‘ଆକସ୍ମିକମ୍‌’ର ନାୟକ

ନାଟକରେ ନିର୍ଭୀକ ପରୀକ୍ଷଣ ଓ ଅନେକ ବିଷୟବସ୍ତୁରେ ଅସାଧାରଣ ଦୃଶ୍ୟ ଅନ୍ତର୍ନିହିତ ଥିବା ଦେଖିବାକୁ ମିଳୁଥିବାରୁ ଓମ୍‌ଚେରି ଏନ୍‌.ଏନ୍‌. ପିଲାଇଙ୍କ ନାଟ୍ୟ ରଚନା ମାଲାୟଲୀ ସାହିତ୍ୟରେ ଏକ ଭିନ୍ନ ଧାରା ସୃଷ୍ଟି କରିପାରିଛି। ନିକଟରେ ୨୦୨୦ ଲାଗି ଏହି ଲେଖକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ମିଳିବ ବୋଲି ଘୋଷଣା ହେବା ପରେ ତାଙ୍କ ଜୀବନୀ ଓ ଲେଖନୀ ଯାତ୍ରା ବିଷୟରେ ଅଧିକ କିଛି ଜାଣିବାକୁ ପାଠକ ଆଗ୍ରହ ରଖିବା ସ୍ବାଭାବିକ।
ଓମ୍‌ଚେରୀ କେରଳର ପାଲାରିଭାଟ୍ଟୋମ୍‌ରେ ୧୯୨୪ରେ ଜନ୍ମଗ୍ରହଣ କରିଥିଲେ। ତରୁଣ ଅବସ୍ଥାରୁ ସେ କବିତା ଲେଖିବା ଆରମ୍ଭ କରିଥିଲେ। ଥିରୁଭାନନ୍ତପୁରମ୍‌ରୁ କଲେଜ ଶିକ୍ଷା ଶେଷ କରିବା ପରେ ସେ ୧୯୫୧ରେ ଦିଲ୍ଲୀ ଆକାଶବାଣୀର ନ୍ୟୁଜ୍‌ ବିଭାଗରେ ଯୋଗ ଦେଇଥିଲେ। ପରେ ପ୍ରକାଶନ ବିଭାଗର ସମ୍ପାଦକ ହୋଇଥିଲେ। ମାସ୍‌ କମ୍ୟୁନିକେଶନ ବା ଜନସଞ୍ଚାର କ୍ଷେତ୍ରରେ ଉଚ୍ଚଶିକ୍ଷା କରିବା ସକାଶେ ସେ ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟ ଓ ମେକ୍ସିକୋ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ଦିଗରେ ବହୁ ଅଭିଜ୍ଞତା ଅର୍ଜନ କରିଥିବା ଓମ୍‌ଚେରୀ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରେ ମଧ୍ୟ କାର୍ଯ୍ୟ କରିଥିଲେ। କର୍ମମୟ ଜୀବନ ଭିତରେ ରହିଥିଲେ ମଧ୍ୟ ଲେଖାଲେଖି ପ୍ରତି ଗଭୀର ଅନୁରାଗ ତାଙ୍କୁ ନୂଆ ସୃଷ୍ଟି କରିବା ଲାଗି ଅବସର ଦେଇଥିବା ସେ ପ୍ରକାଶ କରିଛନ୍ତି। ତାଙ୍କ ପ୍ରଥମ ନାଟକ ଥିଲା ‘ଏ ଭେଲିଚାମ୍‌ନିଗାଲୁଦେଥାକୁନ୍ନୁ’ (ଏହି ଆଲୋକ ଆମର)। ତତ୍‌କାଳୀନ ବିଶିଷ୍ଟ ପାର୍ଲାମେଣ୍ଟାରିଆନ୍‌ ଏ.କେ. ଗୋପାଲନ୍‌ଙ୍କ କହିବା ଅନୁଯାୟୀ ଓମ୍‌ଚେରୀ ଏହି ନାଟକ ରଚନା କରିଥିଲେ ବୋଲି କହିଥାଆନ୍ତି। ତାଙ୍କ ପାଇଁ ଆନନ୍ଦର କଥା ଥିଲା ଯେ, ସେହି ନାଟକରେ ସଂସଦର ସେତେବେଳର ସଦସ୍ୟ କେ.ସି. ଜର୍ଜ, ପି.ଟି. ପିନୋସେ, ଇ.କେ. ଇମ୍ବିଛି ବାଭା, ଭି.ପି. ନାୟାର ପ୍ରମୁଖ ଅଭିନୟ କରିଥିଲେ। ଓମ୍‌ଚେରୀଙ୍କ ନାଟ୍ୟଯାତ୍ରାରେ ଏଇ ଯେଉଁ ବ୍ୟକ୍ତିମାନେ ସଂଶ୍ଳିଷ୍ଟ ଥିଲେ ସମସ୍ତେ କେରଳର ଥିଲେ। ଏହା ପରଠାରୁ ସେ ନାଟକ ରଚନା ପ୍ରତି ଗଭୀର ମନୋନିବେଶ କରିଥିଲେ। ୯ଟି ସମ୍ପୂର୍ଣ୍ଣ ନାଟକ ଓ ୮୦ଟି ଏକାଙ୍କିକା ରଚନା କରି ସେ ମାଲାୟଲୀ ସାହିତ୍ୟକୁ ସମୃଦ୍ଧ କରିପାରିଛନ୍ତି। କେବଳ ଜଣେ ସାମ୍ବାଦିକ ବା ନାଟ୍ୟକାର ଭିତରେ ନିଜକୁ ସୀମିତ ନ ରଖି ସେ ନାଟ୍ୟ ସଙ୍ଗଠକର ଭୂମିକା ନିର୍ବାହ କରିଛନ୍ତି। ୧୯୬୩ରେ ସେ ‘ଏକ୍ସପେରିମେଣ୍ଟାଲ ଥିଏଟର’ ଗଢ଼ିଥିଲେ। ଡିସି ବୁକ୍ସ ୨୦୧୧ରେ ତାଙ୍କ ଲିଖିତ ୨୬ ସୁନିର୍ବାଚିତ ନାଟକ ସଙ୍କଳନ କରି ପ୍ରକାଶ କରିବା ପରେ ତାହା ପାଠକଙ୍କ ପାଇଁ ସୁଖପାଠ୍ୟ ହୋଇପାରିଛି। ଓମ୍‌ଚେରୀଙ୍କ ସାହିତ୍ୟକୃତି ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ କରାଇପାରିଛି। ୧୯୭୨ରେ ନାଟକ ‘ପ୍ରଳୟମ୍‌’ ଏବଂ ୨୦୧୦ରେ ମାଲାୟଲୀ ସାହିତ୍ୟକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତେବେ ୯୭ ବର୍ଷୀୟ ଏହି ପ୍ରଥିତଯଶା ନାଟ୍ୟକାରଙ୍କ ଆତ୍ମଜୀବନୀ ‘ଆକସ୍ମିକମ୍‌’ କେନ୍ଦ୍ର ସାହିତ୍ୟ ଏକାଡେମୀ ପାଇବା ଲାଗି ଘୋଷଣା ହେବା ପରେ ପରପିଢ଼ି ତାଙ୍କ ସୃଜନଯାତ୍ରା ବିଷୟରେ ବହୁ ତଥ୍ୟ ଜାଣିବାକୁ ପାଇବେ ବୋଲି ସମୀକ୍ଷକ ମତ ଦେଇଛନ୍ତି।
ଓମ୍‌ଚେରୀଙ୍କ ଏହି ସାହିତ୍ୟ ଯାତ୍ରାରେ ତାଙ୍କ ସହଧର୍ମିଣୀ ତଥା ଗାୟିକା ଲିଲାଙ୍କ ଅବଦାନ ଯଥେଷ୍ଟ ରହିଛି। ଲିଲା ବିଶିଷ୍ଟ ମାଲୟାଲମ୍‌ ଗାୟକ କାମୁକରା ପୁରୁଷୋଥମମ୍‌ଙ୍କ ଭଉଣୀ। ଓମ୍‌ଚେରୀ ଓ ଲିଲାଙ୍କ ବ୍ୟକ୍ତିଗତ ଜୀବନ ସହ କଳାତ୍ମକ ଯାତ୍ରାର ଯେଭଳି ମିଶ୍ରଣ ଘଟିଛି, ତାହା କ୍ୱଚିତ ଦମ୍ପତିଙ୍କ ଭାଗ୍ୟରେ ଜୁଟିଥାଏ। ସେମାନଙ୍କର ପୁଅ ଏସ୍‌.ଡି. ଓମ୍‌ଚୋରୀ ଓ ଝିଅ ଦୀପ୍ତି ଓମ୍‌ଚୋରୀ ଭାଲ୍ଲା ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଯେ ଝିଅ ଦୀପ୍ତି ହେଉଛନ୍ତି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟାଙ୍ଗନା। ଏକ ପରିବାର ସମ୍ପୂର୍ଣ୍ଣ କଳା ଓ ସାହିତ୍ୟରେ ନିଜକୁ ନିମଜ୍ଜିତ କରି ମାଲାୟଲୀ ସୃଜନକ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହୋଇଛନ୍ତି। ଉତ୍ତରବୟସରେ ଅବତୀର୍ଣ୍ଣ ହୋଇଥିଲେ ମଧ୍ୟ ଓମ୍‌ଚେରୀ ସାହିତ୍ୟ ରଚନାରେ ନିଜକୁ ନିମଗ୍ନ ରଖିବା ମା’ ସରସ୍ବତୀଙ୍କ ତାଙ୍କ ପ୍ରତି ଶ୍ରେଷ୍ଠ ବରଦାନ ବୋଲି କୁହାଯାଇପାରିବ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri