ବେକାରି ସମସ୍ୟା ଓ ଚାକିରି ଜାଲିଆତି

ଭାରତରେ ବେକାରି ସମସ୍ୟା ଚିନ୍ତାର ବିଷୟ। ସମସ୍ୟା ଏହିପରି କି ଯଦି କୌଣସି ସରକାରୀ କାର୍ଯ୍ୟାଳୟରେ ପିଅନ, ହୋମଗାର୍ଡ, ଝାଡ଼ୁଦାର, ସିକ୍ୟୁରିଟି ପୋଷ୍ଟ ବାହାରୁଛି ତେବେ ନିମ୍ନ ଶିକ୍ଷାଗତ ଯୋଗ୍ୟତା କଥା କ’ଣ କହିବା ସ୍ନାତକ, ସ୍ନାତକୋତ୍ତର, ଇଞ୍ଜିନିୟରିଂ ଡିଗ୍ରୀଧାରୀ ପିଲାମାନେ ଆବେଦନ କରୁଛନ୍ତି। ବେସରକାରୀ କିମ୍ବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡ଼ିକ ଚାକିରି ଦେବା ଆଳରେ ବେକାର ପିଲାଙ୍କୁ ବିଭିନ୍ନ ଦିଗରେ ଶୋଷଣ କରିଥାନ୍ତି। ଏହି ପରିସ୍ଥିତିରେ ଓଡ଼ିଶା ପୋଲିସ ଏସ୍‌ଆଇ ଚାକିରି ନିଯୁକ୍ତି ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ବିଭିନ୍ନ ଦଲାଲ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ବିକ୍ରି କରିବାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହା ବର୍ତ୍ତମାନ ଅନେକ ଲକ୍ଷ ପିଲାଙ୍କୁ ହତାଶ କରିଛି। ସରକାରଙ୍କ ନିଯୁକ୍ତି ପରିଚାଳନା କାର୍ଯ୍ୟାଳୟ ଉପରେ ସେମାନଙ୍କ ଭରସା ଓ ବିଶ୍ୱାସ ନ ରହିବା ସ୍ବାଭାବିକ। ସରକାର ଯେତେ ପ୍ରକାରର ତଦନ୍ତ କଲେ ବି ଏହା ସ୍ବୀକାର କରିବାକୁ ପଡ଼ିବଯେ, ଏପରି ଜାଲିଆତି ପଛରେ ନିଶ୍ଚୟ ବଡ଼ ବାବୁମାନଙ୍କ ହାତ ଅଛି। ତାହାର କାରଣ ହେଲା ପ୍ରଶ୍ନପତ୍ର ତିଆରି କରିବା, ଛପାଇବା, ବିଭିନ୍ନ କେନ୍ଦ୍ରକୁ ବିତରଣ କରିବା, ପରୀକ୍ଷା କେନ୍ଦ୍ର ଚୟନ କରିବା, ପରୀକ୍ଷା ଖାତା ମୂଲ୍ୟାୟନ ସହ ଶାରୀରିକ ଓ ମୌଖିକ ପରୀକ୍ଷା ଦାୟିତ୍ୱ ସୀମିତ ଅଧିକାରୀଙ୍କ ହାତରେ ସମ୍ଭବପର ନୁହଁ।
ପରୀକ୍ଷା ପରିଚାଳନା ପାଇଁ ଆଇଟିଆଇ ଲିମିଟେଡ୍‌, ଟେଣ୍ଡର ପାଇଥିବା ବେଳେ ପରବର୍ତ୍ତୀ ସମୟରେ ବିନା ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଅନୁମତିରେ ସିଲିକନ୍‌ ଟେକ୍‌ ଲାବ୍‌ ପ୍ରାଇଭେଟ ଲିମିଟେଡ୍‌କୁ ସବ୍‌ କଣ୍ଟ୍ରାକ୍ଟ ଦିଆଗଲା କିପରି? ଏଥିରେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ନୀରବ ଥିଲା କାହିଁକି? ପ୍ରତ୍ୟକ୍ଷ ଭାବେ ପରିଚାଳନା କରିବାର ଦାୟିତ୍ୱ ବୋର୍ଡର ଥିଲେ ବି ଯେଉଁ ପରୀକ୍ଷାର୍ଥୀମାନେ ଆନ୍ଧ୍ରପ୍ରଦେଶ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ ଏ ବାବଦରେ ବୋର୍ଡକୁ ସୂଚନା ମିଳିଲା ନାହିଁ କେମିତି? ଏଥିସହ ସିଲିକନ୍‌ ଓ ପଞ୍ଚସଫ୍ଟର ସିଧାସଳଖ ଜାଲିଆତି କାମରେ ସମ୍ପୃକ୍ତି ରହିଥିବାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି। ପୋଷ୍ଟକୁ ବିଭିନ୍ନ ପ୍ରାର୍ଥୀଙ୍କୁ ଅନେକ ଲକ୍ଷ ଟଙ୍କାରେ ବିକ୍ରି କରିଥିବାର ଯାହା ଅନୁସନ୍ଧାନରୁ ଜଣାପଡ଼ୁଛି। ଏଥିରେ ବିଭିନ୍ନ ଜିଲାରେ ଦଲାଲମାନେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।
କେନ୍ଦ୍ର ସରକାରଙ୍କ ରେଳ, ଡାକ ବିଭାଗ, ସେଣ୍ଟ୍ରାଲ ପୋଲିସ ଅର୍ଗାନାଇଜେଶନ୍‌, ରାଜ୍ୟ ପୋଲିସ ନିଯୁକ୍ତି ବୋର୍ଡ, ବ୍ୟାଙ୍କିଂ, ସେକ୍ସନ ଅଫିସର, ଆର୍‌ଆଇ ଏଆର୍‌ଆଇ, ଏଲ୍‌ଆଇ, ଏପରି କି ପିଅନ, ଚପରାସୀ, ହୋମଗାର୍ଡ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଯୁକ୍ତି ସମୟରେ ନାନାଦି ବିଶୃଙ୍ଖଳା ହେବାର ଖବର ଆସିଥାଏ। କୌଣସି ପରିସ୍ଥିତିରେ ଯଦି ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଅବହେଳା କିମ୍ବା ଜାଲିଆତି ଧରାପଡ଼େ, ତଥାପି ସେମାନଙ୍କ ପ୍ରତି ଅନେକ କ୍ଷେତ୍ରରେ କଠୋର ଦଣ୍ଡବିଧାନ ହୁଏନାହଁି। ତଳଆଡ଼ୁ କିଛି କର୍ମଚାରୀଙ୍କୁ ଧରି ବଡ଼ ବଡ଼ିଆଙ୍କୁ ଖସାଇ ଦେବାର ଧାରା ପାରମ୍ପରିକ ହୋଇଯାଇଛି। ମନେପକାଇ ଦେଉଛି,୨୦୨୧ ଜୁଲାଇରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ଶନ କମିଶନ୍‌ଙ୍କ ଜଣେ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ଧରିଥିଲା। ତାଙ୍କ ଘରୁ ୩.୫୧ କୋଟି ଟଙ୍କା ଜବତ ହେବା ସହ ବହୁ ସୁନା ରୁପା ଅଳଙ୍କାର, ଗାଡ଼ି, ପ୍ଲଟ ଠାବ କରାଯାଇ ତାଙ୍କୁ ଗିରଫ କରାଗଲା। ତାଙ୍କ ଘରୁ ବିଭିନ୍ନ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମଧ୍ୟ ଜବତ କରାଯାଇଥିଲା। ଏ ସବୁ ଘଟଣାକୁ ଲକ୍ଷ୍ୟ କଲେ ସାଧାରଣ ପରୀକ୍ଷାର୍ଥୀଟିଏ କେଉଁ ଭରସା ନେଇ ସରକାରୀ ଚାକିରି ପାଇଁ ପରୀକ୍ଷା ଦେବ। ଆଜି ପ୍ରମାଣ ହେଉଛି ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ପ୍ରତିଭା ଥାଇ ମଧ୍ୟ ଚାକିରିରୁ ବଞ୍ଚତ୍ତ ହେଉଛନ୍ତି। ଏହା ମଧ୍ୟରେ ସାଧାରଣ ବର୍ଗର ପିଲାମାନଙ୍କର ବୟସ ସୀମା ମଧ୍ୟ ଅତିକ୍ରାନ୍ତ କରିଯାଉଛି। ନିକଟରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଦ୍ୱାରା ବୋର୍ଡର କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ସେମାନଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ନିଜର ଯୋଗ୍ୟତା ଥାଇ ବି ଉପଯୁକ୍ତ ଚାକିରି ନ ପାଇ ବାହାର ରାଜ୍ୟ ବା ଦେଶକୁ ପଳାଉଛନ୍ତି। ଆଶ୍ଚର୍ଯ୍ୟର କଥା, ପ୍ରତ୍ୟେକ ବର୍ଷ ରାଜ୍ୟରୁ ବାହାର ରାଜ୍ୟକୁ କାମ ଅନ୍ବେଷଣରେ ଯେଉଁ ଦାଦନ ଯାଇଥାନ୍ତି, ସେମାନଙ୍କ ମଧ୍ୟରେ ଅନେକ ଉଚ୍ଚଶିକ୍ଷିତ ଡିଗ୍ରୀଧାରୀ ଯୁବକ ଅଛନ୍ତି। ପରିବାରର ବୋଝ ଓ ନିତିଦିନିଆ ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ଦାଦନ ଖଟିବାକୁ ବାଧ୍ୟ ହୋଇଥାନ୍ତି।
ଦେଶରେ ଖାଦ୍ୟ ସୁରକ୍ଷା ଯୋଜନାଠାରୁ ଆରମ୍ଭ କରି ରହିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁକିଛି ହିତାକାଧିକାରୀଙ୍କୁ ମିଳୁଛି। ଶ୍ରମ ସୃଷ୍ଟିକାରୀ ଯୋଜନାଗୁଡ଼ିକ ଦ୍ୱାରା ଗ୍ରାମାଞ୍ଚଳ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉଛି ବୋଲି ଯଦିଓ ସରକାରୀ ତଥ୍ୟ ମିଳିଥାଏ ତେବେ ସେହି ସବୁ ଅଞ୍ଚଳରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଶ୍ରମିକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି? ଦେଶରେ ଉଚ୍ଚଶିକ୍ଷିତ ବେକାରି ହାର ୩୦%ରୁ ଅଧିକ। ବେରୋଜଗାରଙ୍କ ସଂଖ୍ୟା ୬୫.୭%ରୁ ଅଧିକ। ଭାରତରେ ୧୫ରୁ ୩୦ ବର୍ଷ ବୟସର ବ୍ୟକ୍ତିଙ୍କ ମଧ୍ୟରେ ବେକାରି ହାର ୮୦%ରୁ ଅଧିକ। ଜିଲାଗୁଡ଼ିକରେ ଥିବା କର୍ମ ନିୟୋଜନ ସଂସ୍ଥା ଯେଉଁ ହାରରେ ପଞ୍ଜୀକୃତ ହୋଇଥାଏ ସେଥିରୁ ୧ ପ୍ରତିଶତ ନିଯୁକ୍ତି ମିଳିବା ସମ୍ଭବ ହେଉନାହିଁ। ଅବଶ୍ୟ ସବୁ ଉଚ୍ଚ ଶିକ୍ଷିତଙ୍କୁ ସରକାରୀ ଚାକିରି ମିଳିବା ସମ୍ଭବ ନୁହେଁ। କିନ୍ତୁ ମେଧାବୀ ପରୀକ୍ଷାର୍ଥୀ ନିଯୁକ୍ତି ପ୍ରଶ୍ନପତ୍ରର ଠିକ୍‌ ଉତ୍ତର ଦେଇ ଚାକିରି ପାଇବା ସୁନିଶ୍ଚିତ ନୁହେଁ। କମ୍ପାନୀଗୁଡ଼ିକରେ ବିଭିନ୍ନ ପଦବୀରେ ଯେଉଁ ନିଯୁକ୍ତି ମିଳିଥାଏ ତାହା ମଧ୍ୟ ନେତାବାବୁଙ୍କ ସୁପାରିସ ଦରକାର।
ଆମ ଦେଶରେ ଅର୍ଥନୈତିକ ବୈଷମ୍ୟ ଚିନ୍ତାଜନକ। ଦିନକୁ ଦିନ ଦେଶରେ ଧନୀମାନଙ୍କ ସଂଖ୍ୟା ବଢ଼ୁଥିବାବେଳେ, ଗରିବଙ୍କ ସଂଖ୍ୟା କମୁନାହିଁ। କ୍ଷୁଧା, ଅପପୁଷ୍ଟି, ନାନାଦି ରୋଗରୁ ମୁକ୍ତି ପାଇଁ ଦେଶରେ ୩୫ କୋଟିରୁ ଅଧିକ ଲୋକ ସଂଘର୍ଷ କରୁଛନ୍ତି।
ଗତ ଦଶବର୍ଷ ମଧ୍ୟରେ ଲକ୍ଷ୍ୟ କରାଯାଏ ଦେଶରେ ବହୁ ଜ୍ଞାନୀ ଉଚ୍ଚ ଶିକ୍ଷା ଡିଗ୍ରୀଧାରୀ ଯୁବତୀ, ଯୁବକ, କୁଶଳୀ ବ୍ୟକ୍ତିମାନେ ନିଜ ଦେଶ ଛାଡ଼ି ବାହାର ଦେଶକୁ ଯାଇ ସେଠାରେ ଚାକିରି କରି ରହୁଛନ୍ତି। ଲଜ୍ଜାଜନକ ବିଷୟ ହେଉଛି, ଦେଶରେ ସବୁ କ୍ଷେତ୍ରରେ ଦଲାଲଙ୍କର ହାକିମାତି ରହୁଛି। ବର୍ତ୍ତମାନର ସରକାରୀ ନିଯୁକ୍ତି କ୍ଷେତ୍ରରେ ଦଲାଲଙ୍କର ଭୂମିକା ଓ ପ୍ରାଦୁର୍ଭାବ ବଢ଼ିଯାଇଛି। ଏମାନଙ୍କୁ ଅସାଧୁ ସରକାରୀ ବାବୁ ଏବଂ କ୍ଷମତାଶାଳୀ ନେତାମାନେ ହାତବାରିସି କରି ଜନତାଙ୍କଠାରୁ ଅନୈତିକ ଭାବେ ଅର୍ଥ ଲୁଟୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ, ରାଜ୍ୟ ଓ ଦେଶରେ ଯେଉଁ ସରକାରୀ ବିଭାଗଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା କରାଯାଉଛି, ସେଗୁଡ଼ିକରେ ସ୍ବଚ୍ଛତା ରହିବା ଜରୁରୀ। ନିଯୁକ୍ତିର ଅନେକ ନୀତି ନିୟମ ଏବଂ ପରିଚାଳନା ବୋର୍ଡର ବର୍ତ୍ତମାନ ସମୟକୁ ନେଇ ସଂସ୍କାରର ଆବଶ୍ୟକତା ରହିଛି। ସମସ୍ତ ପରୀକ୍ଷାକୁ ଏସ୍‌ଓପିରେ ଧାର୍ଯ୍ୟ ବ୍ୟବସ୍ଥା କରାଯାଉ। ଆଉଟ୍‌ସୋର୍ସିଂକୁ ସବୁକ୍ଷେତ୍ରରେ ଦାୟିତ୍ୱ ଦେବା ଠିକ୍‌ ନୁହେଁ। ତେବେ ରାଜ୍ୟରେ ପରିଚାଳିତ ହେଉଥିବା ସମସ୍ତ ନିଯୁକ୍ତିଭିତ୍ତିକ ପରୀକ୍ଷାକୁ ସ୍ବତନ୍ତ୍ର ସିସିଟିଭି ଦ୍ୱାରା ବ୍ୟବସ୍ଥା କରାଯାଇ ଅଭିଜ୍ଞ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉ। ପରୀକ୍ଷା ସମ୍ବନ୍ଧୀୟ ତଥ୍ୟର ସୁରକ୍ଷା ଓ ବିଶ୍ୱସନୀୟତା ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ। ବହୁ ଅଧିକାରୀଙ୍କ ବିରୋଧରେ ଯଦି ପୂର୍ବରୁ କିଛି ଅଭିଯୋଗ ଥାଏ କିମ୍ବା ସେମାନଙ୍କ କାର୍ଯ୍ୟକଳାପ ଉପରେ କିଛି ସନ୍ଦେହ ଆସିଥାଏ ସେମାନଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ଅନ୍ତର କରାଯାଉ। ପରୀକ୍ଷାର୍ଥୀ ଯଦି ସୂଚନା ଅଧିକାର ଆଇନ ଦ୍ୱାରା ତାହାର ଉତ୍ତର ଖାତା ନକଲ ଚାହାନ୍ତି ତେବେ ଆଇନାନୁଯାୟୀ ତାଙ୍କୁ ଯୋଗାଇ ଦିଆଯାଉ। କୌଣସି ପରିସ୍ଥିତିରେ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ସେହି ଅଧିକାରରୁ ବଞ୍ଚତ୍ତ କରା ନ ଯାଉ।
ଶ୍ୟାମପୁର, ଧାମନଗର, ଭଦ୍ରକ
ମୋ: ୯୯୩୮୦୮୦୨୯୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri