ପେଟ୍ରୋଲିୟମ ଟିକସ ଆଦାୟ ୭୯% ବୃଦ୍ଧି

ନୂଆଦିଲ୍ଲୀ,୧।୧୧: ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ବାବଦ ସଂଗ୍ରହ ୩୩% ବଢ଼ିଛି। ସେହିଭଳି କୋଭିଡ ପୂର୍ବ ସ୍ଥିତି କଥା ବିଚାରକୁ ନେଲେ ଏହି ବାବଦକୁ ଟିକସ ଆଦାୟ ୭୯% ବଢ଼ିଥିବା ଜଣାପଡ଼ିଛି। କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ ଡାଟା ମୁତାବକ, ୨୦୨୧ ଏପ୍ରିଲ-ସେପ୍ଟେମ୍ବର ସମୟରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଟିକସ ଆଦାୟ ୧.୭୧ ଲକ୍ଷ କୋଟି ଟଙ୍କା ରହିଛି। ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ଏହା ୧.୨୮ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୧୯ ଏପ୍ରିଲ-ସେପ୍ଟେମ୍ବରରେ ଏହା ୯୫,୯୩୦ କୋଟି ଟଙ୍କା ଉତ୍ପାଦ ଟିକସ ଆଦାୟ ହୋଇଥିବା ବେଳେ ଏହା ଚଳିତ ବର୍ଷ ସମାନ ଅବଧିରେ ଏହା ୭୯% ବଢ଼ିଛି।
ଆର୍ଥତ୍କ ବର୍ଷରେ କେନ୍ଦ୍ର ସରକାର ୩.୮୯ ଲକ୍ଷ କୋଟି ଟଙ୍କାର ଉତ୍ପାଦ ଟିକସ ଆଦାୟ କରିଛନ୍ତି। ଏହା ୨୦୧୯-୨୦ରେ ୨.୩୯ ଲକ୍ଷ କୋଟି ଟଙ୍କା ରହିଥିବା ସିଜିଏ ଡାଟାରୁ ସାମ୍ନାକୁ ଆସିଛି। ସାମଗ୍ରୀ ଓ ସେବା ଟିକସ ଲାଗୁ ହେବା ପରେ ପେଟ୍ରୋଲ,ଡିଜେଲ, ଏଟିଏଫ୍‌ ଏବଂ ପ୍ରାକୃତିକ ବାଷ୍ପ ଉପରେ ଉତ୍ପାଦ ଟିକସ ଲାଗୁ ହେଉଛି। ଏହି ପ୍ରଡକ୍ଟଗୁଡିକୁ ଛାଡ଼ି ଦେଲେ ବାକି ସବୁ ପ୍ରଡକ୍ଟ ଉପରେ ଜିଏସ୍‌ଟି ଲାଗୁଛି। ୨୦୧୮-୧୯ର ସଂଗୃହୀତ ୨.୩ ଲକ୍ଷ କୋଟି ମଧ୍ୟରୁ ୩୫,୮୩୪ କୋଟି ଟଙ୍କା ରାଜ୍ୟଗୁଡିକ ମଧ୍ୟରେ ବଣ୍ଟନ କରାଯାଇଛି। ୨୦୧୭-୧୮ରେ ୨.୫୮ ଲକ୍ଷ କୋଟି ସଂଗୃହୀତ ହୋଇଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ୭୧,୭୫୯ କୋଟି ଟଙ୍କା ବଣ୍ଟନ କରାଯାଇଥିଲା।
ପ୍ରଥମ ୬ ମାସରେ ୪୨,୯୩୧ କୋଟି ଅଧିକ ଟିକସ ଆଦାୟ ହୋଇଛି। ପୂର୍ବର ଉପା ସରକାରଙ୍କ ଅମଳରେ ହୋଇଥିବା ଅଏଲ ବଣ୍ଡ ପଇଠ ଜନୀତ ଜନୀତ ବାର୍ଷିକ ଦେୟ ତୁଳନାରେ ଏହା ୪ ଗୁଣା ଅଧିକ। ଚଳିତ ବର୍ଷ କେନ୍ଦ୍ର ସରକାର ଅଏଲ ବଣ୍ଡ ବାବଦକୁ ୧୦ ହଜାର କୋଟି ଟଙ୍କା ପଇଠ କରିବେ। ପେଟ୍ରୋଲ ଏବଂ ଡିଜେଲରୁ ଅଧିକ ଉତ୍ପାଦ ଟିକସ ଆସୁଛି। ପୂର୍ବବର୍ଷ ତୁଳନାରେ କେନ୍ଦ୍ର ସରକାର ଚଳିତ ବର୍ଷ ୧ ଲକ୍ଷ କୋଟି ଟଙ୍କା ଅଧିକ ଟିକସ ଆଦାୟ କରିବେ ବୋଲି ଆକଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?