ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଦୁଇ ରାଜ୍ୟ ବିଭାଜନର ଏକ ଦଶନ୍ଧି ମଧ୍ୟରେ ପ୍ରାୟ ଦଶ ଜଣ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡର ରାଜ୍ୟକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାରମ୍ଭରେ ୨୦୧୪ରେ ପ୍ରତ୍ୟୁଷ ସିହ୍ନା କମିଟି ସୁପାରିସ କ୍ରମେ ଆନ୍ଧ୍ର କିମ୍ବା ତେଲଙ୍ଗାନାକୁ କ୍ୟାଡର୍‌ ଆବଣ୍ଟନ କରାଯାଇଥିଲା। ଏହି ଅଧିକାରୀମାନଙ୍କୁ ସେମାନଙ୍କ ପସନ୍ଦର ସ୍ଥାନରେ ରହିବାକୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସିଏଟି)ଙ୍କ ମଧ୍ୟବର୍ତ୍ତିକାଳୀନ ନିଷ୍ପତ୍ତି ସାହାଯ୍ୟ କରିଥିଲା। ବର୍ତ୍ତମାନ ତେଲଙ୍ଗାନା ହାଇକୋର୍ଟଙ୍କ ରାୟ ପରେ କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଏହି ଅଧିକାରୀଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛି। ସୂତ୍ରରୁ ଜଣାପଡ଼ିଛି, ୨୦୧୪ରେ ବିଭାଜନ ସମୟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ ଅନେକ ଶହ ଅଧିକାରୀଙ୍କୁ କ୍ୟାଡର ବଣ୍ଟନ କରାଯାଇଥିଲା। ଅବଶ୍ୟ କେତେଜଣ ଅଧିକାରୀ ସେମାନଙ୍କ ସ୍ଥାନ ଉପରେ ଆପତ୍ତି ଉଠାଇ ପ୍ରକ୍ରିୟାଗତ ସ୍ବଚ୍ଛତା ଉପରେ ଚିନ୍ତାପ୍ରକଟ କରିଥିଲେ। ସିଏଟିର ମଧ୍ୟବର୍ତ୍ତିକାଳୀନ ନିଷ୍ପତ୍ତି ସେମାନଙ୍କୁ ସେମାନଙ୍କ ମନୋନୀତ ରାଜ୍ୟଗୁଡ଼ିକରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେଇଥିଲା, କିନ୍ତୁ ସମ୍ପ୍ରତି ହାଇକୋର୍ଟଙ୍କ ଆଦେଶ ସିଏଟିର ଅତ୍ୟଧିକ ପଦକ୍ଷେପକୁ ସମାଲୋଚନା କରିବା ସହ ପ୍ରାରମ୍ଭିକ ଆବଣ୍ଟନକୁ ପ୍ରତ୍ୟାବର୍ତ୍ତନ କରିବାକୁ କହିଛି । ଆନ୍ଧ୍ର ପ୍ରଦେଶର ଅଧିକାରୀ ଚେଭୁରୁ ହରି କିରଣଙ୍କୁ ତେଲଙ୍ଗାନା ପଠାଯାଉଥିବାବେଳେ ତେଲଙ୍ଗାନାର ବାଣୀ ପ୍ରସାଦ ଏବଂ ରୋନାଲ୍ଡ ରୋଜଙ୍କ ଭଳି ଅଧିକାରୀମାନେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ରିପୋର୍ଟ କରିବାକୁ ପଡ଼ିବ। ତେବେ ଏମାନେ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି।
ଆପ୍‌ର ପଦକ୍ଷେପ
ଅରବିନ୍ଦ କେଜ୍‌ରିୱାଲ ଏବେ ଜାମିନରେ ଆସିଥିଲେ ବି ହରିୟାଣା ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି ବା ଆପ୍‌) କୌଣସି ଆସନ ପାଇନାହିଁ। ତେବେ ଦିଲ୍ଲୀ ସହ ପଞ୍ଜାବରେ ଆପ୍‌ କ୍ଷମତାରେ ରହିଛି । ଏବେ ପଞ୍ଜାବରେ ଦଳ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରୁଥିବା ଦେଖାଯାଉଛି। ବଡ଼ ପରିବର୍ତ୍ତନ ହେଉଛି ପଞ୍ଜାବର ନୂତନ ମୁଖ୍ୟ ସଚିବ ଭାବରେ କେ.ଏ.ପି. ସିହ୍ନାଙ୍କ ନିଯୁକ୍ତି। ଜୁନ୍‌ ୨୦୨୩ ପରଠାରୁ ଏହି ପଦବୀରେ ଥିବା ଅନୁରାଗ ବର୍ମାଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି। ୧୯୯୨ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସିହ୍ନା ଏହା ପୂର୍ବରୁ ରାଜସ୍ବ, କୃଷି ଓ ଜଳ ସଂରକ୍ଷଣ ବିଭାଗର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏହି ପୃଷ୍ଠଭୂମି ତାଙ୍କୁ ନୂତନ ପଦବୀରେ କାର୍ଯ୍ୟ କରିବାରେ ସହଯୋଗ କରିବ। ଏହାସହ ବର୍ମା ପୁନର୍ବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ରାଜସ୍ବ, ପୁନଃଥଇଥାନ ଏବଂ ବିପର୍ଯ୍ୟୟ ପରିଚାଳନା ସମେତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜଣିବାକୁ ମିଳୁଛିି ଯେ ଦିଲ୍ଲୀରୁ ଆପ୍‌ର ନେତୃତ୍ୱ ପଞ୍ଜାବକୁ ପ୍ରତିନିଧି ପଠାଇଛନ୍ତି ଏବଂ ସେମାନେ ଚଣ୍ଡିଗଡ଼ରେ ଡେରା ପକାଇଛନ୍ତି। ପଞ୍ଜାବର ପ୍ରଶାସନ ଉପରେ ସେମାନଙ୍କ ପ୍ରଭାବ ଜାହିର କରିବା ପାଇଁ କେନ୍ଦ୍ରୀୟ ଆପ୍‌ ନେତୃତ୍ୱର ଏହା ଏକ କୌଶଳ ହୋଇପାରେ ବୋଲି କୁହାଯାଉଛି। ଏହି ପଦକ୍ଷେପ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କର ଅଧିକାରକୁ ହ୍ରାସ କରିବା ପାଇଁ ଏକ ମାଧ୍ୟମ ଭାବରେ ରାଜ୍ୟରେ କ୍ଷମତା ଗତିଶୀଳତାକୁ ପୁଣି ବଢ଼ାଇଦେଇଛି। ପଞ୍ଜାବରେ ମାନ୍‌ଙ୍କ କ୍ଷମତାକୁ ସୀମିତ କରି ଆପ୍‌ ସ୍ଥିତି ମଜଭୁତ କରିବ ନା ନୂତନ ଉତ୍ତେଜନା ସୃଷ୍ଟି କରିବ ତାହା ଦେଖିବାକୁ ବାକି ରହିଲା।
ଅକଳରେ ଅସ୍ଥାନା
ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ବୋର୍ଡ ଅଫ୍‌ ରିଲିଗେର ଏଣ୍ଟର୍‌ପ୍ରାଇସ୍‌ (ଆର୍‌ଇଏଲ୍‌)ରେ ରାକେଶ ଅସ୍ଥାନାଙ୍କ ନିଯୁକ୍ତି ପ୍ରସ୍ତାବକୁ ରଦ୍ଦ କରିଛି। ଅସ୍ଥାନା ହେଉଛନ୍ତି ପୂର୍ବତନ ଦିଲ୍ଲୀ ପୋଲିସ କମିଶନର ଏବଂ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ। ଏହା ବ୍ୟତୀତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମହାନିର୍ଦ୍ଦେଶକ ଥିଲେ। ତାଙ୍କର ଏଭଳି ଆକର୍ଷଣୀୟ କ୍ୟାରିୟର ସତ୍ତ୍ୱେ ସେ ନୂଆ ସଂସ୍ଥାରେ ପ୍ରବେଶ କରିବାରେ ବାଧାର ସମ୍ମୁଖୀନ ହେଉଛନ୍ତି। ନଭେମ୍ବର ୨୦୨୩ରେ ଆର୍‌ଇଏଲ୍‌ ବୋର୍ଡ ତାଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲା, ପରେ ତାଙ୍କୁ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଆର୍‌ଇଏଲ୍‌ରେ ନିଯୁକ୍ତି ପାଇଁ ଅଂଶୀଦାର ଓ ନିୟାମକ ଅନୁମୋଦନ ଆବଶ୍ୟକ। ଏବେ ବିଷୟଟି ଜଟିଳ ହୋଇଯାଇଛି। ଆର୍‌ବିଆଇର ସବୁଜ ସଙ୍କେତ ବିନା ବାଧ୍ୟତାମୂଳକ ତିନି ମାସ ସମୟ ପରେ ଅନୁମୋଦନ ପ୍ରକ୍ରିୟାରେ ସମସ୍ୟା ଉପୁଜିଛି। ଏବକାର ଆର୍‌ବିଆଇ ନିଷ୍ପତ୍ତି କେବଳ ଅସ୍ଥାନାଙ୍କୁ ନୂଆ ଦାୟିତ୍ୱରୁ ବିରତ କରିନାହିଁ ବରଂ ବୋର୍ଡ ନିଯୁକ୍ତି କ୍ଷେତ୍ରରେ ନିୟାମକ ମାର୍ଗଦର୍ଶିକାକୁ ପାଳନ କରାଯିବା ଦରକାର ବୋଲି ସ୍ମରଣ କରାଇ ଦେଇଛି। ଏହା କେବଳ ଉପଯୁକ୍ତ ଯୋଗ୍ୟତା ବିଷୟ ନୁହେଁ, ବରଂ ଅର୍ଥ ଭଳି ଏକ ଦୃଢ଼ ନିୟାମକ କ୍ଷେତ୍ରରେ ଆଇନର କାର୍ଯ୍ୟକାରିତା ଅତି ଗୁରୁତ୍ୱପୂର୍ଣ୍ଣ। ଆଇନ ପ୍ରବର୍ତ୍ତନରେ ହାଇ ପ୍ରୋଫାଇଲ ପଦବୀରେ ଅନେକ ବର୍ଷ କାମ କରିବା ପରେ କର୍ପୋରେଟ ସେକ୍ଟରକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବାବେଳେ ଏବେ ସେ ଏକ ଭିନ୍ନ ତଥା ଅଦ୍ଭୁତ ସ୍ଥିତି ବା ଅକଳରେ ପଡ଼ିଯାଇଛନ୍ତି। ଆର୍‌ଇଏଲ୍‌ରେ ଅଭିଜ୍ଞ ନେତୃତ୍ୱ ପାଇବା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ, ଏହା କରିବା ସବୁବେଳେ ସହଜ ନୁହେଁ।

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri