ଉଦ୍ଦେଶ୍ୟହୀନ ପ୍ରବେଶ

ଆକାର ପଟେଲ

ଚଳିତ ବର୍ଷ ଜାନୁୟାରୀରେ ଆମେରିକା ୨୦୧୮ର ଏକ ଗୁପ୍ତ ଡକ୍ୟୁମେଣ୍ଟକୁ ଅଗୁପ୍ତ ଶ୍ରେଣୀଭୁକ୍ତ କଲା ପରେ ସବୁକଥା ସାମ୍ନାକୁ ଆସିଛି। ଚାଇନା ସୃଷ୍ଟି କରୁଥିବା ଅସହନଶୀଳ ପ୍ରଭାବକୁ ପ୍ରତିରୋଧ କରିବା ପାଇଁ ଆମେରିକା ତା’ଜାତୀୟ ସୁରକ୍ଷା ରଣନୀତିକୁ ପ୍ରାଧାନ୍ୟ ଦେବାକୁ ହେବ ବୋଲି ଏଥିରେ କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ଭାରତକୁ ପସନ୍ଦର ଭାଗୀଦାରି ଭାବେ ନେଇ ସାମୁଦ୍ରିକ ସୁରକ୍ଷା ବଜାୟ ରଖିବା ସହ ଚାଇନାର ପ୍ରଭାବକୁ ପ୍ରତିହତ କରିବାକୁ ଆମେରିକା ଚାହେଁ ବୋଲି ଡକ୍ୟୁମେଣ୍ଟର ଦର୍ଶାଯାଇଛି। ଏଥିପାଇଁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ନୌସେନାକୁ ନେଇ ଚାଇନାର ପ୍ରଭାବକୁ ରୋକିବା ପାଇଁ ଏକ କ୍ୱାଡ୍ରିଲାଟରାଲ(କ୍ୱାଡ୍‌) ଢାଞ୍ଚା ଗଠନ କରିବାକୁ ଆମେରିକାର ଲକ୍ଷ୍ୟ। ଆମେରିକା ସହଯୋଗରେ କିପରି ଏକ ଦୃଢ଼ ତଥା ପ୍ରଭାବୀ ଭାରତୀୟ ସେନା ଗଠନ କରାଯିବ ସେ ସମ୍ପର୍କରେ ଏହି ଡକ୍ୟୁମେଣ୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ହାସଲ କରୁଥିବା ସେନା ଓ ରଣନୀତିକ ଦକ୍ଷତାକୁ ପ୍ରତିରୋଧ କରିବାର ନକ୍ସା ମଧ୍ୟ ଏହି ଡକ୍ୟୁମେଣ୍ଟରେ ପ୍ରସ୍ତୁତ କରାଯାଇଛି। କ୍ୱାଡ୍‌ ଅପରେଶନ ଅଞ୍ଚଳ ଯାହାକୁ ଇଣ୍ଡୋ ପାସିଫିକ୍‌ ବୋଲି କୁହାଯାଉଛି, ତାହା ‘ମଲକ୍କା ଷ୍ଟ୍ରେଟ୍‌’ର ଚାରିପାଖରେ ହିଁ କେନ୍ଦ୍ରିତ। ମାଲେସିଆ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିତ୍ବା ଏହି ଅଣଓସାରିଆ ପ୍ୟାସେଜ୍‌ ଦେଇ ଚାଇନା ଅଧିକ ଆମଦାନୀ ଓ ରପ୍ତାନି କରେ। ଏଣୁ ଆମେରିକାର ଏଭଳି ରଣନୀତିକୁ ଚାଇନା ‘ମଲକ୍କା ବିପର୍ଯ୍ୟୟ’ ବୋଲି ବିଚାର କରୁଛି ଏବଂ ସେଥିପାଇଁ ସ୍ଥଳପଥରେ ବିକଳ୍ପ ପଥ ଖୋଲୁଛି। ଚାଇନାକୁ ବାଧା ଦେବାକୁ ଭାରତ କାହିଁକି ଏହି ମେଣ୍ଟରେ ସ୍ବାକ୍ଷର କଲା ତାହା ଏଯାବତ ସ୍ପଷ୍ଟ ହୋଇ ନାହିଁ। ପାର୍ଲାମେଣ୍ଟରେ ବିନା ଆଲୋଚନାରେ, ଗଣମାଧ୍ୟମକୁ ସାକ୍ଷତକାର ନ ଦେଇ, ପ୍ରେସ୍‌ କନଫରେନ୍ସ ନ କରି, ଇସ୍ତାହାରରେ ଏହା ଉପରେ କୌଣସି ସଙ୍କେତ ନ ଦେଇ ମୋଦି ଆମେରିକା ସହ ଏକ ରଣନୈତିକ ଭାଗୀଦାରି ଏବଂ ସେନା ମେଣ୍ଟ ଭିତରକୁ ଉଦ୍ଦେଶ୍ୟହୀନ ଭାବେ ପ୍ରବେଶ କଲେ। ଫେବୃୟାରୀ,୨୦୨୦ରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଓ ଲଦ୍ଦାଖ ସଙ୍କଟ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଚାଇନା ବିରୋଧରେ ମୋଦି ଏହି ବୁଝାମଣାରେ ଭାରତର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
୨୭ ଅକ୍ଟୋବର ୨୦୨୦ରେ ଆମେରିକା ପ୍ରତିରକ୍ଷା ସଚିବ ମାଇକ୍‌ ପମ୍ପିଓଙ୍କ ଭାରତ ଗସ୍ତ ସମୟରେ ଭାରତ ବେସିକ୍‌ ଏକ୍ସଚେଞ୍ଜ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ (ବିଇସିଏ)ରେ ସ୍ବାକ୍ଷର କରିଥିଲା। ଏହି ଚୁକ୍ତି ବଳରେ ଭାରତକୁ ମିଶାଇଲ ଓ ସଶସ୍ତ୍ର ଡ୍ରୋନ୍‌ଗୁଡ଼ିକର କାର୍ଯ୍ୟରେ ଉନ୍ନତି ଆଣିବାକୁ ଆମେରିକୀୟ ଇଣ୍ଟେଲିଜେନ୍ସ ସହାୟତା ମିଳିପାରିବ। ଦ୍ୱିତୀୟରେ ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ (ଏଲ୍‌ଇଏମ୍‌ଓଏ) କରାଯାଇଥିଲା। ଏଥିରେ ଯୋଗାଣ, ସ୍ପେୟାର ପାର୍ଟସ୍‌ ଓ ସେବା ପରସ୍ପରର ଘାଟି ଏବଂ ବନ୍ଦରରୁ ଉପଲବ୍ଧ ହେବା ଭଳି ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରେ ବିଇସିଏ ଚୁକ୍ତି ସ୍ବାକ୍ଷର କରି ପମ୍ପିଓ ସିଧାସଳଖ ଚାଇନାକୁ ଆକ୍ରମଣ କରିଥିଲେ। କେବଳ ଚାଇନା ସହ ସବୁ ପ୍ରକାର ଧମକ ବିରୋଧରେ ଆମେରିକା ଓ ଭାରତ ସହଯୋଗକୁ ମଜଭୁତ କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ଏସ୍‌ପର କହିଥିତ୍ଲେ, ସମସ୍ତଙ୍କ ପାଇଁ ଏକ ମୁକ୍ତ ତଥା ଉନ୍ମୁକ୍ତ ଇଣ୍ଡୋ ପାସିଫିକ୍‌ ନିଶ୍ଚିତ କରିବାକୁ ଭାରତ ଓ ଆମେରିକା କାନ୍ଧକୁ କାନ୍ଧ ମିଳାଇ ଚାଲିଛନ୍ତି। ବିଶେଷକରି ଚାଇନା ବୃଦ୍ଧି କରୁଥିତ୍ବା ଉତ୍ତେଜନା ଏବଂ ଅସ୍ଥିରତାକୁ ଦୃଷ୍ଟିରେ ରଖି ଏହା କରାଯାଉଛି ବୋଲି ସେ କହିଥିଲେ। ପୋମ୍ପେଓ ଓ ଏସ୍‌ପରଙ୍କ ନିକଟରେ ଠିଆ ହୋଇଥିତ୍ବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଚାଇନା ନାଁ ଧରିଲେ ନାହିଁ। ଆମେରିକାର ରଣନୀତିର ଲେଖା ଘୋଷଣା କରାଗଲା ପରେ ଚାଇନା କହିଲା, ଇଣ୍ଡୋ ପାସିଫିକ୍‌୍‌ ରଣନୀତିକୁ ଉପଯୋଗ କରି ଚାଇନାକୁ ଦବାଇବା ସହ ଆଞ୍ଚଳିକ ଶାନ୍ତି ଓ ସ୍ଥିିରତାକୁ ଅଣଦେଖା କରିବାରେ ଆମେରିକାର ମନ୍ଦ ଉଦ୍ଦେଶ୍ୟ ରହିଛି। ଏହି ଲେଖା ଏଭଳି ବିଷୟକୁ ସାମ୍ନାକୁ ଆଣିଛି। ଆମେରିକା ଅନ୍ୟ ଦେଶଗୁଡ଼ିକୁ ଏକାଠି କରି ଆଞ୍ଚଳିକ ଶାନ୍ତି, ସ୍ଥିରତା, ଏକତା ଏବଂ ସହଯୋଗକୁ ଅଣଦେଖା କରି ସମସ୍ୟା ସୃଷ୍ଟି କରୁଛି। ଏହା ଦ୍ୱାରା ତା’ ଅସଲ ମୁଖା ଖୋଲିଯାଇଛି। କିନ୍ତୁ ଏହି ଡକ୍ୟୁମେଣ୍ଟ ପ୍ରକାଶ ପାଇବା ପରେ ତା’ ଉପରେ ଭାରତ କିଛି ବି ପ୍ରତିକ୍ରିୟା ପ୍ରକାଶ କଲା ନାହିଁ। ଆରମ୍ଭରୁ ସ୍ବାକ୍ଷର କରିଥିବା ତୃତୀୟ ଚୁକ୍ତି କମ୍ୟୁନିକେଶନ କମ୍ପାକ୍ଟିବିଲିଟି ଆଣ୍ଡ୍‌ ସିକ୍ୟୁରିଟି ଏଗ୍ରିମେଣ୍ଟ(ସିଓଏମ୍‌ସିଏଏସ୍‌ଏ) ବଳରେ ଭାରତ ଗୁପ୍ତ କୋଡ୍‌ରେ ଯୋଗାଯୋଗ ରଖୁଥିତ୍ବା ଉପକରଣ ଓ ସିଷ୍ଟମ୍‌ ପାଇପାରିବ। ଏହା ଦ୍ୱାରା ଉଭୟ ଦେଶର ସେନା କମାଣ୍ଡର, ଯୁଦ୍ଧ ବିମାନ ଏବଂ ପୋତଗୁଡ଼ିକ ସୁରକ୍ଷିତ ନେଟଓ୍ବର୍କ ମାଧ୍ୟମରେ ଯୋଗାଯୋଗ କରିପାରିବେ। ମୋଟ ଉପରେ ଦୁଇ ଦେଶର ସେନା ସହଯୋଗ କ୍ଷେତ୍ରରେ ବିଇସିଏ, ଏଲ୍‌ଇଏମ୍‌ଓଏ ଏବଂ ସିଓଏମ୍‌ସିଏଏସ୍‌ଏ ଚୁକ୍ତି ତିନୋଟି ମୂଳାଧାର ବୋଲି କୁହାଯାଇପାରେ। ମୋଦି ସି ପିନ୍‌ଙ୍କୁ ଉହାନରେ ସାକ୍ଷାତ କରିବାକୁ ଯିବାର ୫ ମାସ ପରେ ସେପ୍ଟେମ୍ବର ୨୦୧୮ରେ ସିଓଏମ୍‌ସିଏଏସ୍‌ଏ ଚୁକ୍ତି ସ୍ବାକ୍ଷର ହୋଇଥିଲା। ୨୮ ଏପ୍ରିଲ ୨୦୧୮ରେ ମୋଦି ଓ ସି ପିନଙ୍କ ମଧ୍ୟରେ ଉହାନ ସ୍ପିରିଟ ଚୁକ୍ତି କରାଯାଇଥିଲା। ଭାରତ ଓ ଚାଇନା ଶତ୍ରୁତା ବଦଳରେ ପରସ୍ପରକୁ ସହଯୋଗ କରିବେ ବୋଲି ଏଥିରେ କୁହାଯାଇଛି। ସେମାନେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ବୃଦ୍ଧି କରିବେ। ଏଠାରେ ସ୍ପିରିଟ ସହଯୋଗକୁ ସୂଚିତ କରୁଛି, ଶତ୍ରୁତାକୁ ନୁହେଁ। ମୋଦି ଏହାକୁ ସମ୍ପୂର୍ଣ୍ଣ ଭାବେ ବୁଝିଛନ୍ତି କି ନାହିଁ ତାହା ହିଁ ସମସ୍ୟା।
ମୋଦି ସି’ଙ୍କ ସହ ହାତ ମିଳାଉଥିଲାବେଳେ ଚାଇନା ଉଦ୍ଦେଶ୍ୟରେ ଭାରତ ଟ୍ରମ୍ପଙ୍କ ଇଣ୍ଡୋପାସିଫିକ୍‌ ରଣନୀତିକୁ ଇସାରା ଦେଉଥିତ୍ଲା। ଚଳିତ ବର୍ଷ ମେ’ରେ ସେନା ମୁଖ୍ୟ ନରଓ୍ବଣେ ପିଟିଆଇକୁ ଏକ ସାକ୍ଷାତକାରରେ କହିଥିଲେ ଯେ, କ୍ୱାଡ୍‌ ଏକ ସାମରିକ ମେଣ୍ଟ ନୁହେଁ। ଏହା ଏକ ବହୁପକ୍ଷୀୟ ଗୋଷ୍ଠୀ, ଯାହା ମୁଖ୍ୟତଃ ଇଣ୍ଡୋ ପାସିଫିକ୍‌ ସମସ୍ୟା ଉପରେ ଧ୍ୟାନ ଦେଇଛି। ଅଯଥା ଭୟ ସୃଷ୍ଟି କରିବାକୁ କେତେକ ଦେଶ କ୍ୱାଡ୍‌କୁ ଏକ ସାମରିକ ମେଣ୍ଟ ଭାବେ ଚିତ୍ରଣ କରୁଛନ୍ତି ବୋଲି ସେନା ମୁଖ୍ୟ କହିଥିଲେ। ଏଣୁ ଆମେରିକାର ଚାଇନା ବିରୋଧୀ ସେନା ମେଣ୍ଟରେ ଭାରତ ରହିଛି କି ନାହିଁ ତାହା ଜଣାପଡ଼ୁନାହିଁ। କାରଣ ଏହା ଉପରେ କୌଣସି ଆଲୋଚନା କରାଯାଇନାହିଁ କି ସ୍ପଷ୍ଟୀକରଣ ଦିଆଯାଇନାହିଁ। ସମ୍ଭବତଃ ଏ ସମ୍ପର୍କରେ ଆମ ପକ୍ଷରୁ ଠିକ୍‌ ଭାବେ ଚିନ୍ତା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri