ଭୂତଳ ଜଳ ସଂକ୍ରମିତ

ଶେଖ୍‌ ଫରିଦ୍‌ଉଦ୍ଦିନ

 

ଖରାଦିନ ଆସିଲାଣି। ଜଳ ସଙ୍କଟ ଅନେକ ଜାଗାରେ ଦେଖାଯାଏ। ଭୂତଳ ଜଳ ହେଉଛି ଆମ ସମସ୍ତଙ୍କ ପାଇଁ ମୁଖ୍ୟ ପାନୀୟର ବଡ଼ ଅବଲମ୍ବନ। ତେବେ ଏସବୁ ସମୟରେ ଏକ ବିଶ୍ୱସ୍ତରୀୟ ରିପୋର୍ଟ ବଡ଼ ସଙ୍କଟଜନକ ଖବର ଦେଇଛି। ଗାଙ୍ଗେୟ ଉପତ୍ୟକାରେ ଭୂତଳ ଜଳ ମାରାତ୍ମକ ସ୍ଥିତିରେ ପହଞ୍ଚତ୍ଛି। ଇଣ୍ଟରନ୍ୟାଶନାଲ ୱାଟର ପ୍ରୋଜେକ୍ଟ ନାମକ ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଗୋଷ୍ଠୀ କରିଥିବା ଅନୁଧ୍ୟାନ ଅନୁସାରେ ଏହି ଅଞ୍ଚଳର ୬୦ ପ୍ରତିଶତ ଭୂତଳ ଜଳ ପିଇବା ପାଇଁ ଅଥବା ଜଳସେଚନ ଲାଗି ଉପଯୋଗୀ ନୁହେଁ। କାରଣ ହେଲା ଏଥିରେ ଲବଣାଂଶ ସ୍ତର ଅତ୍ୟଧିକ ଓ ଏହି ପାଣିରେ ଆର୍ସେନିକ ମାତ୍ରା ମଧ୍ୟ ଖୁବ୍‌ ବେଶି। ଯେହେତୁ ଉତ୍ତର ଭାରତର ଗାଙ୍ଗେୟ ଉପତ୍ୟକାରେ ୭୫ କୋଟି ଲୋକ ରହନ୍ତି ଓ ସେମାନେ ବିଷାକ୍ତ ଜଳ ବ୍ୟବହାର କରୁଛନ୍ତି ବୋଲି ଏହି ରିପୋର୍ଟରୁ ବୁଝାପଡ଼ୁଛି, ଏଥିରୁ ସହଜରେ କୁହାଯାଇପାରେ ଯେ ସମସ୍ୟାଟି ଅତି ଉଦ୍‌ବେଗଜନକ। ଏହି ରିପୋର୍ଟ ଚଳିତ ମାସ ଅର୍ଥାତ୍‌ ୨୦୨୨ ମସିହାର ସର୍ବଶେଷ ତଥ୍ୟ।
ଦେଶର ଭୂତଳ ଜଳ ସମ୍ପର୍କରେ ବିଭିନ୍ନ ସମୟରେ ଚିନ୍ତାଜନକ ରିପୋର୍ଟ ସବୁ ପ୍ରକାଶ ପାଇ ଆସିଛି। ଏ ବର୍ଷ ଆରମ୍ଭରେ କେନ୍ଦ୍ର ଭୂତଳ ଜଳ ବୋର୍ଡ଼ ସମଗ୍ର ଦେଶ ସମ୍ପର୍କରେ ନିକଟରେ ଫେବୃୟାରୀ ୧୭, ୨୦୨୨ରେ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଥିଲା ଯେ ଭାରତର ଅଧା ଅଞ୍ଚଳର ଭୂତଳ ଜଳ ସଂକ୍ରମିତ। ଦେଶରେ ୨୭୬ଟି ଜିଲାରେ ଏହି ଜଳସ୍ତରରେ ଫ୍ଲୋରାଇଡ ମାତ୍ରା ଅଧିକ ଥିବାବେଳେ ୩୮୭ଟି ଜିଲାରେ ନାଇଟ୍ରେଟ୍‌ ସ୍ତର ନିରାପଦ ମାତ୍ରାଠାରୁ ଅଧିକ। ୪୬ଟି ଜିଲାର ଭୂତଳ ଜଳ ଅତ୍ୟଧିକ ଆର୍ସେନିକରେ ଆକ୍ରାନ୍ତ। ଗାଙ୍ଗେୟ ଉପତ୍ୟକାରେ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଆଗରୁ ଉଦ୍‌ବେଗର ବିଷୟ ଥିଲା। ଯେହେତୁ ସେ ଅଞ୍ଚଳର ଲୋକସଂଖ୍ୟା ଅଧିକ ଓ କୃଷି ପାଇଁ ଜଳସେଚନ ତଥା ଅନ୍ୟାନ୍ୟ ଆବଶ୍ୟକତା ସକାଶେ ଭୂତଳ ଜଳ ଉପରେ ଚାପ ବଢ଼ି ଚାଲିଛି ସେହି କାରଣରୁ ଏହି ଜଳସ୍ତର ହ୍ରାସ ପାଉଛି। କିନ୍ତୁ ଜଳସ୍ତର ଖସି ଚାଲିଲେ ଭବିଷ୍ୟତରେ ସାଧାରଣ ଲୋକ ଓ ଗୃହପାଳିତ ପଶୁ ଜଳାଭାବର ସମ୍ମୁଖୀନ ହେବେ। ଏହା ଚିନ୍ତାର ବିଷୟ ଥିଲା। ଏବେ ଜଣାପଡ଼ିଛି ଯେ ଗାଙ୍ଗେୟ ଉପତ୍ୟକାରେ ୭୦ ପ୍ରତିଶତ ଇଲାକାରେ ଜଳସ୍ତରରେ ଉନ୍ନତି ଘଟିଛି। ଏଣୁ ଜଳସ୍ତର ହ୍ରାସ ସମସ୍ୟା ନେଇ କିଛିଟା ଆଶ୍ୱସ୍ତି ମିଳିଛି। କିନ୍ତୁ ଭୂତଳ ଜଳରେ ଲବଣାଂଶ ବୃଦ୍ଧି ଓ ଏହା ସଂକ୍ରମିତ ହେବା ଉଦ୍‌ବେଗର ବିଷୟ। ଗାଙ୍ଗେୟ ଉପତ୍ୟକା ସମ୍ପର୍କରେ ହୋଇଥିବା ଅନୁଧ୍ୟାନରେ ଅନେକ ପ୍ରତିଷ୍ଠିତ ଭାରତୀୟ ଅନୁଷ୍ଠାନର ବୈଜ୍ଞାନିକମାନେ ମଧ୍ୟ ସାମିଲ ଥିଲେ। ଭୂତଳ ଜଳରେ ଲବଣାଂଶ ଓ ଆର୍ସେନିକ ଥାଏ କିନ୍ତୁ ତାହାର ମାତ୍ରା ବଢ଼ିଗଲେ ଜଳ ବ୍ୟବହାର ଯୋଗ୍ୟ ହୁଏନାହିଁ। ଏହି ସମସ୍ୟା ପ୍ରାୟତଃ ମଣିଷକୃତ। ଜଳ ନିଷ୍କାସନ ଠିକ୍‌ ଭାବେ ନ ହେଲେ, ଜଳସେଚିତ ଇଲାକାରେ ଜଳବଣ୍ଟନ ବ୍ୟବସ୍ଥା, ଦୁର୍ବଳ ରହିଲେ ସାର ବ୍ୟବହାର ବଢ଼ିଲେ ଏପରିକି ଖଣି ଖନନ ବୃଦ୍ଧି ପାଇଲେ ଏହି ସମସ୍ୟା ଉପୁଜେ। ଭୂତଳ ଜଳ ସଂକ୍ରମିତ ହେଲେ ମଣିଷର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୁଏ। ସଂକ୍ରମିତ ଜଳ ବ୍ୟବହାର କରି ଲୋକେ ଅସୁସ୍ଥ ହୁଅନ୍ତି। ଫ୍ଲୋରାଇଡ଼ ବଢ଼ିଲେ ଫ୍ଲୋରସିସ୍‌ ହୁଏ। ଆର୍ସେନିକ ମାତ୍ରା ଅଧିକ ହେଲେ ଚର୍ମ ସମସ୍ୟା ଦେଖାଦିଏ, ଲୋକେ ଶୀଘ୍ର ବୁଢ଼ା ହୋଇଯାଆନ୍ତି, କର୍କଟରୋଗ ସୃଷ୍ଟି ହୁଏ ଓ ତାହା ମଧ୍ୟ ମୃତ୍ୟୁର କାରଣ ହୁଏ। ଭାରତର ୮୫ ପ୍ରତିଶତ ଗ୍ରାମାଞ୍ଚଳ ଲୋକେ ଭୂତଳ ଜଳ ବ୍ୟବହାର କରନ୍ତି। ପିଇବା ପାଇଁ, ଘରୋଇ ବ୍ୟବହାର ଲାଗି ତଥା କୃଷି ସକାଶେ ସେମାନେ ଏହି ଜଳ ଉପରେ ନିର୍ଭର କରନ୍ତି। ଅବଶ୍ୟ ଭୂତଳ ଜଳର ଏହି ସମସ୍ୟାକୁ ବଦଳାଇବାକୁ ହେବ। ଏଥିପାଇଁ ପଦକ୍ଷେପ ନେବାକୁ ପଡ଼ିବ, ଯଦ୍ଦ୍ବାରା ଜଳରେ ବିଶୁଦ୍ଧତା ବଢ଼ିବ। ଜଳକୁ ପରିଷ୍କାର କରିବା ପାଇଁ କୌଶଳ, ଭୂତଳ ଜଳସ୍ତରର ଶୁଦ୍ଧୀକରଣ ପାଇଁ ପ୍ରତିକାର ଦ୍ୱାରା ସମସ୍ୟାର ମୁକାବିଲା କରାଯାଇପାରିବ। ଏଥିପାଇଁ ବୈଷୟିକ ପରାମର୍ଶ ଅନୁସାରେ କାମ କରିବାକୁ ହେବ। ଏବେ ସଂକ୍ରମିତ ଜଳକୁ ଶୁଦ୍ଧ କରାଯାଇ ବ୍ୟବହାର କରାଯାଇପାରିବ। ଏଥିପାଇଁ ରୀତିମତ ଭୂତଳ ଜଳର ପରୀକ୍ଷା ଓ ତଦାରଖ ବ୍ୟବସ୍ଥା ଲୋଡ଼ା। କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମସ୍ୟାକୁ ହାଲୁକା ଭାବେ ନ ନେଇ ଏହି ସମସ୍ୟାରୁ ପ୍ରତିକାର ପାଇଁ ପଦକ୍ଷେପ ନେବା ଉଚିତ। ଯେଉଁ ଶିଳ୍ପଗୁଡ଼ିକ ପ୍ରଦୂଷଣ କରୁଛନ୍ତି ସେଗୁଡ଼ିକ ଯେପରି ପ୍ରଦୂଷିତ ଜଳ ମାଟିକୁ ନ ଛାଡ଼ନ୍ତି ସେଥିଲାଗି ଆଇନ ରହିଛି। ତାହା କଡ଼ାକଡ଼ି କାର୍ଯ୍ୟକାରୀ ହେବା ଦରକାର। ବଡ଼ କଥା ହେଲା ଜନସାଧାରଣଙ୍କୁ ଉପରୋକ୍ତ ସମସ୍ୟା ସମ୍ପର୍କରେ ସଚେତନ କରାଯିବା ଦରକାର। ଭୂତଳ ଜଳର ସମସ୍ୟା କେବଳ ଭାରତରେ ନୁହେଁ ଦକ୍ଷିଣ ଏସିଆରେ ସଂକଟଜନକ ରୂପ ନେଉଛି। ଏ ଦୃଷ୍ଟିରୁ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କ ମଧ୍ୟରେ ସହଯୋଗ ଲୋଡ଼ା।
ମଧୁପୁର, ମାହାଙ୍ଗା, କଟକ
ମୋ: ୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri