ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ ହାଇଦ୍ରାବାଦ। ହେଲେ ସନ୍ଦେହଜନକ ପରିସ୍ଥିତିରେ ଅଭିଯୁକ୍ତ ପୋଲିସ ସ୍କାନରକୁ ଆସିବା ପରେ ସତ ଧରାପଡ଼ିଛି। ଏଥିସହିତ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଅନ୍ତର୍ଗତ ଟୋଲରପଶି ଗ୍ରାମର ସ୍ବର୍ଗତ ଅଜୟ ମଳିକଙ୍କ ନାବାଳକ ପୁଅ କାହ୍ନୁ (୧୪) ନିଖୋଜ ମାମଲାର ଦୁଃଖଦ ପରିସମାପ୍ତି ଘଟିଛି। ଅଭିଯୁକ୍ତ ଗିରିଧାରୀ ମଳିକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ସୂଚନା ଆଧାରରେ ମୃତକଙ୍କ ଖପୁରି ସମେତ ଅନ୍ୟ ଅବଶେଷ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ନିହଲପ୍ରସାଦ ଥାନାରେ ନଂ. ୧୭୮/୨୧ରେ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୭ରେ ଗ୍ରାମ ପଡ଼ିଆରେ ଖେଳୁଥିବାବେଳେ କାହ୍ନୁ ନିଖୋଜ ହୋଇଯାଇଥିଲେ। ଏ ନେଇ ତାଙ୍କ ମା’ ଶାନ୍ତି ମଳିକ ନିହଲପ୍ରସାଦ ଥାନାରେ ୨୮ ତାରିଖରେ ଅଭିଯୋଗ କରିଥିଲେ। ଗ୍ରାମରକ୍ଷୀ ଗୋବର୍ଦ୍ଧନ ମଳିକଙ୍କ ପରିବାର ସହିତ ତାଙ୍କର ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଫଳରେ କାହ୍ନୁଙ୍କ ନିଖୋଜ ପଛରେ ଗୋବର୍ଦ୍ଧନଙ୍କ ପୁଅ ଗିରିଧାରୀଙ୍କ ହାତ ଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ପୁଅଙ୍କୁ ଗିରିଧାରୀ ହତ୍ୟା କରିଥିବା ନେଇ ଶାନ୍ତି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଗିରିଧାରୀଙ୍କ ଉପରେ ନଜର ରଖିଥିଲା। ତେବେ ସେ ହାଇଦ୍ରାବାଦର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଚାଲିଯାଇଥିବାରୁ ତାଙ୍କୁ ଗିରଫ କରିବା ସହଜ ନ ଥିଲା। ଅଭିଯୁକ୍ତ ଗ୍ରାମକୁ ଆସିଥିବା ସୂଚନା ପାଇ ଥାନାଧିକାରୀ ଜିତେନ୍ଦ୍ର କୁମାର ସାହୁ ସଦଳବଳ ଚଢ଼ାଉ କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚୁରା ବେଳେ ସେ କାହ୍ନୁଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କ ସୂଚନା ଆଧାରରେ ଟୋଲରପଶି ଛକ ନିକଟ ସଂରକ୍ଷିତ ଜଙ୍ଗଲରୁ ମୃତ କାହ୍ନୁଙ୍କ ଖପୁରି, ତଳ ମାଢ଼ି, ଅସ୍ଥି, ଚପଲ, ଗଞ୍ଜି ଏବଂ ପ୍ୟାଣ୍ଟକୁ ପୋଲିସ ଜବତ କରିଛି। ଏହାକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି। ଏସ୍‌ଡିପିଓ ବିକାଶ ରଞ୍ଜନ ବେହୁରା ଘଟଣାର ତଦନ୍ତ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ମୃତକ ପରିବାର ଲୋକେ ହତ୍ୟା ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri