ସର୍ବବ୍ୟାପ୍ତ ମହାଶୂନ୍ୟ

ଡ. ନରେନ୍ଦ୍ର କୁମାର ସେଠୀ

 

ଓଡ଼ିଶାର ଏକ ପ୍ରାଚୀନତମ ସମ୍ପ୍ରଦାୟ ମହିମା ଧର୍ମରେ ମହାଶୂନ୍ୟର ଉପାସନା କରାଯାଇଥାଏ। ଏହି ସମ୍ପ୍ରଦାୟ ଏକେଶ୍ୱରବାଦରେ ବିଶ୍ୱାସ କରନ୍ତି ଓ ମୂର୍ତ୍ତି ପୂଜାରେ ବିଶ୍ୱାସ ରଖନ୍ତି ନାହିଁ। ଆମକୁ ଏ ବିଷୟରେ ଚିନ୍ତା କଲେ ଆଶ୍ଚର୍ଯ୍ୟ ଲାଗେ ଯେ ମହାଶୂନ୍ୟରେ ଈଶ୍ୱରଙ୍କ ସନ୍ଧାନ କିପରି କରାଯାଇ ପାରେ? ଏ ବିଶ୍ୱ ଓ ଆମ ପୃଥିବୀ ସକଳ ଜଡ଼ ଓ ଜୀବନ୍ତ ଘଟରେ ପରିପୂର୍ଣ୍ଣ ଥିଲା ବେଳେ ମହାଶୂନ୍ୟରେ ଈଶ୍ୱରଙ୍କ ସନ୍ଧାନ କରିବାର ଗୂଢ଼ ତଥ୍ୟ କ’ଣ ବା ହୋଇପାରେ? ଏହି ମହାନ୍‌ ଧର୍ମର ପ୍ରାଚୀନ ଜ୍ଞାନ ଓ ଈଶ୍ୱର ପ୍ରାପ୍ତିର ଗୁଣ କୌଶଳ କୌତୂହଳପୂର୍ଣ୍ଣ ଲାଗେ। ତେବେ ମହାଶୂନ୍ୟର ବାସ୍ତବତା ଓ ଏହା ଆଧ୍ୟାତ୍ମିକ ଜୀବନରେ କେତେ ଗୁରୁତ୍ୱ ବହନ କରୁଛି ସେ ସମ୍ପର୍କରେ ଏକ ବୈଜ୍ଞାନିକ ଅନୁଶୀଳନ କରିବା।
ଆଧୁନିକ ବିଜ୍ଞାନ ଅନୁସାରେ ଏ ବିଶ୍ୱର ସବୁ ଜିନିଷ ଅଣୁ ପରମାଣୁରେ ଗଠିତ। ଅଣୁ ପରମାଣୁ ସବୁ ଜିନିଷ ଓ ପଦାର୍ଥର ମୂଳ ମୌଳିକ ନିର୍ମାଣ ଏକକ। ଏହି ପରମାଣୁ ଏତେ ଛୋଟ ଯେ ଏହାକୁ ଦେଖିବା ଅସମ୍ଭବ କହିଲେ ଭୁଲ୍‌ ହେବ ନାହିଁ। ଛୋଟ ପରମାଣୁ ଭିତରେ ଏକ ସୂକ୍ଷ୍ମ ନାଭିକେନ୍ଦ୍ର ଓ ତା’ର ଚାରିପଟେ ଅବିରତ ଘୂରି ବୁଲନ୍ତି ଅନେକ ଇଲେକ୍ଟ୍ରୋନ। କିନ୍ତୁ ପରମାଣୁ ଭିତରେ ୯୯.୯୯ ପ୍ରତିଶତ ଖାଲି ବା ଶୂନ୍ୟସ୍ଥାନ। ଅର୍ଥାତ୍‌ ଏକ ପରମାଣୁର ଭିତର ଅଂଶ ସମ୍ପୂର୍ଣ୍ଣ ଫମ୍ପା ବା ଖାଲି ସ୍ଥାନ। ଅର୍ଥାତ ସବୁ ଜଡ଼ ଓ ଜୀବନ୍ତ ପଦାର୍ଥ ଯାହା ଆମେ ଦେଖୁଛେ ସବୁ ଜିନିଷ ଦୃଶ୍ୟମାନ ହେଲେ ମଧ୍ୟ ଅନେଶତ ପ୍ରତିଶତ ଫମ୍ପା ବା ଶୂନ୍ୟ ସ୍ଥାନ। ତେବେ ଯଦି ସବୁ ପଦାର୍ଥ ଓ ଜିନିଷ ଏବଂ ମଣିଷ ଶରୀର ଏହି ଅଣୁ ପରମାଣୁରେ ଗଠିତ ତା’ହେଲେ ଆମେ କ’ଣ ସମସ୍ତେ ସେହି ଶୂନ୍ୟତାର ଅଂଶ? ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ସମସ୍ତେ ଶୂନ୍ୟ ଏବଂ ମହାଶୂନ୍ୟ। ଅର୍ଥାତ ଆମ ଶରୀର ବା ଅନ୍ୟ ଯୋଉ ଜିନିଷ ଆମେ ଦେଖୁଚୁ ସବୁ ମିଛ ଓ ମହା ଶୂନ୍ୟ ହିଁ ସତ୍ୟ।
ଏ ସୃଷ୍ଟି, ସଂସାର ଏବଂ ସମୟର ଆରମ୍ଭ କିଏ ଓ କେବେ କରିଥିଲା ତାହା ହିନ୍ଦୁ ଧର୍ମରେ ନାନା ପୁରାଣ ଓ ପୋଥିରେ ଲିପିବଦ୍ଧ ଅଛି। କିନ୍ତୁ ଆଧୁନିକ ବିଜ୍ଞାନର ମତ ସୃଷ୍ଟି, ସଂସାର ଏବଂ ସମୟର ଆରମ୍ଭ ବିଷୟରେ ସମ୍ପୂର୍ଣ୍ଣ ଅଲଗା ଓ ପ୍ରାମାଣିକ। ଚଳିତ ଶତାବ୍ଦୀର ମହାନ୍‌ ଓ ବିଚକ୍ଷଣ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗସଙ୍କ ମତରେ ବିଗ୍‌ବ୍ୟାଙ୍ଗ ବିସ୍ଫୋରଣ ପରେ ସମୟ, ପଦାର୍ଥ ଓ ସୃଷ୍ଟିର ଆରମ୍ଭ ହେଲା ଓ ତା’ ପୂର୍ବରୁ ଈଶ୍ୱରଙ୍କ ପାଖରେ ସଂସାର ତିଆରି କରିବାକୁ ସମୟ ନ ଥିଲା ବା ଈଶ୍ୱର ବୋଲି କେହି ନାହାନ୍ତି। କିନ୍ତୁ ଆଉଜଣେ ମହାନ୍‌ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ବିଗ୍‌ବ୍ୟାଙ୍ଗ ସମୟରେ ଗୁରୁତ୍ୱ ହରେଇ ବସିବାରୁ ଈଶ୍ୱରଙ୍କ ସତ୍ତା ବିଷୟରେ ଷ୍ଟିଫେନ ହକିଙ୍ଗସଙ୍କ ମତ ବିରୋଧାଭାସ କଲା। ଆଧୁନିକ ଶୃଙ୍ଖଳା ସିଦ୍ଧାନ୍ତ ମତବାଦ ଅନୁସାରେ ଏ ବିଶ୍ୱ ଏକ ପାଣି ଫୋଟକା ସଦୃଶ ଓ ଆମେ ସମସ୍ତେ ଏହି ପାଣି ଫୋଟକାର ଉପରେ ଅଛୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଏହି ପାଣି ଫୋଟକା କ୍ରମାଗତ ବଢ଼ିବାରେ ଲାଗିଛି ଓ ଏହା ଦିନେ ଫାଟିଯିବ, ଯାହାକୁ ବିଗ୍‌ବ୍ୟାଙ୍ଗ କୁହାଯାଏ। ଷ୍ଟିଙ୍ଗ ବା ଶୃଙ୍ଖଳା ତତ୍ତ୍ୱ ଅନୁସାରେ ଏମିତି ଅନେକ ପାଣିଫୋଟକା ଅଛନ୍ତି ଓ ଲଗାତର ମହା ଶୂନ୍ୟରେ ସଂସାରର ବିଲୋପ ଓ ନିର୍ମାଣ ଚାଲିଛି ଏବଂ ଚାଲିଥିବ। ହିନ୍ଦୁ ପୌରାଣିକ ମତବାଦ ଅନୁସାରେ ଏ ସଂସାର ଜଳମଗ୍ନ ଥିଲା। ସାତ ସମୁଦ୍ରର ଗଭୀରତମ କୋଣରେ ଶେଷ ନାଗର ଶଯ୍ୟାରେ ଶୟନ କରି ବିଷ୍ଣୁ ସଂସାର ତିଆରି କରିବାର କଳ୍ପନା କରିଥିଲେ। ସେହିପରି ଏହା ମଧ୍ୟ ବିଶ୍ୱାସ ଅଛି ଯେ, ଏହି ବିଶ୍ୱ ଅନ୍ତିମ ଆଡ଼କୁ ଗତି କରୁଛି ଓ ମହା ପ୍ରଳୟ ପରେ ନୂଆ ସଂସାର ତିଆରି ହେବ। ଆଧୁନିକ ବିଜ୍ଞାନ ଓ ହିନ୍ଦୁଧର୍ମ ମତବାଦର ଏହି ସାମଞ୍ଜସ୍ୟକୁ ଏକ ଆଶ୍ଚର୍ଯ୍ୟଜନକ ସମାନତା କୁହାଯାଇ ପାରେ। ତେବେ ସେ ଯାହା ହେଉ ଆମେ ଦେଖୁଥିବା ବିଶ୍ୱ ପ୍ରଥମ ହୋଇ ନ ଥିବ ଓ ବିଗ୍‌ବ୍ୟାଙ୍ଗ ପୂର୍ବରୁ କିଛି ନିଶ୍ଚିତ ଥିବ, ଯାହା ଏହି ବିସ୍ଫୋରଣର କାରଣ ହୋଇଥିବ।
ଆଧୁନିକ ବିଜ୍ଞାନ ମତରେ ଲଗାତର ବିଗ୍‌ବ୍ୟାଙ୍ଗ ଭଳି ବିସ୍ଫୋରଣ ହେବାରେ ଲାଗିଛି ଓ ଲଗାତର ବିଶ୍ୱ ଗୁଡ଼ିକ ତିଆରି ହେଉଛନ୍ତି ଏବଂ ବିନାଶ ହେଉଛନ୍ତି। ବିନାଶ ଓ ସୃଷ୍ଟି ପରସ୍ପର ପରିପୂରକ ହୋଇ ରହିଛନ୍ତି। ତେଣୁ ଆମେ ଯେ ଏ ବିଶ୍ୱରେ ଏକୁଟିଆ ପ୍ରଭୁତ୍ୱ ବିସ୍ତାର କରିଛେ ତାହା ଠିକ୍‌ ହୋଇ ନ ପାରେ। ଆମ ବ୍ୟତୀତ ହୁଏତ ଆଉ ଅନ୍ୟ ଗ୍ରହରେ ଜୀବନ ସଞ୍ଚାର ହୋଇଥାଇ ପାରେ। ଠିକ୍‌ ସେହିପରି ଆମ ପୌରାଣିକ ମତବାଦ ଅନୁସାରେ ଆମେ ପୃଥିବୀବାସୀ ବ୍ରହ୍ମାଣ୍ଡରେ ଏକୁଟିଆ ନାହୁଁ ଓ ଏ ସୃଷ୍ଟିରେ ଅନେକ ବିଶ୍ୱ ଅବସ୍ଥିତ; ଯାହାକୁ ନାଗଲୋକ, ପାତାଳ ଲୋକ, ସ୍ବର୍ଗଲୋକ ବୋଲି କୁହାଯାଏ। ଏହା ଫଳରେ ବିଜ୍ଞାନ ଓ ପୌରାଣିକ ମତବାଦ ପୁଣି ଏକ ଜାଗାରେ ମିଶିଯିବା ପରି ଲାଗେ। ଅନ୍ୟ ଅର୍ଥରେ ବିଜ୍ଞାନ ଓ ଅଧ୍ୟାତ୍ମ ଏକ ସଂଗେ ଚାଲିଲା ଭଳି ଲାଗୁଛନ୍ତି, ଯୋଉଠି ଆଧୁନିକ ବିଜ୍ଞାନର ଆୟୁଷ ମାତ୍ର ଶହେ ବର୍ଷ ହୋଇଥିଲା ବେଳେ ସୃଷ୍ଟିର ବୟସ କୋଟି କୋଟି ବର୍ଷ। ଏହି ଶହେ ବର୍ଷ ମଧ୍ୟରେ ଆଧୁନିକ ବିଜ୍ଞାନ ଆମକୁ ସଂସାରର ଅନେକ କୌତୂହଳପୂର୍ଣ୍ଣ ଜଟିଳ ପ୍ରଶ୍ନକୁ ବୁଝିବାକୁ ସାହାଯ୍ୟ କରିଛି। ବିଶ୍ୱର ସୃଷ୍ଟି ପୂର୍ବରୁ ସମୟର ଉପସ୍ଥିତି ଏକ ପ୍ରଶ୍ନବାଚୀ ହୋଇ ରହିଥିଲେ ମଧ୍ୟ ଏକଥା ଠିକ୍‌ ଯେ କେବଳ ଗୋଟିଏ ସତ୍ୟ ହିଁ ସର୍ବଦା ବିଦ୍ୟମାନ ଥିଲା, ତାହା ହେଉଛି ସମୟ; ଯାହା ମହାଶୂନ୍ୟରେ ଚାରିଆଡ଼େ ବ୍ୟାପ୍ତ ଥିଲା। ଅର୍ଥାତ୍‌ ମହାଶୂନ୍ୟ ହିଁ ସତ୍ୟ।
ସବୁ ଜଡ଼ ଓ ଜୀବନ୍ତ ପଦାର୍ଥ ଏହି ମହାଶୂନ୍ୟର ଅଂଶ ମାତ୍ର। ଅର୍ଥାତ୍‌ ଈଶ୍ୱର ହିଁ ମହାଶୂନ୍ୟ; ଯାହାଙ୍କର କିଛି ଆକାର ନାହିଁ। ସେ ଚାରିଆଡ଼େ ବ୍ୟାପ୍ତ। ସବୁଆଡ଼େ, ସବୁ ଜିନିଷରେ, ସବୁ ପ୍ରାଣୀଙ୍କ ଦେହରେ ଈଶ୍ୱର ବିରାଜିତ। ମହାଭାରତ ରଣ ଭୂମି ମଧ୍ୟଭାଗରେ ଦଣ୍ଡାୟମାନ ହୋଇ ମ୍ରିୟମାଣ ପାର୍ଥଙ୍କ ମୋହ ଭଙ୍ଗ ପାଇଁ ଶ୍ରୀକୃଷ୍ଣ ଦେଇଥିବା ଗୀତା ଉପଦେଶରେ ମଧ୍ୟ ଠିକ୍‌ ଏହି କଥା କୁହାଯାଇଛି। ଗୀତାରେ ସ୍ପଷ୍ଟ ବର୍ଣ୍ଣିତ ଯେ ଈଶ୍ୱର ସବୁଆଡ଼େ ସବୁ ପ୍ରାଣୀ ଓ ଜିନିଷରେ ବିଦ୍ୟମାନ। କିନ୍ତୁ ଆଧୁନିକ ବିଜ୍ଞାନ ଈଶ୍ୱରଙ୍କ ସତ୍ତାକୁ ଗ୍ରହଣ କରୁଛି କି? ଏହା ଏକ ଲକ୍ଷେ ଟଙ୍କିଆ ପ୍ରଶ୍ନ? ତେବେ ବିଜ୍ଞାନର ସବୁ ତଥ୍ୟକୁ ମିଶେଇ ଦେଲେ ଗୋଟିଏ ନିଷ୍କର୍ଷ ମିଳେ ଯେ ସମୟ ଓ ଶୂନ୍ୟତା ସମୀକରଣ ତିଆରି ହେବା ପୂର୍ବରୁ କେହି ଜଣେ ଅଜଣା ଘଟକ ନିଶ୍ଚିତ ଥିବ; ଯିଏ ବିଗବ୍ୟାଙ୍ଗ ଭଳି ବିସ୍ଫୋରଣର କାରଣ ହୋଇ ସୃଷ୍ଟିର ନିର୍ମାଣ କରିଥାଇ ପାରେ। ବିଜ୍ଞାନ କୁଣ୍ଠିତ ହୋଇ ସେହି ଅଜଣା ଘଟକକୁ ଈଶ୍ୱର କହି ନ ପାରେ। ତେବେ ମହିମା ଧର୍ମର ଗୂଢ଼ ତତ୍ତ୍ୱ ଯେ ବିଜ୍ଞାନ ସମ୍ବଳିତ ଓ ମହାଶୂନ୍ୟ ହିଁ ସର୍ବ ବ୍ୟାପ୍ତ ଏହା ଚିରନ୍ତନ ସତ୍ୟ। ବ୍ରହ୍ମାଣ୍ଡର ଆରମ୍ଭ ଅଛି କି ନାହିଁ ତାହା ବ୍ରହ୍ମାଣ୍ଡ ବିଜ୍ଞାନୀମାନେ ଏପର୍ଯ୍ୟନ୍ତ ଠିକ ଭାବରେ ଜାଣନ୍ତି ନାହିଁ। ଏହା ପରିବର୍ତ୍ତେ ବିଗବ୍ୟାଙ୍ଗ ବିସ୍ଫୋରଣ ପୂର୍ବରୁ ଏକ ଅନନ୍ତ ଅତୀତ ହୋଇ ଥାଇ ପାରେ ଓ ସମୟ ଅସୀମ ପଛକୁ ଲମ୍ବି ଥାଇ ପାରେ। ବିଜ୍ଞାନ ଅନୁସାରେ ବିଶ୍ୱର ବିସ୍ତାର ଏବଂ ସଂକୋଚନର ଏକ ଅସୀମ ଚକ୍ର ଦେଇ ଗତି କରି ଚାଲିଛି। କିନ୍ତୁ କ୍ୱାଣ୍ଟମ ଥିଓରି ବା ଶୃଙ୍ଖଳ ସିଦ୍ଧାନ୍ତ ଅନୁସାରେ ଶୂନ୍ୟରେ ମଧ୍ୟ ଶକ୍ତି ଅଛି, ସମସ୍ତ ପ୍ରକାରର ଅସମ୍ଭବ ଜିନିଷ ଶୂନ୍ୟରେ ଘଟିପାରେ ଓ ଏହା ପାଇଁ ଏକ ଅଲୌକିକ ଶକ୍ତିର ଆବଶ୍ୟକତା ଅଛି। ବିଜ୍ଞାନ ମତରେ ହୁଏତ ସେହି ଅଲୌକିକ ଶକ୍ତି ହିଁ ଈଶ୍ୱର; ଯାହାକୁ ଶୂନ୍ୟ ଶୂନ୍ୟ ମହାଶୂନ୍ୟ କୁହାଯାଇପାରେ ଓ ଆମ ପ୍ରାଚୀନ ଧର୍ମ ପରମ୍ପରାରେ ଏହା ଉଲ୍ଲିଖିତ ଅଛି। ତେବେ ଉପରୋକ୍ତ ବିଶ୍ଳେଷଣରୁ ଏତିକି କୁହାଯାଇ ପାରେ ଯେ ଈଶ୍ୱର ସର୍ବବ୍ୟାପ୍ତ, ସର୍ବ ବିଦିତ ଓ ମହାଶୂନ୍ୟ ରୂପରେ ରାମ, କୃଷ୍ଣ, ଆଲ୍ଲା ଓ ଯିଶୁ ଭଳି ଭିନ୍ନ ନାମରେ ମଣିଷ ଦ୍ୱାରା ନାମିତ ମାତ୍ର।
ପୂର୍ବ ସିଂଭୁମି, ଯାଦୁଗୁଡା, ଝାଡ଼ଖଣ୍ଡ
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri