Posted inଖେଳ

୧୪ ନିୟୁତ ଡଲାର ଦେବାକୁ ରାଜି ହେଲା ୟୁନିଭର୍ସିଟି

ଓ୍ବିଲିୟମ୍ସବର୍ଗ (ୟୁଏସ୍‌),୧୮ା୩ (ଏପି): ଜଣେ ରେସ୍‌ଲର ଛାତ୍ରଙ୍କ ମୃତ୍ୟୁକୁ ନେଇ ଏକ ମାମଲାର ସମାଧାନ କରିବା ଲାଗି ସମ୍ପୃକ୍ତ ୟୁନିଭର୍ସିଟି ୧୪ ନିୟୁତରୁ ଅଧିକ ଆମେରିକୀୟ ଡଲାର ଦେବାକୁ ରାଜି ହୋଇଛି। ମୃତ ରେସ୍‌ଲର ୨୦ବର୍ଷୀୟ ଜୁନିୟର ଗ୍ରାଣ୍ଟ ବ୍ରେସ୍‌ ହେଉଛନ୍ତି ଟେନେସିର ଲୋସ୍‌ଭିଲେର ବାସିନ୍ଦା। କୁମ୍ବରଲାଣ୍ଡ୍ସ ୟୁନିଭର୍ସିଟି ପକ୍ଷରୁ ଆୟୋଜିତ ଏକ ହିଟ୍‌-ଇଲ୍‌ନେସ ପ୍ରୋଗ୍ରାମରେ ସେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଉତ୍ତାପଜନିତ ଇଞ୍ଜୁରୀ ବିଷୟରେ ସଚେତନତା ସୃଷ୍ଟିି କରିଥାଏ। ୨୦୨୦ ଅଗଷ୍ଟ ୩୧ରେ ବ୍ରେସ୍‌ ଏହି ପ୍ରୋଗ୍ରାମ୍‌ରେ ସାମିଲ ଥିବା ବେଳେ ଅଂଶୁଘାତର ଶିକାର ହୋଇଥିଲେ। ସେ ସମୟରେ ସେ ପିଇବା ପାଇଁ ପାଣି ମାଗିଥିଲେ। ମାତ୍ର ତାଙ୍କୁ ମନା କରାଯାଇଥିଲା। ଫଳରେ ସେ ନାର୍କୋଲେପ୍‌ସିର ଶିକାର ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। କୋର୍ଟରେ ଦାଏର କରାଯାଇଥିବା ମକଦ୍ଦମା ଅନୁସାରେ ୨୦୨୦ ସିଜନ ଟ୍ରେନିଂର ପ୍ରଥମ ଦିବସରେ ଏହି ଘଟଣା ଘଟିଥିଲା। ସେଦିନ ପ୍ରାକ୍ଟିସ ପରେ ପ୍ରଶିକ୍ଷାର୍ଥୀମାନଙ୍କୁ ଏକାଧିକ ଥର ଏକ ଛୋଟ ପାହାଡ଼ର ଉପର ଓ ତଳ ହେବାକୁ ପଡ଼ିଥିଲା। ଏଥିରେ ବ୍ରେସ୍‌ କ୍ଳାନ୍ତ ହୋଇ ବସିପଡ଼ିଥିଲେ। ସେ ପିଇବା ଲାଗି ପାଣି ମାଗିଥିଲେ ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା କ୍ରମେ ବିଗିଡ଼ିବାରେ ଲାଗିଥିଲା। କିନ୍ତୁ କୋଚ୍‌ମାନେ ତାଙ୍କୁ ପାଣି ଯୋଗାଇଦେଇ ନ ଥିଲେ କିମ୍ବା ଟ୍ରେନର ଅବା ଡାକ୍ତରଙ୍କ ସହ ଯୋଗାଯୋଗ କରି ନ ଥିଲେ। ବ୍ରେସ୍‌ ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ ଏକ ଆଉଟଡୋର ଓ୍ବାଟର ଫାଉଣ୍ଟେନରୁ ପାଣି ପିଇବାକୁ, ମାତ୍ର ତାହା କାର୍ଯ୍ୟକରୁ ନ ଥିଲା। ପରେ ସେ ଏକ ବିଲ୍‌ଡିଂ ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରି ସଫଳ ହୋଇ ନ ଥିଲେ। ସେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ୪୫ ମିନିଟ ପରେ କୋଚ୍‌ମାନେ ବ୍ରେସ୍‌ଙ୍କୁ ମୃତ ଅବସ୍ଥାରେ ପାଇଲେ। ତାଙ୍କ ହାତମୁଠାରେ କିଛି ମାଟି ଓ ଘାସ ରହିଥିଲା। ୟୁନିଭର୍ସିଟି କହିଛି ଏହି ମାମଲାକୁ ଡିଫେଣ୍ଡ କରାଯାଇ ପାରିଥାନ୍ତା। କିନ୍ତୁ ଆଇନ ପ୍ରକ୍ରିୟା ଲମ୍ବା ଓ ବ୍ୟୟବହୁଳ ହୋଇଥାନ୍ତା। ତେଣୁ ୟୁନିଭର୍ସିଟି ବ୍ରେସ୍‌ଙ୍କ ପରିବାରକୁ କ୍ଷତିପୂରଣ ଦେଇ ମାମଲାର ସମାଧାନ କରିବା ଲାଗି ନିଷ୍ପତ୍ତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri