ଆକ୍ସନ ମୁଡରେ କେନ୍ଦ୍ର ସରକାର: ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନାର ଦ୍ୱିତୀୟ ଲହର ଏବେ ଦେଶରେ ବେଲଗାମ ହେବାରେ ଲାଗିଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ସମସ୍ତ ରେକର୍ଡ ଭାଙ୍ଗିଛି। ପ୍ରତିଦିନ କରୋନା ସଂକ୍ରମଣ ୨ଲକ୍ଷରୁ ଊର୍ଦ୍ଧ୍ୱ ରହିଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ୩ଟି ରାଜ୍ୟରେ ଯଥା ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ କରୋନା ପ୍ରକୋପ ଅଧିକ ରହିଛି। ଏପରିକି ହସ୍ପିଟାଲରେ ବେଡ୍‌ ମିଳୁ ନ ଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଲମ୍ବା ଲାଇନ ଲଗାଇବାକୁ ପଡ଼ୁଛି। କରୋନା ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଇତିମଧରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରକୁ ଗସ୍ତ କରିଥିଲେ। ସେଠାରେ ସେ ସ୍ବାସ୍ଥ୍ୟ ସୁବିଧା, ଡାକ୍ତର ଅଭାବ ଓ କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଚଳିତ ଥର ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ହର୍ଷବର୍ଦ୍ଧନ ଚିନ୍ତା ପ୍ରକଟ କରିଛନ୍ତି। ଏଥିସହ ଲୋକଙ୍କୁ ଧର୍ଯ୍ୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଚଳିତ ବର୍ଷ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଖାଲି ନାହିଁ। ହେଲେ କାହାକୁ ଭୟ କରିବାର ଆବଶ୍ୟକତା ନାହିଁ ଦେଶରେ ଏବେ ବି ୨୦ଲକ୍ଷ ବେଡ୍‌ ଉପଲବ୍ଧ ଅଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ତେବେ ଏମ୍ସ ଗସ୍ତ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଏମ୍ସର ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରୀଆ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାୟାବତୀଙ୍କୁ ମୁଁ ସମ୍ମାନ କରେ: ଅଖିଳେଶ

ଲକ୍ଷ୍ନୌ,୫।୬: ଏସ୍‌ପି-ବିଏସ୍‌ପି ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମାୟାବତୀ ଏକ ପ୍ରକାର ଅଖିଳେଶଙ୍କଠାରୁ ମୁହଁ ଫେରାଇ ନେଇଛନ୍ତି କହିଲେ ଚଳେ। ମେଣ୍ଟ ନ ହେଲେ...

୫ ବିଦେଶ ଫେରନ୍ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଗଲା

ଖୋର୍ଦ୍ଧା ଅଫିସ,୨୮ା୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଶୁକ୍ରବାର ଜିଲାର ୫ଜଣ ବିଦେଶ ଫେରନ୍ତା...

ଆଇବି ଅଫିସର ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୪ା୬: ଉତ୍ତରପୂର୍ବ ଦିଲ୍ଲୀରେ ଦଙ୍ଗା ସୃଷ୍ଟି କରିବା ଏବଂ ଗୋଇନ୍ଦା ବ୍ୟୁରୋ (ଆଇବି) ଅଫିସର ଅଙ୍କିତ୍‌ ଶର୍ମାଙ୍କୁ ହତ୍ୟା ପଛରେ ଗଭୀର ଷଡ଼ଯନ୍ତ୍ର ଥିଲା। ନିଲମ୍ବିତ...

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା...

ସୁନା-ରୁପା ଶସ୍ତା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା...

ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ହାଫିଜଙ୍କ ପୁଅ

ନୂଆଦିଲ୍ଲୀ,୧୦।୧୨: ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ପୁଅ ତହ୍ଲା ସଇଦ ଏକ ବୋମା ବିସ୍ଫୋଣର ସ୍ଥଳରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି।...

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ...

ଭୋକ ସହ ଲଢ଼େଇରେ ୫ ରାଜ୍ୟ ଆଗୁଆ: ନୀତି ଆୟୋଗ

ନୂଆଦିଲ୍ଲୀ,୧୧।୬: ଭୋକ ସହ ଲଢ଼େଇରେ ଦେଶର ୫ ରାଜ୍ୟ ଆଗୁଆ ରହିଛନ୍ତି। ଏନେଇ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ପଞ୍ଜାବ, କେରଳ, ଗୋଆ,...

Advertisement


Archives

Model This Week

Why Dharitri