ଚନ୍ଦ୍ରରେ ଆଣବିକ ବିସ୍ଫୋରଣ କରିବାକୁ ଚାହୁଁଥିଲା ଆମେରିକା, ଗୁପ୍ତ ସୂଚନାର ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ, ୨୫।୪ : କେତେକ ଗୁପ୍ତ କାଗଜପତ୍ରରୁ ଜଣାପଡିଛି ଯେ ଆମେରିକା ଚନ୍ଦ୍ରରେ ଆଣବିକ ପରୀକ୍ଷଣ ଅନ୍ତର୍ଗତ ବିସ୍ଫୋରଣ କରିବାକୁ ଚାହୁଁଥିଲା। ଆମେରିକା ସରକାରଙ୍କ ଆଡଭାନ୍ସଡ ଏରୋସ୍ପେସ ଥ୍ରେଡ ଆଇଡେଣ୍ଟିଫିକେସନ ପ୍ରୋଗ୍ରାମ (ଏଏଟିଆଇପି)ର ପର୍ଦ୍ଦାଫାଶ୍‌ ହୋଇଥିବା ଗୁପ୍ତ କାଗଜପତ୍ରରେ ଏହା ଉଲ୍ଲେଖ କରାଯାଇଛି। ଆମେରିକା ଚନ୍ଦ୍ରରେ ଭିଜିବିଲିଟି କ୍ଳୋକ୍ସ ଏବଂ ଆଣ୍ଟିଗ୍ରାଭିଟି ଉପକରଣ, ଟ୍ରାଭର୍ସେବଲ ୱର୍ମହୋଲ ଏବଂ ଆଣବିକ ବିସ୍ଫୋରଣ କରି ଚନ୍ଦ୍ରରେ ସୁଡ଼ଙ୍ଗ କରିବା ପାଇଁ ଯୋଜନା କରିଥିଲା।

ତେବେ ବର୍ତ୍ତମାନ ଏଏଟିଆଇପି ଏନେଇ ନିଷ୍କ୍ରିୟ ରହିଛି। ଏହି ଅନୁଷ୍ଠାନ ଆଉ କାର୍ଯ୍ୟ କରୁନାହିଁ।
ରିପୋର୍ଟ ଅନୁଯାୟୀ, ଏହି ଏସମ୍ପର୍କିତ କୌଣସି ପ୍ରଯୁକ୍ତିବିଦ୍ୟାକୁ ଆଗେଇନେବାର ପ୍ରୟାସ କରାଯାଇ ନ ଥିଲା। ଭାରତରେ ରହିଥିବା ସୂଚନା ଅଧିକାର (ଆରଟିଆଇ) ପରି ଫ୍ରିଡମ ଅଫ ଇନଫରମେସନ ଆକ୍ଟ (ଏଫଓଆଇଏ) ଅନ୍ତର୍ଗତ ଏହି ଗୁପ୍ତ କାଗଜପତ୍ର ସମ୍ପର୍କରେ ତଥ୍ୟ ହାସଲ କରାଯାଇଛି। ଏଥିରେ ପୂର୍ବତନ ସିନେଟର ହ୍ୟାରି ଦାୟୀ ବୋଲି କୁହାଯାଉଛି। ଏହି ଯୋଜନା କଦାପି ବାସ୍ତବ ରୂପ ନେଇ ନାହିଁ। ଦ ସନ୍‌ ରିପୋର୍ଟ ଅନୁସାରେ ଏଥିରେ ଥର୍ମୋନ୍ୟୁକ୍ଲିୟର ଉପକରଣ ବ୍ୟବହାର କରି ଚନ୍ଦ୍ର ପୃଷ୍ଠରେ ବିସ୍ଫୋରଣ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିଲା।

୧୬୦୦ ପୃଷ୍ଠାର ଗୁପ୍ତ କାଗଜପତ୍ରରେ ଏଏଟିଆଇପି ଦ୍ୱାରା ପରିଚାଳିତ ଅନୁସନ୍ଧାନର ବହୁ ଚାଞ୍ଚଲ୍ୟକର ବିବରଣୀଗୁଡିକ ପ୍ରକାଶ ପାଇଛି। ଏହା ଏକ ଗୁପ୍ତ ସଂଗଠନ ଥିଲା ଏବଂ ଯେତେବେଳେ ଏହାର ପୂର୍ବତନ ନିର୍ଦ୍ଦେଶକ ପେଣ୍ଟାଗନରୁ ଇସ୍ତଫା ଦେଇଥିଲେ ସେତେବେଳେ ଏହା ବିଷୟରେ ସୂଚନା ସାମ୍ନାକୁ ଆସିଥିଲା।

ଚନ୍ଦ୍ର ଉପରେ ଆଣବିକ ଆକ୍ରମଣ ଯୋଜନା କରୁଥିବା ଏହି ଏଜେନ୍ସି ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା ଏବଂ ୟୁଏଫ୍‌ଓ ବିଷୟରେ ମଧ୍ୟ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।

ଆପୋଲୋ ମିଶନ ବନ୍ଦ ହେବାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଆମେରିକା ସରକାର ଏବଂ ନାସା ଚନ୍ଦ୍ର ପୃଷ୍ଠକୁ ପୁଣି ଯିବା ଲାଗି ପ୍ରୟାସ କରୁଛନ୍ତି। ଏଭଳି ପରିସ୍ଥିତିରେ, ଏହି ନୂତନ ଗୁପ୍ତ ତଥ୍ୟ ବିଷୟରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଆଣବିକ ବିସ୍ଫୋରଣ କରି ଚନ୍ଦ୍ରରେ ସୁଡ଼ଙ୍ଗ କରାଯିବାର ପ୍ରକୃତରେ ଯୋଜନା ଥିଲା କି ନାହିଁ ତାହା ଉପରେ ଅଧିକ ଆଲୋଚନା କରାଯିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

The Real Hero: ଯେତେବେଳେ ଦେଶ ପାଇଁ କାର୍ଗିଲ ଯୁଦ୍ଧ ମଇଦାନକୁ ଓହ୍ଲାଇଥିଲେ ନାନା ପାଟେକର, ଦେଖାଇଥିଲେ ଅସଲ ଦେଶପ୍ରେମ

ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କ ଅଭିନୟ ଓ ଦେଶପ୍ରେମ ବିଷୟରେ ସମସ୍ତେ ପରିଚିତ। ମାତ୍ର ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧ ସମୟରେ…

ପତ୍ନୀଙ୍କୁ କଡ଼ା ଜବାବ ଦେଲେ ମହମ୍ମଦ ଶାମି, ନିର୍ବାଚନ ଲଢ଼ିବାକୁ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୮।୧୦: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ନେଇ ଉତ୍ତରପ୍ରଦେଶ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ଶାମି ରାଷ୍ଟ୍ରୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

‘କଣ୍ଟ୍ରୋଲ୍ ଉଦୟ’ରୁ ‘ଲେ ମୈ ଭୀ ନାଚା’: ନାନା ପାଟେକରଙ୍କ ବିୟୋଗରେ ଝୁରୁଛି ଇଣ୍ଟରନେଟ୍, ଭାଇରାଲ୍ ହେଉଛି ଆଇକନିକ୍ ମିମ୍‌ସ

ପାଣାଜୀ:ଭାରତୀୟ ସିନେମା ଜଗତର ଜଣେ ବରିଷ୍ଠ ତଥା ପ୍ରସିଦ୍ଧ ଅଭିନେତା ନାନା ପାଟେକରଙ୍କର ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସକାଳେ ଗୋଆସ୍ଥିତ ତାଙ୍କ ବାସଭବନରେ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦% ଶସ୍ତା ହେବ ଏହି ଔଷଧ

ନୂଆଦିଲ୍ଲୀ,୮।୧୦: କ୍ୟାନ୍ସର ଚିକିତ୍ସାରେ ଭାରି ଖର୍ଚ୍ଚକୁ ନେଇ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ନନ୍-ସେଡ୍ୟୁଲ୍…

ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ନାରାରେ କମ୍ପିଲା ଲାଞ୍ଜିଗଡ଼

ଲାଞ୍ଜିଗଡ଼,୮ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?