ବେଫିକର ବ୍ୟବସାୟୀ, ଅମାନିଆ ଗ୍ରାହକ: ନିର୍ଦ୍ଦେଶକୁ ଫୁ’ କରିଦେଲା ପରିବା ହାଟ

ଭୁବନେଶ୍ୱର, ୨୧।୯ (ବ୍ୟୁରୋ): କାହା ମଧ୍ୟରେ ନ ଥିଲା ସାମାଜିକ ଦୂରତା। ପୁଣି କାହା ମୁହଁରେ ମାସ୍କ ନ ଥିବାବେଳେ ଆଉ କାହାର କାନରୁ ତଳକୁ ଝୁଲି ରହିଥିଲା। ପୂରା ବ୍ୟସ୍ତରେ ଥିଲେ ବ୍ୟବସାୟୀ, ଆଉ ଅମାନିଆ ହୋଇ ପଡ଼ିଥିଲେ ଗ୍ରାହକ। ଖୁନ୍ଦାଖୁନ୍ଦି ଗହଳି ଭିତରେ ଚାଲିଥିଲା ବେପାର। ଦଳଦଳ ହୋଇ ଚିହ୍ନା ପରିଚିତଙ୍କ ମଧ୍ୟରେ ପଡ଼ିଥିଲା ଚହଳ। କିଏ କହୁଥିଲା ଏତେ କଟକଣାରେ କ’ଣ ଚଳିହେବ। ପୁଣି କିଏ କହୁଥିଲା କରୋନା ଭିତରେ ଏମିତି ତ ଜୀବନ ଚାଲିବ। ରବିବାର ରାଜଧାନୀର ପ୍ରମୁଖ ୟୁନିଟ୍‌-୧ ଅସ୍ଥାୟୀ ପରିବା ହାଟରେ ଏ ପରିସ୍ଥିତି କହୁଥିଲା କରୋନା କଟକଣାକୁ ନେଇ ଆଉ ଉଲ୍ଲଂଘନକାରୀଙ୍କର ଭୟ ନାହିଁ।
ଭୁବନେଶ୍ୱର ଓ କଟକରେ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିବା ପରେ ଉଲ୍ଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପି ଅଭୟ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ଏହାପରଠାରୁ କମିଶନରେଟ ଓ ପୌର ପ୍ରଶାସନ ପକ୍ଷରୁ ଦୋକାନ, ବଜାର, ହାଟ, ଛକରେ ଯାଞ୍ଚ ଓ ଜରିମାନାକୁ ଜୋର୍‌ଦାର କରାଯାଉଛି। ପ୍ରତିଦିନ କେବଳ ଭୁବନେଶ୍ୱରରୁ ପାଖାପାଖି ୩ହଜାର ଅମାନିଆ ଧରାପଡି ତଣ୍ଡ ଗଣୁଛନ୍ତି। ସେହିଭଳି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଓ ଦୋକାନକୁ ମଧ୍ୟ ସିଲ୍‌ କରାଯାଉଛି। ଏପରି ପଦକ୍ଷେପ ଯୋଗୁ ୩ଦିନ ହେବ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ଭୟ କରୁଥିବାବେଳେ ଲୋକେ ମଧ୍ୟ ପଦାକୁ ପୂର୍ବଭଳି ବାହାରି ନ ଥିଲେ। ଫଳରେ ଅଧିକାଂଶ ହାଟବଜାର ଖାଁଖାଁ ରହିଥିଲା। କିନ୍ତୁ ରବିବାର ଆଉ ସମ୍ଭାଳି ପାରି ନ ଥିଲେ ଲୋକେ। ଘରେ ବି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ସରିଯାଇଥିଲା। ରାସ୍ତାପାର୍ଶ୍ୱରେ ପୋଲିସ ଧରିବା ଆଶଙ୍କା ଥିବାରୁ ଲୋକେ ଏକମୁହାଁ ହୋଇ ଧାଇଁଥିଲେ ୟୁନିଟ୍‌-୧ ଅସ୍ଥାୟୀ ପରିବା ହାଟକୁ। ଫଳରେ ସକାଳୁ ଭିଡ଼ ଆରମ୍ଭ ହୋଇଥିଲା। ପାଗ ଭଲ ଥିବାରୁ ଓ ସେଠାରେ ବିଏମ୍‌ସି କିମ୍ବା ପୋଲିସର ଯାଞ୍ଚ ନ ଥିବାରୁ ଲୋକେ ଅମାନିଆ ହୋଇଯାଇଥିଲେ। ଯେଉଁସ୍ଥାନରେ ପୋଲିସ ପ୍ରହରା ରହିଥିଲା ସେଠାରେ ସ୍ଥିତି ସ୍ବାଭାବିକ ଥିଲା। କିନ୍ତୁ ୟୁନିଟ୍‌-୧ ପରିବା ହାଟ ଭଳି ଅନେକ ସ୍ଥାନରେ ଭିଡ଼ ଦେଖିବାକୁ ମିଳିଥିଲା।
କରିବାକୁ ଆସିଥିବା ସରୋଜ ଜେନା କୁହନ୍ତି, ଏବେ ତ ସବୁ ଖୋଲିଗଲା। ଆଉ କ’ଣ ଅଛି? ସମୟ ହେଲେ ତ ହାଟକୁ ସଉଦା କରିବାକୁ ଆସୁଛୁ। ଭିଡ଼ ରହୁଥିଲେ ମଧ୍ୟ ଆସିବାକୁ ପଡ଼ୁଛି। ଏଠି ଯଦି ପଛକୁ ରହି ଅପେକ୍ଷା କରିବୁ ତା’ହେଲେ କିଛି ମିଳିବନି। ପରିବା ବ୍ୟବସାୟୀ ସୁଶାନ୍ତ ଜେନା କୁହନ୍ତି, ଆମେ ସମସ୍ତ ପ୍ରକାର ନିୟମ କାନୁନ ପାଳନ କରୁଛୁ। ହେଲେ ଲୋକ ଭିଡ଼ ଜମାଉଛନ୍ତି। କିପରି ଶୀଘ୍ର ସାମଗ୍ରୀ ନେଇ ଘରକୁ ଯିବେ ସେଇ କଥାରେ ବ୍ୟସ୍ତ କରାଉଛନ୍ତି। ଆମେ ବ୍ୟବସାୟ କରିବାକୁ ଆସୁଛୁ, କାହାକୁ ମନା କରିବୁ? ଆମେ ମନା କଲେ ସେ ପାଖ ଦୋକାନକୁ ଯାଉଛନ୍ତି। ତେଣୁ ଏପରି ସ୍ଥିତିରେ ହିଁ ବ୍ୟବସାୟ କରୁଛୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ଭୁବନେଶ୍ୱରରେ ବିଏମ୍‌ସି ଓ କମିଶନରେଟ୍‌ ପୋଲିସର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ରିପୋର୍ଟ ଦେଉଛି। ହେଲେ ଭୁବନେଶ୍ୱରର ହାଟ ବଜାର ସ୍ଥିତି ଦେଖିବା ପରେ ତାହାସବୁ ସାମୟିକ ଓ ଲୋକଦେଖାଣିଆ ପରି ଲାଗୁଛି। ହାଟରେ ଅସମ୍ଭାଳ ଭିଡ଼ ଜମୁଥିବାବେଳେ ରାସ୍ତାରେ ବୁଲି ବାହାବା ନେଉଛି। ବର୍ତ୍ତମାନ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଏଭଳି ଆଭିମୁଖ୍ୟ ଆଗକୁ ପୁଣି ପୁନରାବୃତ୍ତି ଘଟାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମେ’ ୧୫ ସୁଦ୍ଧା ଯୁକ୍ତ୨ ଫଳ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ତେବେ ଗତ ୨ଦିନ ହେବ...

ଆସିବ ସ୍ବତନ୍ତ୍ର ଯୁବ ବଜେଟ

ଭୁବନେଶ୍ୱର,୨୫।୪(ଅନିଲ ଦାସ)/ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା/ଶେରଗଡ଼(ସୂର୍ଯ୍ୟନାରାୟଣ ଦାଶ)ରାଜ୍ୟର ବିକାଶରେ ଯୁବଶକ୍ତିର ଉପଯୋଗ ହେବ। ଯୁବ ବର୍ଗଙ୍କ ପାଇଁ ରାଜ୍ୟରେ ଆସିବ ସ୍ବତନ୍ତ୍ର ଯୁବ ବଜେଟ। ୨୦୨୪ରୁ ୨୦୩୪ ଦଶକ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri