କାବୁଲ ବିସ୍ଫୋରଣ: ଷଡ଼ଯନ୍ତ୍ରକାରୀ ନିହତ

ଓ୍ବାଶିଂଟନ, ୨୯।୮: ଆଫଗାନିସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଇସ୍‌ଲାମିକ ଷ୍ଟେଟ୍‌ ଖୋରାସାନ (ଆଇଏସ୍‌-କେ) ବିସ୍ଫୋରଣ ଘଟାଇବାର ୪୮ ଘଣ୍ଟା ନ ପୂରୁଣୁ ଆମେରିକା ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆମେରିକା ସୈନ୍ୟବାହିନୀ ଉକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଶନିବାର ଏୟାରଷ୍ଟ୍ରାଇକ୍‌ କରିଛି। ଆଫଗାନିସ୍ତାନର ନଙ୍ଗରହାର ପ୍ରଦେଶରେ ଆମେରିକାର ଡ୍ରୋନ୍‌ ମାଡ଼ରେ ଆଇଏସ୍‌-କେ ସଂଗଠନର ଭବିଷ୍ୟତ ଆକ୍ରମଣ ଯୋଜନା ପ୍ରସ୍ତୁତକାରୀ (ପ୍ଲାନର) ଓ ତାଙ୍କର ଜଣେ ସହଯୋଗୀ ନିହତ ହୋଇଛନ୍ତି। ତେବେ ଗୁରୁବାର କାବୁଲ ବିମାନବନ୍ଦର ବିସ୍ଫୋରଣ ଘଟଣାର ଯୋଜନା ସେ ପ୍ରସ୍ତୁତ କରିଥିଲେ କି ନାହିଁ ସେ ନେଇ ଆମେରିକା ସେଣ୍ଟ୍ରାଲ କମାଣ୍ଡ ସ୍ପଷ୍ଟ କରିନାହିଁ। ଆଇଏସ୍‌-କେ ପ୍ଲାନରଙ୍କ ବିରୋଧରେ ଶନିବାର ଆମେରିକା ସୈନ୍ୟବାହିନୀ ପକ୍ଷରୁ ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର ବିଲ୍‌ ଉର୍ବାନ ଏକ ବିବୃତିରେ କହିଛନ୍ତି। ଟାର୍ଗେଟକୁ ଭେଦ କରାଯାଇଛି ଓ କୌଣସି ସାଧାରଣ ନାଗରିକ ମୃତାହତ ହୋଇ ନ ଥିବା ସେ ସୂଚନା ଦେଇଛନ୍ତି।
ଆଇଏସ୍‌-କେର ହଜାର ହଜାର ଆତଙ୍କବାଦୀ ନଙ୍ଗରହାର ପ୍ରଦେଶରେ ଆତ୍ମଗୋପନ କରିଥିବା ବିଶ୍ୱାସ କରାଯାଉଛି। କାବୁଲ ବିମାନବନ୍ଦର ବାହାରେ ହୋଇଥିବା ବିସ୍ଫୋରଣ ପାଇଁ ଏହି ସଂଗଠନ ନିଜକୁ ଦାୟୀ କରିଥିଲା। ଉକ୍ତ ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁବାରର ଆକ୍ରମଣ ଆଫଗାନିସ୍ତାନରେ ଆମେରିକା ନେତୃତ୍ୱାଧୀନ ସେନା ଉପରେ ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ଭୟାନକ ଆକ୍ରମଣ ଥିଲା। ଆକ୍ରମଣକାରୀଙ୍କୁ ଖୋଜିକରି ମାରିବୁ ବୋଲି ଦିନକ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଧମକ ଦେଇଥିଲେ। ଏହା ପରେ ପେଣ୍ଟାଗନ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଡ୍ରୋନ୍‌ ଆକ୍ରମଣରେ ଗୋଟିଏ ଘର ଧ୍ୱଂସ ହେବା ସହ କେତେକ ଗାଡ଼ି ଜଳିଯାଇଥିବା ଦେଖାଯାଇଛି। ବିଶ୍ୱାସ କରାଯାଉଥିବା ନିର୍ଦ୍ଦିଷ୍ଟ ବିପଦ ଶେଷ ହେବାକୁ ଯାଉଛି ଏବଂ ଆମେ ସେଭଳି ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଏହା ଜଣାଇଦେବାକୁ ଚାହୁଁ ବୋଲି ଶୁକ୍ରବାର ପେଣ୍ଟାଗନ ପ୍ରେସ୍‌ ସଚିବ ଜନ୍‌ କିର୍‌ବି ଏକ ଖବରଦାତା ସମ୍ମିଳନୀରେ କହିଥିଲେ। କାବୁଲରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଦିନକ ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ଲାଗି ଭାରତ-ଚାଇନା ମଧ୍ୟରେ ଜୋର୍‌ଦାର ଆଲୋଚନା

ନୂଆଦିଲ୍ଲୀ,୨୮।୩: ପୂର୍ବ ଲଦାଖରେ ଦୀର୍ଘଦିନର ସୀମା ବିବାଦ ପରେ ଭାରତ ଏବଂ ଚାଇନାର ଶୀର୍ଷ କୂଟନୀତିଜ୍ଞମାନଙ୍କ ମଧ୍ୟରେ ସାନି ଆଲୋଚନା ଆରମ୍ଭ ହୋଇଛି। ପ୍ରକୃତ ନିୟନ୍ତ୍ରଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୮।୩ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ଏବଂ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣା ଉପରେ ଆମେରିକାର ମନ୍ତବ୍ୟ ଅବାଞ୍ଛିତ ବୋଲି...

ଭାରତର ଆପତ୍ତି ସତ୍ତ୍ୱେ ସୁଧୁରୁନି ଆମେରିକା, ପୁଣି କେଜ୍‌ରିଓ୍ବାଲଙ୍କ ଗିରଫକୁ ନେଇ ଏମିତି କହିଲା

ଓ୍ବାଶିଂଟନ୍‌,୨୮।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଗିରଫଦାରୀ ଉପରେ ଆମେରିକା ପୁଣି ଥରେ ମନ୍ତବ୍ୟ ଦେଇଛି। ଭାରତ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଆମେରିକା ଏଥିରୁ ନିବୃତ୍ତ...

ରାଜକୁମାରୀଙ୍କୁ କ୍ୟାନସର, ତଥାପି ତୁଟୁନି ରାଜ ପରିବାର କଳି

ଲଣ୍ଡନ,୨୮।୩: ବ୍ରିଟିଶ ରାଜ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ମତଭେଦ ବଢିବାରେ ଲାଗିଛି। ରାଜକୁମାରୀ କେଟ ମିଡଲେଟନ କ୍ୟାନସର ରୋଗ ସହ ସଂଗ୍ରାମ କରୁଛନ୍ତି। ଏହି...

୭୦ ହଜାର ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର

ନୂଆଦିଲ୍ଲୀ,୨୭।୩: ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଆଗାମୀ ସମୟରେ ୭୦ ହଜାର କର୍ମଚାରୀଙ୍କୁ ଛଟେଇ କରିବେ ସରକାର। ମାର୍ଚ୍ଚ ୨୬ ରେ ଏକ କାର୍ୟ୍ୟକ୍ରମରେ ସମ୍ବୋଧନ...

ଥାଇଲାଣ୍ଡରେ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ

ବ୍ୟାଙ୍କକ୍‌,୨୭ା୩:ଥାଇଲାଣ୍ଡ ପାର୍ଲାମେଣ୍ଟର ନିମ୍ନ ସଦନ ବୁଧବାର ସମଲିଙ୍ଗୀ ବିବାହ ସମ୍ପର୍କିତ ବିଲ୍‌କୁ ମଞ୍ଜୁରୀ ଦେଇଛି। ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୪୧୫ ସଦସ୍ୟଙ୍କ ମଧ୍ୟରୁ ୪୦୦ ଜଣ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ...

ଆମେରିକାର ବ୍ରିଜ୍‌ ଭୁଶୁଡିବା ଘଟଣା: ଜାହାଜ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ଓ୍ବାଶିଂଟନ୍‌,୨୭।୩: ଆମେରିକାର ମେରିଲ୍ୟାଣ୍ଡସ୍ଥିତ ବାଲଟିମୋର ସହରରେ ଏକ ନଦୀ ଉପରେ ନିର୍ମିତ ବ୍ରିଜ୍‌ ଏକ ଜାହାଜ ସହିତ ଧକ୍କା ହେତୁ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri