ସହରସାରା ଅଘୋଷିତ ବଜାର

ଭୁବନେଶ୍ୱର, ୮।୬(ବନ୍ଦନା ସେଠୀ): ରାଜଧାନୀ ସାରା ଜବରଦଖଲ ମାଡିଗଲାଣି। ସ୍ମାର୍ଟ ସିଟି ଭୁବନେଶ୍ୱର ଦିନକୁ ଦିନ ଅବ୍ୟବସ୍ଥିତ ହୋଇପଡିଲାଣି। ସହରର ବିଭିନ୍ନ ପ୍ରମୁଖ ଛକ, ରାସ୍ତାକଡ଼, ଫୁଟ୍‌ପାଥ, ସାଇକେଲ୍‌ଟ୍ରାକ୍‌ ସବୁଠି ଏବେ ଅଘୋଷିତ ବଜାର ସୃଷ୍ଟି ହୋଇ ସାରିଲାଣି। ଫଳରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ସହର ବିକୃତ ହେବାରେ ଲାଗିଛି। ଦିନକୁ ଦିନ ଏହି ସଂଖ୍ୟା ବଢି ଚାଲିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଚୁପ୍‌ ବସିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବିଏମ୍‌ସି ପକ୍ଷରୁ ଭେଣ୍ଡିଂଜୋନ୍‌ କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ କେଉଁଠି ସ୍ଥାନ ଅଭାବରୁ ଭେଣ୍ଡିଂଜୋନ୍‌ ହୋଇ ପାରୁ ନ ଥିବାବେଳେ, ଆଉ କେଉଁଠି ଭେଣ୍ଡିଂଜୋନ୍‌ ନିର୍ମାଣ ହୋଇଥିଲେ ମଧ୍ୟ ତାଲା ପଡିରହିଛି। ସହରରେ ମୋଟ୍‌ ୩୨ହଜାର ଉଠାଦୋକାନୀ ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୨ହଜାର ଦୋକାନୀଙ୍କୁ ଥଇଥାନ କରାଯାଇଛି। ବାକି ୩୦ହଜାର ଉଠାଦୋକାନୀ ନିଜର ଗୁଜୁରାଣ ମେଣ୍ଟାଇବାକୁ ଯେଉଁଠି ପାରୁଛନ୍ତି ସେଠି ନିଜର ପସରା ମେଲାଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବିଜେବି କଲେଜ ସମ୍ମୁଖ ଫୁଟ୍‌ପାଥ୍‌। କଲେଜ ଓ ସମ୍ମୁଖରେ କୋର୍ଟ ଥିବାରୁ ସହରର ବ୍ୟସ୍ତବହୁଳ ଅଞ୍ଚଳ ଭାବେ ଏହା ପରିଚିତ। ତେଣୁ ଏଠାରେ ସାଧାରଣତଃ ଟ୍ରାଫିକ୍‌ ଜାମ୍‌ ରହିଥାଏ। ଏବେ ଫୁଟ୍‌ପାଥ୍‌ରେ ଫଳ ବଜାର ଗଢ଼ି ଉଠିଥିବାରୁ ଏହି ସମସ୍ୟା ଆହୁରି ଜଟିଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ୨/୩ବର୍ଷ ତଳେ ଏଠାରେ ଗୋଟିଏ ଫଳ ଦୋକାନ ଖୋଲିଥିଲା। ତାହାର କିଛିଦିନ ପରେ ଆଉ ୨/୩ଟି ଦୋକାନ ଖୋଲିଲା। ଏବେ ସେଠାରେ ୮୩ଜଣ ଦୋକାନୀ ପସରା ମେଲାଇ ବେପାର କରୁଛନ୍ତି। ବିଜେବି କଲେଜ ଫାଟକଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ଯାଏ ଅଘୋଷିତ ବଜାର ସୃଷ୍ଟି ହୋଇଛି। ସମାନ ସ୍ଥିତି ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ମଧ୍ୟ ଦେଖାଯାଉଛି। ପୂର୍ବରୁ କୌଣସି ମେଳା, ପ୍ରଦର୍ଶନୀ ପଡିଲେ ବାହାରେ ବିଭିନ୍ନ ସାମଗ୍ରୀର ପସରା ମେଲିଥାଏ। ମାତ୍ର ଏବେ ବର୍ଷ ତମାମ ଫଳଠାରୁ ଆରମ୍ଭ କରି ଡ୍ରେସ୍‌ ଏବଂ ଗୃହସଜ୍ଜା ସାମଗ୍ରୀ ଦୋକାନ ଖୋଲୁଛି। ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇ ଏବେ ସେଠାରେ ପ୍ରାୟ ୭୦ଜଣ ଦୋକାନୀ ବ୍ୟବସାୟ କରୁଛନ୍ତି। ସେହିପରି ସତ୍ୟନଗରସ୍ଥିତ ବ୍ଲାଇଣ୍ଡ୍‌ ଆସୋସିଏଶନ ସମ୍ମୁଖରେ ୫୫ଜଣ ଉଠାଦୋକାନୀ ବ୍ୟବସାୟ କରୁଥିବାବେଳେ, ଚନ୍ଦ୍ରଶେଖରପୁରସ୍ଥିତ ଓମ୍‌ଫେଡ୍‌ ଓ ରେଳ ଭବନ ସମ୍ମୁଖରେ ୧୦୮ଜଣ, ନୂଆ ଏୟାରପୋର୍ଟ ପଛ ରାସ୍ତାରେ ୯୨ଜଣ, କିମ୍ସ ହସ୍ପିଟାଲ ସମ୍ମୁଖ ରାସ୍ତାରେ ୮୫ଜଣ, ସମ୍‌ ହସ୍ପିଟାଲ ପାଖରେ ୭୦-୮୦ଜଣ, ଏମ୍ସ ହସ୍ପିଟାଲ ରାସ୍ତା ପାର୍ଶ୍ୱରେ ୧୫୦ଜଣ ଉଠାଦୋକାନୀ ବେପାର କରୁଥିବା ଦେଖିବାକୁ ମିଳୁଛି। ସେହିପରି ସତ୍‌ସଙ୍ଗ ବିହାର ନିକଟ ଶ୍ୟାମାପ୍ରସାଦ ପାର୍କ ପାର୍ଶ୍ୱରେ ଗୋଟିଏ ଦୁଇଟି ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଲମ୍ବା ଧାଡ଼ିରେ ଚାଲିଛି। ଅଭିଯୋଗ ହେଲେ ବିଏମ୍‌ସିର ଏନ୍‌ଫୋସର୍ମମେଣ୍ଟ ଟିମ୍‌ ମଝିରେ ମଝିରେ ଆସି ଦୋକାନୀଙ୍କୁ ଉଠାଇ ଦେଉଛନ୍ତି। ମାତ୍ର ଦିନେ ଦୁଇଦିନ ପରେ ଯଥା ପୂର୍ବଂ ତଥା ପର ସ୍ଥିତି ସୃଷ୍ଟି ହେଉଛି। ସହରର ମୁଖ୍ୟ ରାସ୍ତାଘାଟ, ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ୍‌ ଆଦି ସ୍ଥାନଗୁଡିକରେ ଜବରଦଖଲ ହେବାକୁ ଦିଆଯିବ ନାହିଁ ବୋଲି ବିଏମ୍‌ସି ବାରମ୍ବାର ଘୋଷଣା କରିଛି। ମାତ୍ର ଉଠାଦୋକାନୀଙ୍କୁ ଥଇଥାନ କରିବାରେ ବିଏମ୍‌ସି ବିଫଳ ହେଉଥିବାରୁ ସବୁ ଦେଖି ମଧ୍ୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା କୁହାଯାଉଛି। ଫଳରେ ଲୋକଙ୍କ ପାଇଁ ତିଆରି ହୋଇଥିବା ଚଲାପଥ ଏବଂ ସାଇକେଲ୍‌ ଟ୍ରାକ୍‌ ଏବେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି।
ଅପରପକ୍ଷେ ବିଏମ୍‌ସି ଉଠାଦୋକାନୀମାନଙ୍କୁ ବ୍ୟବସ୍ଥିତ କରୁ ନ ଥିବାରୁ ବାଧ୍ୟହୋଇ ସେମାନେ ରାଜରାସ୍ତାରେ ବେପାର କରୁଥିବା ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁ କହିଛନ୍ତି। ବର୍ଷବର୍ଷ ଧରି ଉଠାଦୋକାନୀମାନେ ରାସ୍ତାକଡ଼ରେ ବ୍ୟବସାୟ କରୁଛନ୍ତି। ବିଏମ୍‌ସି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଥଇଥାନ କରିପାରୁ ନାହିଁ। ମାତ୍ର ଯେତେବେଳେ ଇଚ୍ଛା ସେତେବେଳେ ସେମାନଙ୍କୁ ଉଚ୍ଛେଦ କରୁଛି। ଏହାଦ୍ୱାରା ସେମାନେ ନିଜ ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହେଉନାହାନ୍ତି। ତେଣୁ ଗୋଟିଏ ଯାଗାରୁ ଉଚ୍ଛେଦ ହେବା ପରେ ସେମାନେ ଅନ୍ୟ କେଉଁଠି ଖାଲି ସ୍ଥାନ ଦେଖି ବ୍ୟବସାୟ କରୁଛନ୍ତି। ଯେ ପର୍ଯ୍ୟନ୍ତ ବିଏମ୍‌ସି ସେମାନଙ୍କୁ ଥଇଥାନ ନ କରିଛି, ସେମାନେ ଏହିଭଳି ବ୍ୟବସାୟ କରିବାକୁ ବାଧ୍ୟ ହେବେ ବୋଲି ପ୍ରତାପ କହିଛନ୍ତି।
ଏନେଇ ବିଏମ୍‌ସିର ଭେଣ୍ଡିଂଜୋନ୍‌ ଆଣ୍ଡ୍‌ କିଓସ୍କ ଦାୟିତ୍ୱରେ ଥିବା ଡେପୁଟି କମିଶନର ଅଜୟ କୁମାର ମହାନ୍ତି କହିଛନ୍ତି, ଉଠାଦୋକାନୀମାନଙ୍କୁ ପର୍ଯ୍ୟାୟକ୍ରମେ ଥଇଥାନ କରାଯିବ। ଯଦିଓ ଏକ୍‌ଜାକ୍ଟ ଫିଗର ନାହିଁ, ତଥାପି ପ୍ରାୟ ୩ଶହ ଦୋକାନୀଙ୍କୁ ଥଇଥାନ କରାଯିବ। ନିର୍ବାଚନ ସରିଲା, ଖୁବ୍‌ଶୀଘ୍ର କମିଟି ଫର୍ମେଶନ ହେବାପରେ କେଉଁ ଯାଗାରେ କାହାକୁ ଥଇଥାନ କରାଯିବ ଦେଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri