ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ ମଧ୍ୟ କାମ କରେ। ସାଧାରଣତଃ ପୂରା ପରିବାର ପାଇଁ ଗୋଟିଏ ରାସନ କାର୍ଡ ତିଆରି ହୋଇଥାଏ। କିନ୍ତୁ ପରିବାରର ସଦସ୍ୟମାନେ ନିଜର ଅଲଗା ରାସନ କାର୍ଡ କରିପାରିବେ କି?

ଉତ୍ତର ହେଉଛି ହଁ! କିନ୍ତୁ ଆପଣ ନିଜ ଇଚ୍ଛା ଅନୁସାରେ ଯେକୌଣସି ସମୟରେ ଅଲଗା ରାସନ କାର୍ଡ କରିପାରିବେ ନାହିଁ। ଏଥିପାଇଁ ସରକାରଙ୍କ ଦ୍ୱାରା ର୍ନିଦ୍ଧାରିତ କିଛି ର୍ନିଦ୍ଦିଷ୍ଟ ସର୍ତ୍ତ ପୂରଣ କରିବା ବାଧ୍ୟତାମୂଳକ। ଆସନ୍ତୁ ଜାଣିବା ଅଲଗା ରାସନ କାର୍ଡ ତିଆରି କରିବାର ନିୟମଗୁଡ଼ିକ କ’ଣ।

କେବେ କରିପାରିବେ ଅଲଗା ରାସନ କାର୍ଡ?**
ବିବାହ ପରେ:
ବିବାହ ପରେ ପତ୍ନୀଙ୍କ ନାମ ତାଙ୍କ ବାପଘର ରାସନ କାର୍ଡରୁ କାଟି ସ୍ୱାମୀଙ୍କ ପରିବାର କାର୍ଡରେ ଯୋଡ଼ାଯାଇପାରିବ, କିମ୍ୱା ଉଭୟ ସୱାମୀ-ସ୍ତ୍ରୀ ମିଶି ନିଜର ଏକ ନୂଆ ଏବଂ ସୱତନ୍ତ୍ର ରାସନ କାର୍ଡ ପାଇଁ ଆବେଦନ କରିପାରିବେ।

ଅଲଗା ରୋଷେଇ ଘର କିମ୍ୱା ଚୁଲି ଥିଲେ:
ଯଦି ଆପଣ ନିଜ ପରିବାର ସହିତ ଗୋଟିଏ ଛାତ ତଳେ ରହୁଛନ୍ତି, କିନ୍ତୁ ଆପଣଙ୍କର ରୋଷେଇ ଘର, ରୋଜଗାର ଏବଂ ଘର ଖର୍ଚ୍ଚ ସମ୍ପୂର୍ଣ୍ଣ ଅଲଗା, ତେବେ ଆପଣ ନିଜ ପାଇଁ, ନିଜ ପତ୍ନୀ ଏବଂ ପିଲାମାନଙ୍କ ପାଇଁ ଅଲଗା ରାସନ କାର୍ଡ ଆବେଦନ କରିପାରିବେ। ଅବଶ୍ୟ, ଏଥିପାଇଁ ଖାଦ୍ୟ ଯୋଗାଣ ବିଭାଗର (Food Department) ଅଧିକାରୀ ତଦନ୍ତ କରି ଯାଞ୍ଚ (Verification) କରିଥାନ୍ତି।

ଅନ୍ୟ ସହରରେ ଚାକିରି କିମ୍ୱା ବସବାସ:
ଯଦି କୌଣସି ବ୍ୟକ୍ତି କାର୍ଯ୍ୟ କିମ୍ୱା ବ୍ୟବସାୟ ସମ୍ୱନ୍ଧରେ ଅନ୍ୟ ସହରକୁ ସ୍ଥାନାନ୍ତରିତ ହୋଇ ସେଠାରେ ସ୍ଥାୟୀ ଭାବରେ ରହୁଛନ୍ତି, ତେବେ ସେ ପୁରୁଣା କାର୍ଡରୁ ନାମ କାଟି ନୂତନ ଠିକଣାରେ ଅଲଗା ରାସନ କାର୍ଡ କରାଇପାରିବେ।

ଅବିବାହିତ ଲୋକଙ୍କ ପାଇଁ କ’ଣ ନିୟମ ରହିଛି?

ଜଣେ ଅବିବାହିତ ବ୍ୟକ୍ତି ନିଜର ଅଲଗା ରାସନ କାର୍ଡ କରିପାରିବେ କି? ଯଦି କୌଣସି ଅବିବାହିତ ପୁରୁଷ କିମ୍ୱା ମହିଳା ନିଜେ ରୋଜଗାର କରୁଛନ୍ତି (ଆତ୍ମର୍ନିଭରଶୀଳ), ନିଜ ବର୍ତ୍ତମାନର ଠିକଣାରେ ଅତି କମରେ ୧ ବର୍ଷ ଧରି ରହୁଛନ୍ତି ଏବଂ ନିଜର ଅଲଗା ରୋଷେଇ ଘର ଚଳାଉଛନ୍ତି, ତେବେ ସେ ‘ସିଙ୍ଗଲ-ମେମ୍ୱର ହାଉସହୋଲ୍ଡ’ (Single-Member Household) ଅଧୀନରେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ।

କିନ୍ତୁ ଯଦି କୌଣସି ଅବିବାହିତ ବ୍ୟକ୍ତି ନିଜ ପିତାମାତାଙ୍କ ସହ ରହୁଛନ୍ତି ଏବଂ ଗୋଟିଏ ରୋଷେଇ ଘରେ ଖାଦ୍ୟ ତିଆରି ହେଉଛି, ତେବେ ତାଙ୍କୁ ଅଲଗା ରାସନ କାର୍ଡ ମିଳିବ ନାହିଁ।

ଅଲଗା ରାସନ କାର୍ଡ କରାଇବାର ସମ୍ପୂର୍ଣ୍ଣ ପ୍ରକ୍ରିୟା
ସର୍ୱପ୍ରଥମେ ଆପଣଙ୍କୁ ନିଜ ପୁରୁଣା ରାସନ କାର୍ଡରୁ ନାମ କାଟିବାର ପ୍ରମାଣପତ୍ର ବା ସରେଣ୍ଡର ସାର୍ଟିଫିକେଟ (Surrender Certificate) ନେବାକୁ ପଡ଼ିବ।
ଏହା ପରେ ନିଜ ରାଜ୍ୟର ଖାଦ୍ୟ ଏବଂ ଯୋଗାଣ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ନୂଆ ରାସନ କାର୍ଡ ପାଇଁ ଆବେଦନ କରନ୍ତୁ।
ଫର୍ମ ପୂରଣ କରିବା ସମୟରେ ପରିଚୟ ପତ୍ର, ନୂତନ ଠିକଣା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର (Income Certificate) ଏବଂ ପୁରୁଣା କାର୍ଡରୁ ନାମ କଟିବାର ପ୍ରମାଣପତ୍ର ଅପଲୋଡ କରନ୍ତୁ।
ଆବେଦନ ଦାଖଲ ହେବା ପରେ ଖାଦ୍ୟ ବିଭାଗର ଇନ୍ସପେକ୍ଟର ଆପଣଙ୍କ ଠିକଣାକୁ ଆସି ତଦନ୍ତ କରିବେ। ତଦନ୍ତ ସଠିକ ବୋଲି ଜଣାପଡ଼ିଲେ ଆପଣଙ୍କର ନୂତନ ରାସନ କାର୍ଡ ଜାରି କରିଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri