ୟୁନିଫାଏଡ୍‌ ପଲିସି, ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଣଦେଖା

ପୁରୀ ଅଫିସ,୭।୮: ନୀଳାଦ୍ରି ଭକ୍ତନିବାସରେ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ରଥଯାତ୍ରା ଓ ସ୍ନାନଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଏଥିସହ ଆଦର୍ଶ ଗୁରୁକୁଳ, ସେବକ ବାସଗୃହ ନିର୍ମାଣ ସମେତ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସିଥିବା ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ତେବେ ୟୁନିଫାଏଡ୍‌ ପଲିସି ଓ ରତ୍ନଭଣ୍ଡାର ମରାମତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଅଣଦେଖା କରାଯାଇଛି।
ବୈଠକରେ ପ୍ରଥମେ ଗତ ମେ ୨୧ ଓ ଜୁନ୍‌ ୭ ତାରିଖ ପରିଚାଳନା କମିଟି ବୈଠକର ବିବରଣୀ ଦୃଢ଼ୀକରଣ କରାଯାଇଥିଲା। ପୂର୍ବ ପରିଚାଳନା କମିଟିର ବିବରଣୀକୁ ଅନୁପାଳନ କରିବା ଲାଗି ଆଲୋଚନା ହୋଇଥିଲା। ଚଳିତବର୍ଷ ଅନୁଷ୍ଠିତ ସ୍ନାନଯାତ୍ରା ଓ ରଥଯାତ୍ରା କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଆସନ୍ତା ବର୍ଷ କିଭଳିି ସ୍ନାନଯାତ୍ରା ଓ ରଥଯାତ୍ରାକୁ ଆହୁରି ସୁବ୍ୟବସ୍ଥିତ ଓ ସୁପରିଚାଳିତ କରାଯାଇପାରିବ ସେନେଇ ପ୍ରସ୍ତାବ ଆଗତ ହୋଇଛି। ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତମାନେ ରଥରେ ଚଢିବେ ବୋଲି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି। ସେ ଆହୁରି କହିଛନ୍ତି, ଆଦର୍ଶ ଗୁରୁକୁଳ ସୋସାଇଟି ସମ୍ପର୍କରେ ଆଲୋଚନା ହୋଇଛି। ସୋସାଇଟି ରେଜିଷ୍ଟ୍ରେଶନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ଆବେଦନ ପଠାସରିଛି। ଏ ନେଇ ଖୁବ୍‌ଶୀଘ୍ର ବିର୍ଲା ଫାଉଣ୍ଡେଶନ ସହ ଏମ୍‌ଓୟୁ କରାଯିବ। ତେଣୁ ଏମ୍‌ଓୟୁ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେଲା। ଗୁରୁକୁଳ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବା ଉପରେ ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେଉଛି। ଶ୍ରୀମନ୍ଦିର ସେବକ ବାସଗୃହ ସମ୍ପର୍କରେ ଆଲୋଚନା କରାଯିବା ସହ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ପରିଚାଳନା କମିଟି ନିର୍ଦ୍ଦେଶ କ୍ରମେ ଆସନ୍ତା ୪ ମାସ ମଧ୍ୟରେ ଏହାର କାର୍ଯ୍ୟ ଆରମ୍ଭ ହେବ। ସେହିଭଳି ଲ୍ୟାଣ୍ଡ୍‌ ସବ୍‌କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ପାରିତ କରାଯାଇଛି। ଅତିଥି ଭବନ ବୁକିଂ ପାଇଁ ଅନ୍‌ଲାଇନରେ ରେଜିଷ୍ଟ୍ରେଶନ ପ୍ରକ୍ରିୟାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ପାର୍ଟନର ଭାବେ ଗ୍ରହଣ କରାଯିବ। ଏନେଇ ପରିଚାଳନା କମିଟିରେ ଅନୁମୋଦନ ମିଳିଥିବାବେଳେ ରାଜିନାମା ସ୍ବାକ୍ଷର କରାଯିବ। ଅନଲାଇନରେ ବୁକିଂ ବ୍ୟବସ୍ଥାକୁ ଦୃଢ଼ କରିବାକୁ ଚେଷ୍ଟା କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ରତ୍ନସିଂହାସନ ଓ ରୋଷଘର ବ୍ୟାରିକେଡିଂ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବ। ତେବେ ଭକ୍ତମାନେ ରତ୍ନସିଂହାସନ ଛୁଇଁପାରିବେ ନାହିଁ କି ରୋଷଘରେ ପ୍ରବେଶ କରି ପାରିବେ ନାହିଁ। ମାତ୍ର ଅନ୍ୟ ସମସ୍ତ ସ୍ଥାନ ବୁଲିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ଏଏସ୍‌ଆଇ ସୁପରିଣ୍ଡେଣ୍ଡେଣ୍ଟ ଅରୁଣ ମଲ୍ଲିକ ବୈଠକରେ ଯୋଗଦେଇଥିଲେ। ଆଦର୍‌ରତା କାରଣରୁ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ଲାଷ୍ଟର ଖସିନାହିଁ। ଠିକ ଭାବେ ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ଆସନ୍ତା ରଥଯାତ୍ରାରେ ପ୍ଲାଷ୍ଟର ଖସିଥିବା ସ୍ଥାନ ମରାମତି ହେବ ବୋଲି ଏଏସ୍‌ଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?