ପୂରଣ ହୋଇପାରୁନି ପ୍ରତିଶ୍ରୁତି

ନୂଆଗାଁ,୧୩ା୮(ବିଜୟ ତ୍ରିପାଠୀ )ପୂରଣ ହୋଇପାରୁନି ପ୍ରତିଶ୍ରୁତି। ଅସୁବିଧା ଭୋଗୁଛନ୍ତି ଲୋକେ। ସୁନ୍ଦରଗଡ଼ ଜିଲା ନୂଆଗଁା ଆଦିବାସୀ ଅଧ୍ୟୁଷିତ ବ୍ଲକ ପ୍ରତି ଅଣଦେଖା କରୁଛନ୍ତି ସରକାର ଓ ପ୍ରଶାସନ। ବ୍ଲକର ୨୦ ପଞ୍ଚାୟତର ଲୋକେ ଆଜି ପ୍ରଶ୍ନ କରୁଛନ୍ତି କୁଆଡ଼େ ଗଲା ତହସିଲ କାର୍ଯ୍ୟାଳୟ, ଫାଣ୍ଡିରୁ ଥାନାର ମାନ୍ୟତା ଦେବା ପ୍ରତିଶ୍ରୁତି। ଏପରିକି ପୁରୁଣାପାଣିରେ ଥିବା ଖଣି ପୁନରୁଦ୍ଧାର ପ୍ରସ୍ତାବିତ ସିମେଣ୍ଟ କାରଖାନା ନିର୍ମାଣ କେବଳ ପ୍ରତିଶ୍ରୁତିରେ ସୀମିତ ରହିଯାଇଛି l ଉକ୍ତ ପ୍ରସଙ୍ଗ ଆଜିର ନୁହେଁ, ବିଗତ ଅନେକ ବର୍ଷ ହେଲା ଏହି ଦାବି ହୋଇ ଆସୁଛି l ହେଲେ ଏଥିପ୍ରତି କାହାର ନଜର ପଡ଼ୁନାହିଁ। ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି। ନୂଆଗଁା ବ୍ଲକରେ ତହସିଲ, ଥାନା, କାରଖାନା କିଛି ହୋଇପାରୁନାହିଁ। ଜିଲାର ୧୭ ବ୍ଲକ ମଧ୍ୟରୁ ୧୬ ବ୍ଲକରେ ତହସିଲ କାର୍ଯ୍ୟାଳୟ କରାଗଲା। ହେଲେ ନୂଆଗାଁ ବ୍ଲକ ଏଥିରୁ ବାଦ୍‌ ପଡ଼ିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବ୍ଲକରେ ତହସିଲ କାର୍ଯ୍ୟାଳୟ ଖୋଲାଯିବା ନେଇ ଘୋଷଣା ସତ୍ତ୍ୱେ ନୂଆଗାଁ ବ୍ଲକ ପ୍ରତି ଆଣଦେଖା କରାଯାଉଛି। ଏହି ବ୍ଲକର ୨୦ ପଞ୍ଚାୟତରେ ବସବାସ କରୁଥିବା ଲୋକେ ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ବୀରମିତ୍ରପୁର ତହସିଲଠାରୁ ଅଧିକାଂଶ ଗ୍ରାମର ଦୂରତା ୩୦ ରୁ ୪୦ କି.ମି. ହେବ l ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଶାସକ ଦଳର ନେତାଙ୍କଠାରୁ ଆରମ୍ଭକରି ବିରୋଧୀ ଦଳର ନେତାମାନେ ନୂଆଗାଁରେ ତହସିଲ କାର୍ଯ୍ୟାଳୟ ଖୋଲିବା ନେଇ ଦାବି ଉପସ୍ଥାପନ କରି ଆସୁଛନ୍ତି, ହେଲେ ଫଳ ଶୂନ l ସେହିଭଳି ନୂଆଗାଁ ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯିବ ବୋଲି ୨୦୧୩ ମେ ୨୫ରେ ତତ୍କାଳୀନ ଆଇଜି ଆର୍‌. କେ. ଶର୍ମା କହିଥିଲେ l ହେଲେ ଫାଣ୍ଡି ଥାନାର ମାନ୍ୟତା ପାଇଲାନାହିଁ l ପୁରୁଣାପାଣି ଚୂନପଥର ଖଣି ଯାହାକି ୨୦୦୧ରୁ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି l ସେଠାରେ କୋଟି କୋଟି ଟଙ୍କାର ଯନ୍ତ୍ର ଖତ ଖାଉଛି l ସେଲ୍‌ ଦ୍ୱାରା ପରିଚାଳିତ ସ୍ବାସ୍ଥ୍ୟ କେନ୍ଦ୍ର,ସ୍କୁଲ ସବୁ ବନ୍ଦ l ସରକାରଙ୍କ ପକ୍ଷରୁ ବହୁ ପ୍ରତିଶ୍ରୁତି ମିଳିଲା କି ଚୂନପଥର ଖଣିର ପୁନରୁଦ୍ଧାର ହେବ ଓ ସେଠାରେ ସିମେଣ୍ଟ କାରଖାନା କରାଯିବ l ହେଲେ ଏ ସବୁ କେବଳ ପ୍ରତିଶ୍ରୁତିରେ ସୀମିତ ରହିଲା l


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍‌ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…

କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…

‘ତୁମର ଜାତି କ’ଣ, ତୁମେ କୋଭିଡ ଟିକା କେଉଁଠାରୁ ନେଇଛ…’; ଜନଗଣନାରେ ପଚରାଯିବ ଏମିତି ୪୦ ପ୍ରଶ୍ନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସରକାର ୨୦୨୭ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪୦ଟି ପ୍ରଶ୍ନ ଚୂଡ଼ାନ୍ତ କରିଛନ୍ତି। ଏହି ପ୍ରକ୍ରିୟା ସମୟରେ, ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି…

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri