ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ ହାଇଦ୍ରାବାଦ। ହେଲେ ସନ୍ଦେହଜନକ ପରିସ୍ଥିତିରେ ଅଭିଯୁକ୍ତ ପୋଲିସ ସ୍କାନରକୁ ଆସିବା ପରେ ସତ ଧରାପଡ଼ିଛି। ଏଥିସହିତ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ପିଙ୍ଗୁଆ ପଞ୍ଚାୟତ ଅନ୍ତର୍ଗତ ଟୋଲରପଶି ଗ୍ରାମର ସ୍ବର୍ଗତ ଅଜୟ ମଳିକଙ୍କ ନାବାଳକ ପୁଅ କାହ୍ନୁ (୧୪) ନିଖୋଜ ମାମଲାର ଦୁଃଖଦ ପରିସମାପ୍ତି ଘଟିଛି। ଅଭିଯୁକ୍ତ ଗିରିଧାରୀ ମଳିକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ସୂଚନା ଆଧାରରେ ମୃତକଙ୍କ ଖପୁରି ସମେତ ଅନ୍ୟ ଅବଶେଷ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ନିହଲପ୍ରସାଦ ଥାନାରେ ନଂ. ୧୭୮/୨୧ରେ ମାମଲା ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୭ରେ ଗ୍ରାମ ପଡ଼ିଆରେ ଖେଳୁଥିବାବେଳେ କାହ୍ନୁ ନିଖୋଜ ହୋଇଯାଇଥିଲେ। ଏ ନେଇ ତାଙ୍କ ମା’ ଶାନ୍ତି ମଳିକ ନିହଲପ୍ରସାଦ ଥାନାରେ ୨୮ ତାରିଖରେ ଅଭିଯୋଗ କରିଥିଲେ। ଗ୍ରାମରକ୍ଷୀ ଗୋବର୍ଦ୍ଧନ ମଳିକଙ୍କ ପରିବାର ସହିତ ତାଙ୍କର ପାରିବାରିକ ଶତ୍ରୁତା ଲାଗି ରହିଥିଲା। ଫଳରେ କାହ୍ନୁଙ୍କ ନିଖୋଜ ପଛରେ ଗୋବର୍ଦ୍ଧନଙ୍କ ପୁଅ ଗିରିଧାରୀଙ୍କ ହାତ ଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ପୁଅଙ୍କୁ ଗିରିଧାରୀ ହତ୍ୟା କରିଥିବା ନେଇ ଶାନ୍ତି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଗିରିଧାରୀଙ୍କ ଉପରେ ନଜର ରଖିଥିଲା। ତେବେ ସେ ହାଇଦ୍ରାବାଦର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବାକୁ ଚାଲିଯାଇଥିବାରୁ ତାଙ୍କୁ ଗିରଫ କରିବା ସହଜ ନ ଥିଲା। ଅଭିଯୁକ୍ତ ଗ୍ରାମକୁ ଆସିଥିବା ସୂଚନା ପାଇ ଥାନାଧିକାରୀ ଜିତେନ୍ଦ୍ର କୁମାର ସାହୁ ସଦଳବଳ ଚଢ଼ାଉ କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚୁରା ବେଳେ ସେ କାହ୍ନୁଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ତାଙ୍କ ସୂଚନା ଆଧାରରେ ଟୋଲରପଶି ଛକ ନିକଟ ସଂରକ୍ଷିତ ଜଙ୍ଗଲରୁ ମୃତ କାହ୍ନୁଙ୍କ ଖପୁରି, ତଳ ମାଢ଼ି, ଅସ୍ଥି, ଚପଲ, ଗଞ୍ଜି ଏବଂ ପ୍ୟାଣ୍ଟକୁ ପୋଲିସ ଜବତ କରିଛି। ଏହାକୁ ପରିବାର ଲୋକେ ଚିହ୍ନଟ କରିଛନ୍ତି। ଏସ୍‌ଡିପିଓ ବିକାଶ ରଞ୍ଜନ ବେହୁରା ଘଟଣାର ତଦନ୍ତ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି। ଅନ୍ୟପଟେ ମୃତକ ପରିବାର ଲୋକେ ହତ୍ୟା ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ସ ର଼୍ୟାକେଟ୍‌ ଠାବ : ଦୁଇ ଯୁବକଙ୍କ ସହ ଜଣେ ଯୁବତୀ ଅଟକ

ବାସୁଦେବପୁର,୧୭।୧୦: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ବଜାରରେ ଗଜଲକ୍ଷ୍ମୀ ପୂଜା ଅବସରରେ ଭିଡ଼ ଲାଗିଥିବାବେଳେ ଭଡ଼ା ଘରୁ ପୋଲିସ ସେକ୍ସ ର଼୍ୟାକେଟ୍‌ ଠାବ କରିଛି।...

ନାବାଳିକା ଗର୍ଭବତୀ, ଅଭିଯୁକ୍ତଙ୍କୁ ଜେଲ ଦଣ୍ଡ

ନିରାକାରପୁର,୨୨ା୯(ଡି.ଏନ.ଏ.): ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ଆଲୋଚନା ହେଲା। ଝିଅ ନାବାଳିକା ଥିବାରୁ ସାବାଳିକା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦୁଇ ପରିବାର ସହମତି...

ଜଟିଳ ସ୍ଥିତିରେ ଜୀବିକା

ଭୁବନ, ୨୩।୪(ଡି.ଏନ୍‌.ଏ.) ବଦଳିଯାଉଛି ମଣିଷର ଜୀବନଶୈଳୀ। ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ଆଗକୁ ବଢୁଛି ଜୀବନ। ଏସବୁ ଭିତରେ ପଛରେ ପଡ଼ିଯାଉଛି ପାରମ୍ପରିକ ହସ୍ତଶିଳ୍ପ। ଆବଶ୍ୟକତା...

ହାତ ଥରୁଥିବା ଏହି ବୃଦ୍ଧ କରିଛନ୍ତି ୩ଶହ ପିଲାଙ୍କୁ ବଳାତ୍କାର: ଜଣାପଡ଼ିବା ପରେ ଦିଆଗଲା ଏପରି ଦଣ୍ଡ…

ଛୋଟ ପିଲାଙ୍କ ସହ ବଳାତ୍କାର ଘଟଣା ସବୁ ସମୟରେ ଶୁଣିବାକୁ ମିଳିଥାଏ। ତେବେ ଲକ୍‌ଡାଉନ୍‌ରେ ଏହି ଘଟଣା କିଛି ମିତ୍ରାରେ ବଢ଼ିଯାଇଛି। ଯାହାକି ପ୍ରତିଦିନ ଖବରକାଗଜ,...

କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୯ରୁ ଏପ୍ରିଲ ୧୦ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୩ଟି ମାମଲା...

ଚୋରା କେନ୍ଦୁପତ୍ର ବୋଝେଇ ପିକଅପ ଭ୍ୟାନ ଜବତ, ଜଣେ ଗିରଫ

ବଇଣ୍ଡା,୧୭।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ବାଜପୁର ଗ୍ରାମ ଜାମ୍ବୁସାହିଠାରୁ ରବିବାର ବିଳମ୍ବିତ ରାତିରେ ବାମୁର ବନବିଭାଗ ଏକ ପିକଅପ ଭ୍ୟାନ (ନଂ ଓଡ଼ି୦୧୫କେ୮୦୬୮)ରେ ବୋଝେଇ ହୋଇଥିବା ଚୋରା କେନ୍ଦୁପତ୍ରକୁ...

୧୫ରୁ ଜାତୀୟ ଫୁଟବଲ ଟୁର୍ନାମେଣ୍ଟ

ଢେଙ୍କାନାଳ ଅଫିସ,୨୬ା୮- ଆସନ୍ତା ସେପ୍ଟେମ୍ବର ୧୫ ତାରିଖଠାରୁ ଢେଙ୍କାନାଳ ଷ୍ଟାଡିୟମଠାରେ ଜାତୀୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଏ ସଂକ୍ରାନ୍ତରେ ସୋମବାର ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ...

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ...

Advertisement
Archives

Model This Week