Posted inଫୁରସତ

୬୦୦ ଫୁଟ ତଳେ ଅଜ୍ଞାତ ଦୁନିଆ

ବେଜିଂ: ଦୁନିଆରେ ଏପରି କିଛି ଜାଗା ରହିଛି, ଯାହା ବାବଦରେ ଏହି ଆଧୁନିକ ଯୁଗରେ ମଣିଷ ଏବେ ବି ବିଜ୍ଞ। ସେହି ସବୁ ଜାଗା ପ୍ରକୃତିର ଶକ୍ତିଶାଳୀ ଜାଗା ମଧ୍ୟରୁ ଗୋଟେ। ଏପରି ଏକ ପ୍ରକୃତିର ଚମତ୍କାର ଚାଇନାରେ ଦେଖିବାକୁ ମିଳିଛି। ସେଠାରେ ଏକ ଗର୍ତ୍ତ ଥିବା ଜଣାପଡିଛି; ଯାହାର ଗଭୀର ୬୦୦ ଫୁଟରୁ ଅଧିକ। ତେବେ ସେହି ଗର୍ତ୍ତକୁ ଦେଖି ଏହା ଜଣାପଡିଛି କି, ତା’ ଭିତରେ ଅନ୍ୟ ଏକ ଦୁନିଆ ରହିଛି। ରିପୋର୍ଟ ମୁତାବକ, ୬୩୦ ଫୁଟର ଏହି ଗର୍ତ୍ତରେ ବିଶାଳ ପ୍ରାଚୀନ ଜଙ୍ଗଲ ଥିବା ଜଣାପଡ଼ିଛି। ଗତବର୍ଷ ମେ’ରେ ବୈଜ୍ଞାନିକଙ୍କ ଏକ ଗୁମ୍ଫା ଅନ୍ବେଷଣ ଟିମ୍‌କୁ ଚାଇନିଜ୍‌ ଜିଓପାର୍କରେ ଏକ ଭୂମିଗତ ରହସ୍ୟ ଜଣାପଡିଥିଲା। ଏହି ଗର୍ତ୍ତକୁ ‘ଟିଆନକେଙ୍ଗ’ ଏବଂ ‘ସ୍ବର୍ଗୀୟ ଗର୍ତ୍ତ’ ବୋଲି କୁହାଯାଉଛି। ଏହା ଦକ୍ଷିଣ-ପଶ୍ଚିମ ଚାଇନାର ଜୁଆଙ୍ଗଜି ଜୁଆଙ୍ଗ ଅଟୋନମଶ ଅଞ୍ଚଳରେ ଥିବା ଲେୟେ ଫେଙ୍ଗସାନ ୟୁନେସ୍କୋ ଗ୍ଲୋବାଲ ଜିଓପାର୍କରେ ରହିଛି। ଏହି ଗୁମ୍ଫା ଦୁନିଆର ସବୁଠୁ ଲମ୍ବା ପ୍ରାକୃତିକ ପୋଲ ଭାବେ ଜଣାଶୁଣା। ଅନୁସନ୍ଧାନକାରୀମାନେ କହିଛନ୍ତି, ଏହି ଗୁମ୍ଫାରେ ଥିବା ପ୍ରାଚୀନ ଜଙ୍ଗଲ ପୂର୍ବରୁ ଅଜ୍ଞାତ ଗଛ ଏବଂ ଜୀବଜନ୍ତୁଙ୍କ ଘର ହୋଇଥାଇପାରେ। ଚାଇନାରେ ଏପରି ଗୁମ୍ଫା ମିଳିବା ପ୍ରଥମ ନୁହେଁ। ଚାଇନା ସରକାରଙ୍କ ନ୍ୟୁଜ୍‌ ଏଜେନ୍ସି ମୁତାବକ, ଏଠାରେ ଆଗରୁ ୩୦ ଗୁମ୍ଫା ମିଳି ସାରିଛି। ଚାଇନା ଜିଓଲୋଜିକାଲ ସର୍ଭେର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କାର୍ଷ୍ଟ ଜିଓଲୋଜିର ବରିଷ୍ଠ ଇଞ୍ଜିନିୟର ଝାଙ୍ଗ ୟୁଆନହାଇ କହିଛନ୍ତି, ଗୁମ୍ଫାରେ ଏକ ଭଲ ସଂରକ୍ଷିତ ଜଙ୍ଗଲ ରହିଛି। ତା’ ଭିତରେ ଆଉ ୩ ଗୁମ୍ଫା ରହିଛି। ଗୁମ୍ଫାର ଦୈଘ୍ୟ ୩୦୩ ମିଟର, ପ୍ରସ୍ତ ୧୫୦ ମିଟର ଏବଂ ଗଭୀର ୧୯୨ ମିଟର। ଏହା ୫ ମିଲିୟନ କ୍ୟୁବିକ୍‌ ଅଞ୍ଚଳରେ ପରିବ୍ୟାପ୍ତ। ଏହାକୁ ସବୁଠୁ ବଡ଼ ଗୁମ୍ଫା ଭାବେ ବର୍ଗୀକରଣ କରାଯାଇପାରିବ। ରିପୋର୍ଟ ମୁତାବକ, ଗୁମ୍ଫାରେ ଥିବା ଗଛର ଉଚ୍ଚତା ୪୦ ମିଟର। ଏହି ଗର୍ତ୍ତ କାରଣରୁ ତଳେ ଜଙ୍ଗଲ ବୃଦ୍ଧି ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ମେରିକମ୍‌ଙ୍କୁ ପଛରେ ପକାଇ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?