀ ସମର୍ଥକ ଆଖ୍ୟା ଦିଆଯାଇ ଅନେକ ପ୍ରକାର ହଇରାଣ କରାଯାଏ। ଅନ୍ୟପଟେ କେହି ଜଣେ ମଧ୍ୟ ପ୍ରଶ୍ନ କରେ ନାହିଁ କାହିଁକି ଓଡ଼ିଶାରେ ସୀମା ସୁରକ୍ଷା ବଳ ମୁତୟନ କରାଯାଇଛି। ଏଠାରେ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଏହି ବିଏସ୍‌ଏଫ୍‌ ମୁତୟନ ପାଇଁ ଯେତେ ଖର୍ଚ୍ଚ ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ କରାଯାଉଛି। ଅର୍ଥାତ୍‌ ସାଧାରଣ ଓଡ଼ିଆ ଟିକସ ଦେଇ ଏହି ବାହିନୀକୁ ପୋଷଣ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତର ଅଶାନ୍ତ ଅଞ୍ଚଳରେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ ବଳରେ ସେନାକୁ ମୁତୟନ କରାଯାଇଛି। ଏହି ଆଇନ ଜରିଆରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଗୁଳି କରିବା, ବିନା ଓ୍ବାରେଣ୍ଟରେ ଲୋକଙ୍କୁ ଗିରଫ କରିବା ଏବଂ କୌଣସି ଓ୍ବାରେଣ୍ଟ ନ ଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଓ ପରିସରରେ ପ୍ରବେଶ କରି ଖୋଜାଖୋଜି କରିବାର ଅଧିକାର ସେନା କର୍ମଚାରୀଙ୍କୁ ଦିଆଯାଇଛି। ଯେହେତୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଅନୁପ୍ରବେଶ ଓ ଆଭ୍ୟନ୍ତରୀଣ ବିଶୃଙ୍ଖଳାର ଭୟ ରହୁଛି, ସେହି ଦୃଷ୍ଟିରୁ ଏଏଫ୍‌ଏସ୍‌ପିଏ ଭଳି ସ୍ବତନ୍ତ୍ର ଆଇନର କିଛି ମାତ୍ରାରେ ଆବଶ୍ୟକତା ରହିଛି। କିନ୍ତୁ ସେନା ଅଧିକାରୀ ଓ କର୍ମଚାରୀମାନେ ମୁତୟନ ହୋଇଥିବା ଅଞ୍ଚଳର ସ୍ଥିତିକୁ ଦେଖି ଅନେକ କିଛି ଜାଣିପାରିବା କଥା। ଯେହେତୁ ତାହା କରାଯାଉ ନାହିଁ ସେଥିପାଇଁ ଭାରତୀୟ ନାଗରିକଙ୍କୁ ନିର୍ଯାତନା ଦେବା ପରିବର୍ତ୍ତେ ଏହି ଏଏଫ୍‌ଏସ୍‌ପିଏ ଆଇନକୁ ପ୍ରତ୍ୟାହାର କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?