Dharitri Youth Conclave 2025: ହ୍ରଦ ସୁରକ୍ଷାର ଜାଗ୍ରତ ପ୍ରହରୀ ଅରୁଣ କ୍ରିଷ୍ଣମୂର୍ତ୍ତି

ଧରିତ୍ରୀ ଯୁବ ସମ୍ମିଳନୀର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍‌କ୍ଲେଭ୍‌ରେ ବିଶେଷଜ୍ଞଙ୍କ ପ୍ୟାନେଲ୍‌ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍‌ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।

ଚେନ୍ନାଇର ମୁଦିଚରରେ ଜନ୍ମିତ ଅରୁଣ କ୍ରିଷ୍ଣମୂର୍ତ୍ତି ପରିବେଶ ସୁରକ୍ଷାକୁ ନେଇ ବେଶ୍‌ ସମ୍ବେଦନଶୀଳ। ଭାରତର ବିଭିନ୍ନ ହ୍ରଦ ସଫେଇ ଅଭିଯାନରେ ତାଙ୍କ ଯୋଗଦାନ ବେଶ୍‌ ଉଲ୍ଲେଖନୀୟ। ତାଙ୍କ ଉଦ୍ୟମରେ ଅନ୍ତର୍ଜାତୀୟସ୍ତରୀୟ ସ୍ବୀକୃତିପ୍ରାପ୍ତ ସଂଗଠନ ‘ଏନ୍‌ଭାଇରନମେଣ୍ଟାଲିଷ୍ଟ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ’ ବା ‘ଇଏଫ୍‌ଆଇ’ ପ୍ରତିଷ୍ଠା ହୋଇଛି। ଅରୁଣ ଏବଂ ତାଙ୍କ ସଂସ୍ଥା ପକ୍ଷରୁ ଶତାଧିକ ହ୍ରଦ ସଫା କରିବାରେ ସଫଳ ହୋଇଛନ୍ତି। ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ମାଇକ୍ରୋବାୟୋଲୋଜିରେ ସ୍ନାତକ ଶିକ୍ଷା ଶେଷ ପରେ ହାଇଦ୍ରାବାଦରେ ଗୁଗଲ୍‌ରେ ଅରୁଣ ୩ବର୍ଷ କାମ କରିଥିଲେ। ଏହାପରେ ଦିଲ୍ଲୀସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେଶନ (ଆଇଆଇଏମ୍‌ସି)କୁ ପଢ଼ିବା ପାଇଁ ଯାଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୦୮ରେ ଗୁଡଅଲ୍ସ ରୁଟ୍‌ସ ଆଣ୍ଡ ସୁଟ୍‌ସ’ରେ କାମ କରିଥିଲେ। ଏହାବ୍ୟତୀତ ଅରୁଣ ପରିବେଶ ସମ୍ବନ୍ଧୀୟ ଡକ୍ୟୁମେଣ୍ଟାରି ଫିଲ୍ମର ନିର୍ଦ୍ଦେଶନା ପାଇଁ ଜଣାଶୁଣା। ତାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର ଟେଲିଭିଜନରେ ପ୍ରସାରିତ ହୋଇଛି। ବିଶେଷକରି ତାମିଲନାଡୁର ନଦୀଗୁଡ଼ିକ ଉପରେ ସେ କରିଥିବା ଟ୍ରାଭେଲ ଡକ୍ୟୁମେଣ୍ଟାରି ଫିଲ୍ମ ବେଶ୍‌ ଲୋକାଦୃତି ହାସଲ କରିଛି। ୨୦୧୨ରେ ସମ୍ମାନଜନକ ‘ରୋଲେକ୍ସ ଆୱାର୍ଡସ ଫର୍‌ ଏଣ୍ଟରପ୍ରାଇଜେସ’ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ୫ଜଣଙ୍କ ମଧ୍ୟରେ ଅରୁଣ ଥିଲେ ସର୍ବକନିଷ୍ଠ। ଭାରତରେ ହ୍ରଦ ପୁନରୁଦ୍ଧାର ଦିଗରେ ନିରନ୍ତର ପ୍ରୟାସ ପାଇଁ ଜେନେଭାଠାରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ନିଜର କାର୍ଯ୍ୟଦକ୍ଷତା ପାଇଁ ସେ ୨୦୧୦ରେ ‘ୟୁଥ୍‌ ଲିଡରଶିପ୍‌’, ୨୦୧୧ରେ ‘ଗୁଗଲ୍‌ ଆଲୁମ୍‌ନି ଇମ୍ପାକ୍ଟ’, ୨୦୦୨ରେ ନେକ୍ସଟ ଜେନେରେଶନ ଲିଡର ଭାବେ ସେ ମନୋନୀତ ହୋଇଥିଲେ। ଏଥିସହିତ ଅରୁଣ ତାଙ୍କର ମନୋମୁଗ୍ଧକର ଭାଷଣ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କ ଅଭିଭାଷଣରେ ନଦୀ, ହ୍ରଦ, ବନ୍ୟପ୍ରାଣୀଙ୍କ ସୁରକ୍ଷା ସର୍ବଦା ପ୍ରାଥମିକତା ପାଇଥାଏ। ଧରିତ୍ରୀ’ ପକ୍ଷରୁ ନଭେମ୍ବର ୨୪ରେ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ପରିବେଶବିତ୍‌ ଅରୁଣ କ୍ରିଷ୍ଣମୂର୍ତ୍ତି ମଡରେଟର ଭାବେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri