ଅଧୁରା ସ୍ବପ୍ନ

ଦ୍ୱିତୀ ଚନ୍ଦ୍ର ସାହୁ

ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍‌ କଳାହାଣ୍ଡିଆ ମେଘ ପରି ।

ଆସିବ ରାଝିଯିବ । ନ ହେଲେ ପବନ ସହ ଆଉ କୁଆଡେ ଉଡିଯିବ। ବେଶି ସମୟ ରହିପାରେ ନାହିଁ ବୋଲି ଆମେ ଦେଖୁଥିବା ସ୍ବପ୍ନ ବେଶି ସମୟ ଆମ ସ୍ମୃତିରେ ରହିପାରେନି । ଅନେକ ସ୍ବପ୍ନ ସକାଳୁ ତାଜା ହୋଇ ମନେପଡେ । ଆଉ କିଛି ଝାପ୍‌ସା ହୋଇ ସ୍ମୃୃତିରେ ରହିଥାଏ ସକାଳ ସମୟତକ । ଅଧିକ ସ୍ବପ୍ନ ଉଠିଲାପରେ ମନକୁ ଆସେ ନାହିଁ ଜମା । ଗତ ରାତିରେ ଦେଖିଥିବା ସବୁ ସୁଖଦ ସ୍ବପ୍ନଗୁଡାକୁ ଯେତେ ଚେଷ୍ଟା କଲେ ବି ମନେପଡେନି। ଏପରି କି କ’ଣ ଦେଖିଥିଲେ ତା’ର ଆଦି ଅନ୍ତ ହିଁ ଜଣାପଡେନି। ଆମେ ଚେତନା ସ୍ତରରେ ଯାହା ପରିକଳ୍ପନା କରୁ, ଈପ୍‌ସିତ ମନରେ ଯାହା ଲୁଚି ରହିଥାଏ  ସେସବୁ ଦୁର୍ବାର କାମନାଗୁଡିକ ଗଭୀର ନିଦରେ ସ୍ବପ୍ନରୂପରେ ଭିନ୍ନ ଭିନ୍ନ ପ୍ରକାରେ ମନରେ କାଳ୍ପନିକ ଦୃଶ୍ୟକ୍ରମରେ କାୟା ବିସ୍ତାର କରିବସେ। ଅବଶ୍ୟ କେବେ ଅଦ୍ଭୁତ ଖିଆଲର ସ୍ବପ୍ନ ସବୁ ବି ଦିଶେ । ସେସବୁ ସ୍ବପ୍ନର ଚରିତ୍ର, ଘଟଣାର କୌଣସି ତାଳମେଳ ବି ରହେନି । ମୁଦ୍ରିତ ଆଖିରେ ଦେଖୁଥିବା ସ୍ବପ୍ନର ବାସ୍ତବତା ଏମିତି କିଛି ଖଟାମିଠାରେ ଭରା । ସଚେତନ ଭାବେ ବି ଆମେ ଗୁଡାଏ ଅଭୀପ୍ସା ରଖୁ ଭବିଷ୍ୟତକୁ ନେଇ। ନିଜର ତଥା ପରିବାରର ବିକାଶର ଚିତ୍ରକୁ ମାନସିକସ୍ତରରେ ଅଙ୍କନ କରୁ । ସେହି ନକ୍ସାକୁ ମନରେ ଧରି ଘୂରି ବୁଲୁ । ସେସବୁକୁ ଆବଶ୍ୟକତା ଅନୁସାରେ କ୍ରମାନୁସାରେ ସଜେଇ ବି ଥାଉ ।

ବହୁତ ସ୍ବପ୍ନ ନିଜର ସାମର୍ଥ୍ୟଠାରୁ ଅଧିକ ଥାଏ । ନିଜର ପାରିବାପଣଠାରୁ ଢେର ଗୁଣରେ ବିରାଟ । ନିଜର ସ୍ଥିତିଠାରୁ ବେଶି ।

ସ୍ବପ୍ନକୁ ଦେଖିବା ଯେତିକି ସହଜ ତାକୁ ହାସଲ କରିବା ଭାରି କଷ୍ଟ ।

ଅନେକ ପରିଶ୍ରମ ଓ ଅର୍ଥ ଆବଶ୍ୟକ । ଆମେ ଦେଖୁଥିବା ବହୁତ ସ୍ବପ୍ନ ସାଧାରଣତଃ ପାର୍ଥତ୍ବ ଓ ଭୋଗ ସହ ସଂଶ୍ଲିଷ୍ଟ । ସେଥିପାଇଁ ଆମେ ନିଜର ଆଚରଣ ଓ ଉଚ୍ଚାରଣ ବଦଳେଇବାକୁ ପଡେ ଅନେକକ୍ଷେତ୍ରରେ । କେବଳ ସ୍ବପ୍ନଭୁକ ହୋଇ ନିଜର ଚିତ୍ର ଚରିତ୍ର ବି ବଦଳେଇପାରୁ ଅକ୍ଲେଶରେ। ବାଟଅବାଟ ଭୁଲିଯାଉ।

ନିୟମବେନିୟମକୁ ହେଜିପାରୁନାହୁଁ। ସବୁ ଶକ୍ତି, ସାମର୍ଥ୍ୟକୁ ଉପଯୋଗ  କରୁ । ପ୍ରାଣପଣ ଉଦ୍ୟମରେ ଅନେକ ସ୍ବପ୍ନ ହାସଲ ହୁଏ । ବହୁତ କିଛି ହୋଇପାରେନି । ଗୋଟିଏ ସ୍ବପ୍ନ ହାସଲ ପରେ ଚରମ ତୃପ୍ତିରେ ବିଭୋର ହେବା କଥା ମଣିଷ । କିନ୍ତୁ ସେମିତି କିଛି ହୋଇପାରେନି । ସ୍ବପ୍ନ ପୂରଣ ପରେ ସାମୟିକ ଖୁସିରେ ଉତ୍‌ଫୁଲ୍ଲିତ ହୁଏ ସେ । ସେ ଖୁସିକୁ ଧରି ରଖିପାରେନି ବେଶି ସମୟ । କାରଣ ଅସମ୍ଭବଭାବେ ସେଇ ସ୍ବପ୍ନ ସହ ସମ୍ପର୍କିତ ଆଉ କିଛି ସ୍ବପ୍ନ ମନକୁ ଆପଣାଛାଏଁ ଆସିଯାଏ । ସେଇଠୁ ତା’ ପଛରେ ଲାଗିପଡେ ମନ ଓ ହୃଦୟ । ଏଇକ୍ରମରେ ଦେଖିଲେ ସ୍ବପ୍ନର ଅନ୍ତ ନାହିଁ । ସ୍ବପ୍ନ ଦେଖିବା ସରେନି । ତାହା ପର୍ଯ୍ୟାୟକ୍ରମେ ହିସାବଖାତାର ଅଙ୍କ ଭଳି ଆଗର ଲାଗୁଆ ଛିଡେ, ପୁଣି ସଦ୍ୟ ନେଇଥିବା ଧାରକରଜ ଯୋଡେ। ହିସାବଖାତା ଚାଲିଥାଏ ସେମିତି ।

କାଠିପୋକର ଗଣିତ ଭଳି ଜୀବନବ୍ୟାପୀ ସ୍ବପ୍ନ ସହ ମଣିଷ ଯୋଡି ରହେ। ଅପ୍ରାପ୍ତିରେ ଦୁଃଖ ମାଡି ବସେ ।

ପ୍ରାପ୍ତିରେ ସାମୟିକ ସୁଖ ପାଏ । କିନ୍ତୁ ଅଧୁରା ସ୍ବପ୍ନ!

ଏହା କେବଳ ଏକ ଭେଳିକି ମାତ୍ର । ଅଧୁରା ସ୍ବପ୍ନ, କାନ୍ଦୁରା ସ୍ବପ୍ନ, ଦୁଃଖଦ ସ୍ବପ୍ନ, ସୁନେଲି ସ୍ବପ୍ନ, ରୂପେଲି ସ୍ବପ୍ନ ଏମିତି ଗୁଡାଏ ନାମ ଦିଆଯିବାରେ ସମସ୍ୟା ନାହିଁ । ଅଧୁରା ସ୍ବପ୍ନ କେବଳ ରାଜନୈତିକ ସ୍ଲୋଗାନ। ନେତା ପ୍ରତିଥର ଅନୁରୋଧ କରେ ନିର୍ବାଚନ ଆସିଲେ  ଅପୂରଣୀୟ ସ୍ବପ୍ନକୁ ସାକାର କରିବା ଲାଗି ଏଥର ଭୋଟ ଦିଅନ୍ତୁ ।  ଭୋଟ ପାଇଗଲେ ନିଜର ସ୍ବପ୍ନରେ ମସଗୁଲ ରୁହନ୍ତି। ପୁଣି ନିର୍ବାଚନ ଆସିଲେ ଅପୂର୍ଣ୍ଣ ସ୍ବପ୍ନମାନେ ଡିଆଁଡେଇଁ ହୁଅନ୍ତି ଭାଷଣରେ, ଇସ୍ତାହାରରେ, ପ୍ରତିଶ୍ରୁତିର ପାହାଡରେ ଏବଂ ତୁଚ୍ଛା ଶବ୍ଦରେ। ୟା ଭିତରେ ବର୍ଷିଆନ ନେତାଙ୍କ ଦେହାନ୍ତ ହୋଇଗଲେ ସେଇ ତଥାକଥିତ ସ୍ବପ୍ନର ପରିଭାଷା ବଦଳିଯାଏ ।

ନେତା କେଉଁ ସ୍ବପ୍ନ ଦେଖିଥାଏ ତାହା ପରବର୍ତ୍ତୀ ଦାୟାଦ ଓ ଅନୁଗାମୀମାନଙ୍କୁ ଜ୍ଞାତ ନ ଥିଲେ ବି ତୁରନ୍ତ ସ୍ବପ୍ନ ଅଙ୍କନ ହୁଏ । ଏଥର ନବ ପଲ୍ଲବିତ ସ୍ବପ୍ନମାନେ ତୁରନ୍ତ ପରିବର୍ତ୍ତିତ ରୂପ ନେଇ ଅଧୁରା ସ୍ବପ୍ନ ହୋଇଯାନ୍ତି । ଆଉ ଦଶକ ଦଶକ ବିତିଯାଉଥିଲେ ବି ଦିଗଂଗତ ନେତାମାନଙ୍କ ସ୍ବପ୍ନ ତଥାପି ସେମିତି ଅଧୁରା ହୋଇ ରହିଥାଏ। କେବେ ତାହା ପୂରଣ ହୁଏ ଜଣାପଡେନି। ବରଂ ଜନମନରେ ତାକୁ ସାରିବାକୁ ଦିଆଯାଏନି । ତାଜା ରଖାଯାଏ । ଅନ୍ଧ ଅନୁଗତମାନଙ୍କ ଅନୁକମ୍ପା ହାସଲ ଲାଗି ନେତାଙ୍କ ଅଧୁରା ସ୍ବପ୍ନ ନାମରେ ସମ୍ବେଦନଶୀଳତା ଉପରେ ପ୍ରହାର କରାଯାଏ । ତେବେ ସ୍ବପ୍ନ ଦେଖିବା ଉଚିତ । ସ୍ବପ୍ନ ନ ଦେଖିଲେ କାଳେ ବିକାଶ ସମ୍ଭବ ନୁହେଁ । ସମସ୍ତେ ନିଜର ବିକାଶର ରୋଡ ମ୍ୟାପ ପ୍ରସ୍ତୁତ କରିବା ଉଚିତ। ତାକୁ ନେଇ ଜୀବନର ଗତିପଥ ଆଗେଇବା ବି ଆବଶ୍ୟକ। କିନ୍ତୁ ସ୍ବପ୍ନ ସବୁବେଳେ ନିଜ ଦକ୍ଷତା ଓ କ୍ଷମତାରୁ ଅତିରିକ୍ତ ଉପରକୁ ଉଠି ବୁଣିଲେ  ବିଫଳତା  ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଫଳତା ସଫଳତାର ମାର୍ଗ ବୋଲି ବିବେଚନା କରୁଥିବା ମଣିଷମାନେ ଗୋଟିଏ ବଡ ସ୍ବପ୍ନକୁ ପୂରଣ ଲାଗି ଏକାଧିକବାର ଚେଷ୍ଟା କରି ସମୟ ଅପଚୟ କରିବା ଅପେକ୍ଷା ଛୋଟ ଛୋଟ ଗୁଡାଏ ସ୍ବପ୍ନର ସମାହାରରେ ବଡ ସ୍ବପ୍ନକୁ ହାସଲ କରିବା ବରଂ ଅଧିକ ପ୍ରଯୁଜ୍ୟ। ଏଥିରେ ସୁଖ, ଶାନ୍ତି, ଖୁସି ସହ ପ୍ରଗତି ଅହରହ ଲାଗି ରହିବା ଅଧିକ ଗ୍ୟାରେଣ୍ଟି ଥାଏ। ଅନ୍ୟପକ୍ଷରେ ଅଧୁରା ସ୍ବପ୍ନରେ ବିଭୋର କରୁଥିବା ମଣିଷମାନଙ୍କର ବାସ୍ତବରେ ସ୍ବପ୍ନ ବୋଲି ଅନ୍ୟ ପାଇଁ କିଛି ନ ଥାଏ । ଯଦି ଥାଏ ନିଜର ଖୁସି ଓ ପ୍ରାପ୍ତି । ସେଥିରେ ମଗ୍ନ ହେବା କିମ୍ବା ନିଜେ ଅଧୁରା ସ୍ବପ୍ନରେ ବୁଡି ରହିବା ପରିବର୍ତ୍ତେ ସୁନ୍ଦର ସମ୍ଭାବନା ଥିବା ତାଜା ସ୍ବପ୍ନରେ ବିଭୋର ହେବା ସର୍ବାଦୌ  ଭଲ ।

ଏହା ହିଁ ସମ୍ଭବତଃ ସବୁ ସଫଳ ଓ ଉତ୍ତମ ମଣିଷଙ୍କ ବିଚାର!

ଇନ୍ଦିରାନଗର,ଚତୁର୍ଥଗଳି,ରାୟଗଡା

ମୋ-୯୫୫୬୨୮୭୭୭୫ 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri