‘କରୋନାଠାରୁ ବେକାରି ବଡ଼ ମହାମାରୀ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): କରୋନା ମହାମାରୀଠାରୁ ବେକାରି ମହାମାରୀ ବଢ଼ିଯାଇଛି। ଲକ୍ଷ ଲକ୍ଷ ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ମାଓବାଦୀ ହେବାକୁ ପସନ୍ଦ କରୁଛନ୍ତି। ଅନେକେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରୁ ବହୁସଂଖ୍ୟକ ଲୋକ ଅନ୍ୟ ରାଜ୍ୟକୁ ପଳାଇ ଯାଉଛନ୍ତିି। ସ୍କିଲ୍‌ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ନିଯୁକ୍ତି ପାଇବାକୁ ଓଡ଼ିଶାର ପିଲାମାନେ ଅଯୋଗ୍ୟ। ପ୍ରତି ୩ ଜଣ ବେକାରଙ୍କ ମଧ୍ୟରୁ ୨ ଜଣ ଅଯୋଗ୍ୟ। ଦକ୍ଷତା ବିକାଶ କ୍ଷେତ୍ରରେ ବହୁ କୋଟି ଟଙ୍କା ପାଣିଭଳି ବୋହିଯାଉଥିଲେ ମଧ୍ୟ ବେକାରିଙ୍କ ଦକ୍ଷତା ବଢ଼ିପାରୁ ନାହିଁ। କରୋନା ପରେ ରାଜ୍ୟରେ ବେକାରି ସଂଖ୍ୟା ବଢ଼ିଚାଲିଛି। ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ଗୁରୁବାର ରାଜ୍ୟର ବେକାରି ସମସ୍ୟାକୁ ବିରୋଧୀ ବିଧାନସଭାରେ ‘ଓଡ଼ିଶାରେ ବେକାରି… ବିକାଶ ଅର୍ଥ ପାଣିରେ ପଡ଼ିଲା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଜୋରଦାର ଆକ୍ରମଣ କରିଥିଲେ।
ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ଆଜି ଯୁବକଟିଏ ଚାକିରି ପାଇଁ ଦୌଡୁଛି। ଘରୋଇ ସଂସ୍ଥାରେ ବି ଓଡ଼ିଆ ପିଲା ଚାକିରି ପାଇଁ ଯୋଗ୍ୟବିବେଚିତ ହୋଇପାରୁନାହାନ୍ତି । ସ୍କିଲ୍‌ ଇଣ୍ଡିଆ ରିପୋର୍ଟ-୨୦୨୦ରେ ଏକଥା କୁହାଯାଇଛି। ଯୋଗାଯୋଗ ଓ ଗାଣିତିକ ଜ୍ଞାନ ଅଭାବରୁ ପିଲାମାନେ ନିଯୁକ୍ତି ପାଇଁ ଅଯୋଗ୍ୟ ବିବେଚିତ ହେଉଛନ୍ତି ବୋଲି ରିପୋର୍ଟରେ କୁହାଯାଉଛି। ଏହା ରାଜ୍ୟ ପାଇଁ ଅତ୍ୟନ୍ତ ଦୁର୍ଭଗ୍ୟଜନକ। କେନ୍ଦ୍ର ସରକାର ନୂତନ ପାର୍ଲାମେଣ୍ଟ ଭବନ ନିର୍ମାଣ ପାଇଁ ୯୭୧ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର ଖୋଲିବାକୁ ୧,୩୨୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୮ ଲକ୍ଷ ବେକାର ଯୁବତୀଯୁବକ ଚାକିରି ପାଇଁ ଘୂରି ବୁଲୁଛନ୍ତି । ଓଡ଼ିଶାରେ କାମ ନାହିଁ। କର୍ମ ନ ଥିବାରୁ ଯୁବତୀଯୁବକମାନେ ଏଠାରେ ଅସୁରକ୍ଷିତ। ସରକାରୀ ସଂସ୍ଥାରେ ୧ ଲକ୍ଷ ୩୦ ହଜାର ପଦବୀ ଖାଲିପଡିଛି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ସରକାର ନିଯୁକ୍ତି ଦେଉଥିବାବେଳେ ବେକାର ଯୁବତୀଯୁବକମାନେ କାମଧନ୍ଦା ନ ପାଇ ଘୂରିବୁଲୁଛନ୍ତି । ମା’ବାପାଙ୍କ ପାଇଁ ବୋଝ ପାଲଟିଛନ୍ତି । ପଶ୍ଚିମ ଓଡ଼ିଶାରୁ ବହୁ ଲୋକ କାମ ନ ପାଇ ଅନ୍ୟ ରାଜ୍ୟକୁ ଅଗ୍ରିମ ନେଇ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ସରକାର ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟଭେଦି ଯୋଜନା କରନ୍ତୁ ବୋଲି ସେ କହିଛନ୍ତି । ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ରାଜ୍ୟର ବେକାରି ଚିତ୍ରକୁ ଆଲୋଚନା ବେଳେ ଥୋଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ୨୦୧୦ରୁ ୨୦୨୦ ମଧ୍ୟରେ ରାଜ୍ୟରେ ମାତ୍ର ୨୨,୦୬୦ ଜଣ ନିଯୁକ୍ତି ପାଇଛନ୍ତି । ଏହି ସମୟରେ କର୍ମ ନିୟୋଜନ ସଂସ୍ଥାରେ ୩୧,୩୫,୮୩୯ ଜଣ ବେକାର ନାମ ପଞ୍ଜୀକରଣ କରିଥିଲେ। ସେଥିରୁ ୨୦୨୦ରେ ୮,୨୩,୬୩୯ ଜଣ ଜୀବନ୍ତ ପଞ୍ଜୀକରଣ ତାଲିକାରେ ରହିଛନ୍ତି। ୨୨,୫୨,୨୦୦ ଜଣ ବେକାର କୁଆଡ଼େ ଗଲେ। ବୟସ ଗଡ଼ିଯିବା ପରେ ସେମାନଙ୍କୁ ତାଲିକାରୁ କାଢ଼ି ଦିଆଯାଇଛି। ୨୦୨୦ରେ ମାତ୍ର ୨୩ ଜଣ ଚାକିରି ପାଇଛନ୍ତି । ରାଜ୍ୟ ସରକାର ନିଯୁକ୍ତିର ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୫କୁ ବୃଦ୍ଧି କରିବାକୁ ମହାଲିଙ୍ଗ ଦାବି କରିଛନ୍ତି । ଭାଜପା ସଭ୍ୟ ସୁକାନ୍ତ ନାୟକ କହିଲେ, ଇଟାଭାଟି ନିର୍ମାଣ କରିବାକୁ ହେଲେ ଝାଡ଼ଖଣ୍ଡ କିମ୍ବା ଛତିଶଗଡ଼ରୁ ଲୋକଙ୍କୁ ଆଣିବାକୁ ପଡୁଛି। ରାଜ୍ୟ ସରକାର ଏତେ ଆଇଟିଆଇ, ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ଖୋଲିଲେ, ହେଲେ ଆମର ଏଭଳି କିଛି ଯୋଗ୍ୟତା ନାହିଁ। ରାଜ୍ୟ ସରକାର ୨୦୧୫-୧୬ରେ ୧,୧୬୫ କୋଟି ଟଙ୍କା ଖର୍ଚ୍ଚ କଲେ, କିନ୍ତୁ ଗୋଟିିଏ ଚାକିରି ନାହିଁ। ୨୦୧୬-୧୭ରେ ୭୮୫ କୋଟି ଟଙ୍କା ଖର୍ଚ୍ଚ କଲେ, ଗୋଟିଏ ବି ନିଯୁକ୍ତି ନାହିଁ। ୨୦୧୭-୧୮ରେ ୧,୭୦୦ କୋଟି ଏବଂ ୨୦୧୮-୧୯ରେ ୬,୮୯୩ କୋଟି ଖର୍ଚ୍ଚ କଲେ, ମାତ୍ର ୭୭୫ ଜଣଙ୍କୁ ନିଯୁ୍‌କ୍ତି ମିଳିଲା । ୨୦୧୯-୨୦ରେ ୧୪,୪୫୬ କୋଟି ଖର୍ଚ୍ଚ ହେଲା, ମାତ୍ର ୫,୪୧୮ ଜଣଙ୍କୁ ନିଯୁ୍‌କ୍ତି ମିଳିପାରିଲା।
କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ଆମେ ୨୦୦୦ରୁ ଦେଖି ଆସୁଛୁ କର୍ମନିଯୁକ୍ତି ସଂସ୍ଥାରେ ୧୦ ଲକ୍ଷ ବେକାର ନାମ ପଞ୍ଜୀକରଣ କରି ଆସୁଛନ୍ତି । ଏବେ ୮,୯୬, ୮୩୭ ଜଣ ବେକାର ନାମ ପଞ୍ଜୀକୃତ କରିଛନ୍ତି। ଏଠାରେ ଅଫିସରମାନେ ଗ୍ୟାଲେରିରୁ କାଗଜ ଧରାଇଲେ ମନ୍ତ୍ରୀମାନେ ପଢ଼ିଦେଲେ। ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ୧୦,୭,୩୩୦। ସେମାନେ ଇଟା ତିଆରି କରିବାକୁ ଯାଉଛନ୍ତି । ରାଜ୍ୟ ସରକାର ଯଦି ଟ୍ରେନିଂ ଦେଇଥାଆନ୍ତେ ତାହାହେଲେ ସେମାନେ ଯାଇ ନ ଥାଆନ୍ତେ । ରାଜ୍ୟରେ ୨୦ ଦାଦନପ୍ରବଣ ଜିଲା ଅଛି। ରାଜ୍ୟ ସରକାର ଆମକୁ ଏଠାରେ ଇଟା ତିଆରି କରିବାକୁ ଦେଉନାହାନ୍ତି । ୧ ଲକ୍ଷ ୩୦ ହଜାର ସରକାରୀ ଚାକିରି ପଦବୀ ଖାଲି ରହିଛି।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ବେକାର ଯୁବତୀଯୁବକ ଚାକିରି ନ ପାଇ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲାରୁ ୧୨ରୁ ୧୫ ଲକ୍ଷ ଲୋକ ସୁରଟରେ ଅଛନ୍ତି। ଗଞ୍ଜାମ ଲୋକ ୨ଥର ଏମ୍‌ପି ଓ ୫ ଥର ମୁଖ୍ୟମନ୍ତ୍ରୀ କଲେ। ଶିକ୍ଷିତ ଯୁବତୀ ଯୁବକଙ୍କୁ ଚାକିରି ନାହିଁ। ନିର୍ବାଚନ ପୂର୍ବରୁ ମୋଦି କହିଥିଲେ, ବର୍ଷକୁ ୨ କୋଟି ବେକାର ଯୁବତୀଯୁବକଙ୍କୁ ଚାକିରି ଦିଆଯିବ। ଗତ ୭ ବର୍ଷରେ ୧୪ କୋଟି ନିଯୁକ୍ତି ଦେବା କଥା । ଏ ପର୍ଯ୍ୟନ୍ତ ୧ କୋଟି ନିଯୁକ୍ତି ହୋଇପାରିଲା ନାହିଁ। ରାଜ୍ୟ ସରକାର ୨୨ ବର୍ଷ ପରେ ମଧ୍ୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି ଦେଇପାରିଲେ ନାହିଁ। ଯେଉଁ ଜିଲାର ପିଲା ସେହି ଜିଲାରେ ତାଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଦୃଷ୍ଟିଆକର୍ଷଣକାରୀ ନୋଟିସ୍‌ ମାଧ୍ୟମରେ ବିଜେଡି ସଦସ୍ୟ ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ, ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ୨୨ ବର୍ଷ ହେଲା ନିରନ୍ତର କାର୍ଯ୍ୟକରି ଚାଲିଛନ୍ତି । କଂଗ୍ରେସ ସରକାର ସମୟରେ ସରକାରୀ କର୍ମଚାରୀଙ୍କୁ ବେତନ ଦେବା ଲାଗି ଋଣ କରାଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ସେ ସ୍ଥିତି ଆଉ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବହୁ ଶିଳ୍ପସଂସ୍ଥା ଓଡ଼ିଶାକୁ ଆକର୍ଷିତ ହୋଇ ଆସିଛନ୍ତି । ନିକଟରେ ଭାଜପାର ଜଣେ ରାଜ୍ୟ ସଭା ସଦସ୍ୟ ରାଜ୍ୟ ସଭାରେ ଓଡ଼ିଶା ସରକାରଙ୍କୁ ଦକ୍ଷତା ବିକାଶ ପ୍ରସଙ୍ଗରେ ଭୂରି ଭୂରି ପ୍ରଶଂସା କରିଥିଲେ। କରୋନା ମହାମାରୀ ସମୟରେ ରାଜ୍ୟକୁ ଅଧିକ ପୁଞ୍ଜି ଆସିଛି । ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ନିବେଶ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏଥିରୁ ୫୩ ହଜାର ନିଯୁକ୍ତି ସୃଷ୍ଟି ହୋଇପାରିଛି ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର , ଲତିକା ପ୍ରଧାନ ଏବଂ ଦେବେଶ ଆଚାର୍ଯ୍ୟ ସରକାରଙ୍କ ସଫଳତା ବଖାଣିବା ସହ ନିଯୁକ୍ତି ଦିଗରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଦର୍ଶାଇଥିଲେ। ଶେଷରେ ଉପବାଚସ୍ପତି ରଜନୀକାନ୍ତ ସିଂ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri