Posted inଜାତୀୟ

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଉନ୍ନାଓ,୧୧।୮: ଉତ୍ତରପ୍ରଦେଶ ଉନ୍ନାଓର ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଆଉ ଏହି ଧମକ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା କୁହାଯାଇଛି। କାରଣ ଯେଉଁ ନମ୍ବରରୁ ତାଙ୍କୁ ଫୋନ କରାଯାଇଛି ସେହି ନମ୍ବର ପାକିସ୍ତାନର। ଏନେଇ ସାକ୍ଷୀ ମହାରାଜ ଉନ୍ନାଓ ଏସ୍‌ପିଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏମ୍‌ପିଙ୍କ କହିବା ଅନୁସାରେ ସୋମବାର ଅପରାହ୍ନ ୪ଟା ୨୪ ମିନିଟ୍‌ ଓ ପୁଣିଥରେ ୪ଟା ୨୬ ମିନିଟ୍‌ରେ ତାଙ୍କୁ ପାକିସ୍ତାନର ଏକ ନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ସାକ୍ଷୀ ମହାରାଜଙ୍କ ଘରକୁ ବୋମାରେ ଉଡାଇଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଥିସହ ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ଭାଜପା ଓ ଆରଏସ୍‌ଏସ୍‌ର କେତେକ ନେତାଙ୍କୁ ମଧ୍ୟ ଟାର୍ଗେଟ କରିଥିବା ସାକ୍ଷୀ ମହାରାଜ କହିଛନ୍ତି। ଏନେଇ ସେ କୋତଓ୍ବାଲି ପୋଲିସ ଷ୍ଟେସନରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ରିପୋର୍ଟ ଲେଖାଇଛନ୍ତି। ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ ଯେଉଁଠାରେ ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଛି, ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ବି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ବି ଜୀବିତ ଥିଲେ ବିପିନ ରାଓ୍ବତ, କହିଥିଲେ ନିଜ ନାମ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତ ଜୀବିତ ଥିଲେ। ଏପରିକି ସେ ତାଙ୍କ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ...

ଟାଇମ୍‌ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି

ନୂଆଦିଲ୍ଲୀ, ୨୩।୯: ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ...

୨୯ ମିଡିଆ କର୍ମୀ କରୋନା ପଜିଟିଭ୍‌

ନଏଡା,୨୦ା୫: କରୋନା ଭୂତାଣୁ ଆତଙ୍କ ଲାଗିରହିଥିବା ବେଳେ ନଏଡାରେ ୩୧ ନୂଆ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୨୯ ଜଣ ଏକ ଘରୋଇ...

ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୯।୮: ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଯାତ୍ରୀମାନଙ୍କୁ ଆଉ କରୋନା ଟେଷ୍ଟ ରିପୋର୍ଟ ପାଇଁ କଠିନ ପରିଶ୍ରମ...

କରୋନା ମହାମାରୀ ମଧ୍ୟରେ ଆରମ୍ଭ ହେଲା ବିଘ୍ନବିନାଶକଙ୍କ ଆରାଧନା, ମୁମ୍ବାଇ ପେଣ୍ଡାଲରେ ଦର୍ଶନ ମନା

ମୁମ୍ବାଇ,୧୦ ।୯: କରୋନା ମହାମାରୀ ମଧ୍ୟରେ ସମସ୍ତ ବିଘ୍ନବିନାଶକାରୀ ବିନାୟକଙ୍କ ପୂଜା ଆରମ୍ଭ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶଙ୍କ ପୂଜାକୁ...

ପରକୀୟା ପ୍ରୀତି ଥିଲେ ବି ମା’ ନେଇପାରିବେ ପିଲାଙ୍କ ଦାୟିତ୍ୱ

ଚଣ୍ଡିଗଡ଼, ୪ା୬: ପରକୀୟା ପ୍ରୀତି ଥିଲେ ବି ଜଣେ ମହିଳା ଭଲ ମା’ ନୁହନ୍ତି ବୋଲି ସିଦ୍ଧାନ୍ତ ହୋଇପାରିବ ନାହିଁ। ଏହି ଆଧାରରେ ସନ୍ତାନର ସୁରକ୍ଷା...

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ...

କମଲନାଥଙ୍କୁ ଟାର୍ଗେଟ କଲେ ଶିବରାଜ

ଭୋପାଳ,୧୦ ।୧୦: ମଧ୍ୟପ୍ରଦେଶରେ ଆଗକୁ ବାକି ଅଛି ଉପ ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଥା କଟାକଟି...

Advertisement


Archives

Model This Week