ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍କୁ ଦିନକ ପାଇଁ ସ୍ଥଗିତ ରଖାଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ହେଲେ ପୂର୍ବ ଘୋଷିତ କାର୍ଯ୍ୟସୂଚୀ ମୁତାବକ, ମ୍ୟାଚ୍ ରବିବାର ସନ୍ଧ୍ୟାରେ ଖେଳାଯିବ ବୋଲି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସି) ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଦିଲ୍ଲୀରେ ବ୍ରିକ୍ସି ସମିଟ ହେଉଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍ ଲାଗି ସୁରକ୍ଷାଗତ ଚିନ୍ତା ଦେଖାଦେଇଥିଲା; ଫଳରେ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଲାଗି ଅନୁରୋଧ କରାଯାଇଥିଲା।
ପ୍ରଥମ ଟି୨୦ ମ୍ୟାଚ୍ ୧୩ ତାରିଖରେ ଖେଳାଯିବ। ବୈଠକ ପରେ ମ୍ୟାଚ୍ ଆୟୋଜନ ପାଇଁ ଡିଡିସିଏକୁ ସମସ୍ତ ପ୍ରକାର ଆବଶ୍ୟକୀୟ ସମର୍ଥନ ଓ ବ୍ୟବସ୍ଥା ଯେଗାଇବା ଦେବା ଲାଗି ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ଆଶ୍ୱାସନା ଦିଆଯାଇଥିବା ଡିଡିସିଏ ପକ୍ଷରୁ କୁହାଯାଇଛି।

