ଓଡ଼ିଶାର ସୁନାମି ପ୍ରସ୍ତୁତିକୁ ୟୁନେସ୍କୋ ସ୍ବୀକୃତି

ଭୁବନେଶ୍ୱର,୭ା୮(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଅନ୍ତର୍ଜାତୀୟ ସ୍ବୀକୃତି। ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ(ଆଇଓସି) ଓଡ଼ିଶାର ଜଗତ୍‌ସିଂହପୁର ଜିଲା ନୋଳିଆ ସାହି ଏବଂ ଗଞ୍ଜାମ ଜିଲା ଭେଙ୍କଟରାୟପୁର ଗ୍ରାମକୁ ଦେଶରେ ପ୍ରଥମ କରି ସୁନାମି ପ୍ରସ୍ତୁତ (ସୁନାମି ରେଡି) ଗ୍ରାମ ଭାବେ ଘୋଷଣା କରିଛି। ସାମୁଦ୍ରିକ ବିପର୍ଯ୍ୟୟ ସୁନାମି କବଳରୁ ଉପକୂଳ ଲୋକମାନଙ୍କୁ କିପରି ବଞ୍ଚାଇ ହେବ ସେ ନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ)ଙ୍କ ଦ୍ୱାରା ଜଗତ୍‌ସିଂହପୁର ଜିଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଗ୍ରାମକୁ ସୁନାମି ପ୍ରସ୍ତୁତ(ସୁନାମି ରେଡୀ) ଗ୍ରାମ ଭାବରେ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ଗ୍ରାମକୁ କେନ୍ଦ୍ର ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ଜାତୀୟ ବୋର୍ଡ ବୈଠକରେ ଅନୁମୋଦନ କରାଯାଇ ୟୁନେସ୍କୋ ସ୍ବୀକୃତି ପାଇଁ ପଠାଯାଇଥିଲା। ୨୦୨୦ ଫେବୃୟାରୀରେ ଏହି ଦୁଇ ଗ୍ରାମକୁ ୟୁନେସ୍କୋର ୭ ଜଣିଆ ଟିମ୍‌ ଗସ୍ତ କରି ସୁନମି ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ବୋର୍ଡ ପକ୍ଷରୁ ପଠାଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ୟୁନେସ୍କୋ-ଆଇଓସି ସ୍ବୀକୃତି ପ୍ରଦାନ କରିଛି। ଏହି ଗୌରବ ଲାଭ କରିବାରେ ଓଡ଼ିଶା ମଧ୍ୟ ପ୍ରଥମ ରାଜ୍ୟ ହୋଇପାରିଛି। ଭାରତ ମହାସାଗର ଅଞ୍ଚଳରେ ଥିବା ୫୦ଟି ଦେଶ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା ଲାଭ କରିଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଶୁକ୍ରବାର ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ୟୁନେସ୍କୋ ପକ୍ଷରୁ ଓଏସ୍‌ଡିଏମ୍‌ଏକୁ ଏହି ସ୍ବୀକୃତି ଓ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରଣାଳୟର ସଚିବ ଏମ୍‌. ରାଜୀବନ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ମେମ୍ବର ସେକ୍ରେଟାରୀ ଜି.ଭି.ଭି. ଶର୍ମା, ଓଏସ୍‌ଡିଏମ୍‌ଏ ଏମ୍‌ଡି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିବେ।
ଏହି ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏକ ଜାତୀୟ ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡରେ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସନ ଇନ୍‌ଫରମେଶନ ସେଣ୍ଟର (ଆଇଏନ୍‌ସିଓଆଇଏସି) ନିର୍ଦ୍ଦେଶକ ଅଧ୍ୟକ୍ଷ ଥିବା ବେଳେ ଗୃହ ମନ୍ତ୍ରଣାଳୟ, ଏନ୍‌ଡିଏମ୍‌ଏ, ଓଏସ୍‌ଡିଏମ୍‌ଏ, ଆଣ୍ଡାମାନ ନିକୋବର ଆଇଲାଣ୍ଡ ଡାଇରେକ୍ଟୋରେଟ ଅଫ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟରୁ ସଦସ୍ୟ ରହିଛନ୍ତି।
ରାଜ୍ୟକୁ ସବୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ରହିଛି। ବାତ୍ୟା, ବନ୍ୟା ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭା ହୋଇଛି। ଏହା ଉପକୂଳବର୍ତ୍ତୀ ଜିଲାଗୁଡିକର ଲୋକମାନଙ୍କ ପାଇଁ ବିପଦ ସୃଷ୍ଟିି କରିବା ଆଶଙ୍କା କରି ଓଏସ୍‌ଡିଏମ୍‌ଏ ଉପକୂଳବର୍ତ୍ତୀ ୬ଟି ଜିଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡାରେ ସୁନାମି ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଉକ୍ତ ଜିଲାଗୁଡିକର ୩୨୨ଟି ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ବିଡିଓ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଭିଏଲ୍‌ଡବ୍ଲ୍ୟୁ, ଓ୍ବାର୍ଡ ମେମ୍ବର, ଗ୍ରାମବାସୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖଙ୍କୁ ଏହି ସୁନାମି ପ୍ରସ୍ତୁତି ସମ୍ପର୍କରେ ତାଲିମ ଦିଆଯିବ। ବିଶେଷକରି ମୋବାଇଲ ଏସ୍‌ଏମ୍‌ଏସ୍‌, ଡିଜିଟାଲ ରେଡିଓ ଏବଂ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସୁନାମି ପୂର୍ବରୁ ସତର୍କ କରାଯିବ। ଏହି ସତର୍କ ସାଇରନ ପ୍ରାୟ ଦେଢ କିଲୋମିଟର ଯାଏ ଶୁଣାଯିବ। ଏହି ଶବ୍ଦ ଶୁଣିବାମାତ୍ରେ ତାଲିମପ୍ରାପ୍ତ ଲୋକମାନେ ଅନ୍ୟମାନଙ୍କୁ ସତର୍କ କରାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବେ। ଏହା ଏକ ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡିବ। ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଏଭଳି ବିପର୍ଯ୍ୟୟରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri