Posted inଫୁରସତ

ପର୍ଯ୍ୟଟନରେ ‘ଅନନ୍ୟ ଦୁର୍ଗ ଖିମସର୍‌’

ରାଜସ୍ଥାନର ନାଗାଉର୍‌ ଜିଲା ଅନ୍ତର୍ଗତ ଖିଓଁସର୍‌ ଗାଁ ନିକଟରେ ରହିଛି ଏହି ଐତିହାସିକ ଦୁର୍ଗ ଖିମସର୍‌; ଯାହାର ଅପରୂପ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଅଦ୍ଭୁତ ବାସ୍ତୁକଳା ଓ ଭବ୍ୟତା ପାଇଁ ଏହା ରାଜସ୍ଥାନର ସବୁଠାରୁ ସୁନ୍ଦର ଦୁର୍ଗର ମାନ୍ୟତା ବି ପାଇଛି। କେବଳ ସେତିକି ନୁହେଁ ଅପୂର୍ବ ସୌନ୍ଦର୍ଯ୍ୟ ପାଇଁ ଏହି ଦୁର୍ଗଟିକୁ ପରେ ଏକ ହେରିଟେଜ୍‌ ହୋଟେଲ୍‌ରେ ମଧ୍ୟ ପରିଣତ କରି ଦିଆଯାଇଛି। ଯେଉଁଥିପାଇଁ ରାଜକୀୟ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକମାନଙ୍କର ଏଠାରେ ବେଶ୍‌ ଭିଡ଼ ଜମୁଥିବାର ଦେଖିବାକୁ ମିଳୁଛି…

ରାଜସ୍ଥାନର ନାଗାଉର୍‌ ଜିଲାରେ ରହିଛି ଅପୂର୍ବ ସୌନ୍ଦର୍ଯ୍ୟଭରା ଏକ ଐତିହାସିକ ଦୁର୍ଗ; ଯାହାର ନାଁ ହେଉଛି ଖିମସର୍‌ ଦୁର୍ଗ। ପର୍ଯ୍ୟଟକଙ୍କ ରୁଚିକୁ ଚାହିଁ କ୍ରମେ ଏହି ଦୁର୍ଗକୁ ଏକ ହେରିଟେଜ୍‌ ହୋଟେଲ୍‌ର ମାନ୍ୟତା ମିଳିଛି; ଯେଉଁଠାରେ ପର୍ଯ୍ୟଟକ ବୁକିଂ କରି ରହିପାରିବେ ଏବଂ ରାଜକୀୟ ଆତିଥେୟର ଭରପୂର ମଜା ନେଇପାରିବେ। କିନ୍ତୁ ଏଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ହେବ। ତେବେ ଏହି ଐତିହାସିକ ଦୁର୍ଗ ବା ହେରିଟେଜ୍‌ ହୋଟେଲ୍‌ରେ କ’ଣ ସବୁ ଖାସ୍‌ ରହିଛି ଆସନ୍ତୁ ଜାଣିବା …

ଖିମସର୍‌ ଦୁର୍ଗର ଇତିହାସ
ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଆଜକୁ ପ୍ରାୟ ୫୦୦ ବର୍ଷ ତଳେ ରାଜା ରାଓ କରମଜୀଙ୍କ ଦ୍ୱାରା ଏହି ଦୁର୍ଗଟି କୁଆଡେ ନିର୍ମାଣ କରାଯାଇଥିଲା। ହେଲେ ଏହି ଦୁର୍ଗର ଆକର୍ଷଣୀୟ ବାସ୍ତୁକଳାକୁ ଦେଖି ଅନ୍ୟ ଶତ୍ରୁ ରାଜାମାନଙ୍କର ମଧ୍ୟ ଏହା ପ୍ରତି ଲୋଭ ବଢିଥିଲା। ଯେଉଁଥିପାଇଁ ଅତୀତରେ ଏହି ଦୁର୍ଗକୁ ଅକ୍ତିଆର କରିବାକୁ ନେଇ ଅନେକ ରାଜକୀୟ ଯୁଦ୍ଧ ହୋଇଥିବାର ନଜିର ରହିଛି।

ଖିମସର୍‌ ଦୁର୍ଗର ଆକର୍ଷଣ
ସୂଚନାନୁଯାୟୀ, ପ୍ରାୟ ୧୧ ଏକର ଜମି ଉପରେ କୁଆଡ଼େ ଏହି ଦୁର୍ଗଟି ନିର୍ମିତ ହୋଇଛି। ଏଠାରେ ରହିଛି ଅନେକ ବଡ଼ ବଡ଼ କୋଠରୀ, ଯାହାକୁ ଏବେ ପର୍ଯ୍ୟଟକଙ୍କ ରହଣୀ ନିମନ୍ତେ ଆଲିସାନ୍‌ ରୁମ୍‌ର ରୂପ ଦିଆଯାଇଛି। ତା’ସହିତ ଏହି ଦୁର୍ଗ ଭିତରେ ରହିଛି ଏକ ବଡ଼ ସୁଇମିଂ ପୁଲ, ବାସ୍ତୁକଳାପୂର୍ଣ୍ଣ ଉଚ୍ଚ ଉଚ୍ଚ ଖମ୍ବ, ସୌନ୍ଦର୍ଯ୍ୟପୂର୍ଣ୍ଣ ବଗିଚା, ବଡ଼ ଅଗଣା ତଥା ଆକର୍ଷଣୀୟ ବାସ୍ତୁକଳାରେପୂର୍ଣ୍ଣ ଖୁବ୍‌ ସୁନ୍ଦର ସୁନ୍ଦର ମୂର୍ତ୍ତିମାନ। ସବୁଠୁ ବଡ଼ କଥା ହେଉଛି ଏହି ଦୁର୍ଗ ଭିତରେ ପ୍ରାୟ ୫୦ ପ୍ରଜାତିର ସୁନ୍ଦର ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ; ଯେଉଁମାନଙ୍କର କାକଳି ପର୍ଯ୍ୟଟକଙ୍କୁ ବେଶ୍‌ ଆନମନା କରିଥାଏ। ତା’ଛଡ଼ା ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କର ଆତିଥେୟରେ ଯେମିତି କିଛି ବି ଅସୁବିଧା ନ ହୁଏ, ସେଥିପାଇଁ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ। ଏଠାକାର କର୍ମଚାରୀଙ୍କୁ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଥାଏ। ସେମାନେ ଖୁବ୍‌ ନମ୍ର ଓ ଭଦ୍ରାମୀର ସହ ପର୍ଯ୍ୟଟକଙ୍କର ସବୁ ଭଲମନ୍ଦ କଥା ବୁଝିଥାନ୍ତି।

କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ବି ଶୀତଦିନ ହେଉଛି ଏଥିପାଇଁ ସର୍ବୋତ୍ତମ। କାରଣ ଏହି ସମୟରେ ଏଠାକାର ତାପମାତ୍ରା ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ଥାଏ। ତ’ଛଡ଼ା ଏହି ଖିମସର୍‌ ଦୁର୍ଗ ନିକଟରେ ବି ଆହୁରି ଛୋଟବଡ଼ ଅନେକ ଦୁର୍ଗ ରହିଛି; ଯାହାକୁ ପର୍ଯ୍ୟଟକ ବୁଲି ଦେଖି ମଧ୍ୟ ପାରିବେ। ସବୁଠୁ ବଡ଼ କଥା ହେଉଛି ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏଠାରେ ଓଟ ତଥା ଜିପ୍‌ ସଫାରୀର ମଧ୍ୟ ସୁବିଧା ରହିଛି। ଫଟୋଗ୍ରାଫି ପାଇଁ ବି ଏଠାରେ ଅନେକ ସୁବିଧା ଉପଲବ୍ଧ ଅଛି। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?