Posted inଜାତୀୟ

ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…

ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ ବିବାଦ ମଧ୍ୟରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) କାର୍ଯ୍ୟକାରୀ ହେବ।

ସମାନ ନାଗରିକ ସଂହିତା ସବୁବେଳେ ଭାଜପାର ଏଜେଣ୍ଡାରେ ସାମିଲ ହୋଇଛି। ଏହା ଦଳର ନିର୍ବାଚନ ପ୍ରତିଶ୍ରୁତିର ଏକ ଅଂଶ ହୋଇଛି। ହିଜାବ ବିବାଦ ମାଧ୍ୟମରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଭାଜପା ଯୋଜନା କରୁଥିବା ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଧାମିଙ୍କ ମନ୍ତବ୍ୟ ପରେ ଏନେଇ ଆଲୋଚନା ଅଧିକ ହେଉଛି।

୧୯୯୮ ଲୋକସଭା ନିର୍ବାଚନରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଭାଜପା ୩ ଟି ପ୍ରମୁଖ ପ୍ରତିଶ୍ରୁତି ଉପରେ ଭୋଟ ମାଗିଥିଲା ସେଗୁଡ଼ିକ ହେଉଛି ଧାରା ୩୭୦ ରଦ୍ଦ, ଅଯୋଧ୍ୟାରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଏବଂ ସମାନ ନାଗରିକ ସଂହିତାର କାର୍ଯ୍ୟକାରିତା ବାଜପେୟୀଙ୍କ ନେତୃତ୍ୱରେ ଭାଜପା ୧୩ ଦଳର ଏକ ମିଳିତ ମଞ୍ଚ ଗଠନ କରି ସରକାର ଗଠନ କଲା। ମାତ୍ର ଭାଜପା ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନ ଥିଲା।

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହା ପରେ ମଧ୍ୟ ଦଳ ପ୍ରଥମ କାର୍ଯ୍ୟକାଳରେ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରି ହୋଇ ନ ଥିଲା।

୨୦୧୯ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାଜପା ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବା ପରେ ଦ୍ୱିତୀୟ କାର୍ଯ୍ୟକାଳର ଆରମ୍ଭରେ, ଅଗଷ୍ଟ ୨୦୧୯ରେ, ଧାରା ୩୭୦ ଅନୁଯାୟୀ ଜମ୍ମୁ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରା ଯାଇଛି। ଅଯୋଧ୍ୟା ବିବାଦରେ ମନ୍ଦିର ସପକ୍ଷରେ କୋର୍ଟଙ୍କ ନିଷ୍ପତ୍ତି ଭାଜପାର ଆଉ ଏକ ବଡ ନିର୍ବାଚନ ପ୍ରତିଶ୍ରୁତି ମଧ୍ୟ ପୂରଣ ହୋଇଛି।

ବର୍ତ୍ତମାନ ଭାଜପାର ମୁଖ୍ୟ ଏଜେଣ୍ଡା ହେଉଛି ସମାନ ନାଗରିକ ସଂହିତା, ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ୟୁନିଫର୍ମ ସିଭିଲ କୋଡକୁ ନେଇ ବିବାଦ ୭୦ ବର୍ଷରୁ ଅଧିକ ପୁରୁଣା। ପାର୍ଲାମେଣ୍ଟରେ ଏହା ଉପରେ ଦୀର୍ଘ ବିତର୍କ ମଧ୍ୟ ହୋଇଥିଲା।

ସମ୍ବିଧାନ ଡ୍ରାଫ୍ଟର ଧାରା ୩୫, ଯାହା ସମ୍ବିଧାନ ଗ୍ରହଣ ହେବା ପରେ ଧାରା ୪୪ ରେ ପରିଣତ ହୋଇଛି। ଏଥିରେ ସମଗ୍ର ଭାରତରେ ନାଗରିକଙ୍କ ପାଇଁ ଏକ ୟୁନିଫର୍ମ ସିଭିଲ କୋଡ ସୁରକ୍ଷିତ କରିବାକୁ ରାଜ୍ୟ ଚେଷ୍ଟା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏବେ ଭାଜପା ହିଜାବ ବିବାଦ ମାଧ୍ୟମରେ ସମାନ ନାଗରିକ ସଂହିତା ଲାଗୁ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ଦଣ୍ଡାଦେଶ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ନୂଆଦିଲ୍ଲୀ,୨୪।୩: ୨୦୧୯ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ...

ଅମରିନ୍ଦର କଲେ ଘୋଷଣା: ଗଢିବେ ନୂଆ ଦଳ

ଚଣ୍ଡିଗଡ,୨୦।୧୦: ଶେଷରେ ପଞ୍ଜାବରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ପାଇଁ କ୍ୟାପଟେନ ଅମରିନ୍ଦର ସିଂ। ଏନେଇ ସେ ବୁଧବାର ଘୋଷଣା କରିଛନ୍ତି। ଏହି...

ଏଲ୍‌ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…

ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ...

ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ

ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ...

ଯୁବତୀଙ୍କୁ ଅପହରଣ ପରେ ଗଣବଳାତ୍କାର: ବହିଷ୍କୃତ ହେଲେ ଭାଜପା କର୍ମକର୍ତ୍ତା

ଭୋପାଳ, ୨୨ା୨- ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ଶାହଦୋଲ ଜିଲାର...

ବିହାରର ବନ୍ୟା ପରିସ୍ଥିତିକୁ ଦେଖି ଜରୁରୀ ବୈଠକ ଡାକିଲେ ନୀତୀଶ

ପାଟନା,୩୦।୭: ବିହାରର ବନ୍ୟା ପରିସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ରାଜ୍ୟର ମନ୍ତ୍ରୀ, ମୁଖ୍ୟ ସଚିବ, ପ୍ରମୁଖ...

ଜାତୀୟ ପୁରସ୍କାର ବିଜେତା ଅଭିନେତାଙ୍କ ପରଲୋକ: କରୋନାରେ ଥିଲେ ଆକ୍ରାନ୍ତ

ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ‘କୋର୍ଟ’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଲେଖକ, ଗାୟକ ତଥା ଅଭିନେତା ଭୀରା ସାଥିଦାରଙ୍କର ୬୧ ବର୍ଷରେ ପରଲୋକ ଘଟିଛି।...

ଭିତିରି କଥା କହିଲେନି

ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ...

Advertisement
Archives

Model This Week