ଶୁଣିଲାନି ପ୍ରଶାସନ: ଗାଁ ଲୋକେ ତିଆରି କଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା,୧୦।୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି।ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରେ ଦୃଷ୍ଟି ନ ଦେବାରୁ ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଅଞ୍ଚଳର କିଛି ସମାଜସେବୀ ଏବଂ ଏବଂ ଗ୍ରାମବାସୀ ବାଧ୍ୟ ହୋଇ ନିଜସ୍ବ ଉଦ୍ୟମରେ ଶ୍ରମଦାନ କରି କାଠ ଓ ଜରିପାଲରେ ଯାତ୍ରୀ ଅସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିଛନ୍ତି । ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଏଠାରେ ରହି ବସ,ଓ ଅଟୋକୁ ଅପେକ୍ଷା କରୁଛନ୍ତି । ଏପରି ଏକ ଜନସେବା କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅଞ୍ଚଳବାସୀ ସମେତ ଅପେକ୍ଷା ରତ ଯାତ୍ରୀ ଓ ଛାତ୍ରଛାତ୍ରୀ ମାନେ ସାଧୁବାଦ ଜଣାଇଛନ୍ତି ।ଏଥି ପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଞ୍ଚାୟତର ମୁଖ୍ୟ ଛକସ୍ଥାନ ମାନଙ୍କରେ ପ୍ରଶାସନ ପକ୍ଷରୁ ସ୍ଥାୟୀ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଗ୍ରାମର ସମାଜ ସେବୀ ଅରୁଣ ନାୟକ, ବିଞ୍ଜାମିନ ନାୟକ, ବୁଦ୍ଧିଜୀବୀ, ବ୍ୟବସାୟୀ ସଙ୍ଘ, ଅଟୋ ସଙ୍ଘ, ଏବଂ ଗ୍ରାମବାସୀ ପ୍ରମୁଖ ଦାବି ଜଣାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

ବିଜୟୀ ସରକାର ଉପରେ ଲାଗି ରହିଛି ସସପେନ୍ସ! ରାଜ୍ୟପାଳଙ୍କୁ AAMK ବିଧାୟକଙ୍କ ସମର୍ଥନ ପତ୍ର ଦାଖଲ କଲା TVK, ଥାନାରେ ପହଞ୍ଚିଲା…

ଚେନ୍ନାଇ,୯।୫: ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଅଭିନେତାରୁ ରାଜନେତା ହୋଇଥିବା ଜୋସେଫ ବିଜୟ ଶନିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ…

ହାନ୍ତା ଭାଇରସ୍‌ ସଂକ୍ରମିତ କ୍ରୁଜ୍‌ ଜାହାଜରେ ୨ ଭାରତୀୟ

ଲଣ୍ଡନ/ନୂଆଦିଲ୍ଲୀ,୯ା୫: ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri