ଅନିଶ୍ଚିତତା, ଆଶଙ୍କାରେ ବଜାର

ନୂଆଦିଲ୍ଲୀ:  କୋଭିଡ୍‌ର ଦ୍ୱିତୀୟ ଲହର ଏବେ ବଢିଚାଲିଛି। ଦିନକୁ ଦିନ ଅଧିକ ଲୋକ ସଂକ୍ରମଣର ଶିକାର ହେବାରୁ ରାଜ୍ୟସ୍ତରରେ କୋଭିଡ୍‌ କଟକଣା ଜୋରଦାର ହୋଇଛି। କରୋନା ଲକ୍‌ଡାଉନ ଯୋଗୁ କ୍ଷତିଗ୍ରସ୍ତ ବଜାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଥିଲା। ଚଳିତ ବର୍ଷ ସବୁକିଛି ଠିକ୍‌ ହୋଇଯିବ ବୋଲି ବଜାର ବିଶେଷଜ୍ଞ ଆଶା ପ୍ରକଟ କରିଥିଲେ। ହେଲେ ବର୍ତ୍ତମାନର ସ୍ଥିତି ପୁଣି ଥରେ ବଜାରକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଖାଉଟି ଏବଂ ନିବେଶକ ମନୋଭାବ ଉପରେ ଏହାର ଝଟକା ଗଭୀର ଭାବେ ଲାଗିବ ବୋଲି ଆକଳନ କରାଯାଇଛି। କୌଣସି ଦେଶର ଅର୍ଥ ବ୍ୟବସ୍ଥା ଲାଗି ଉଭୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା କ୍ଷତିଗ୍ରସ୍ତ ହେଲେ ଅଭିବୃଦ୍ଧିକୁ ନକାରାତ୍ମକ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବନି।
ଦ୍ୱିତୀୟ ଲହର ବଢୁଥିବା ବେଳେ ଏହି ପରିପ୍ରେକ୍ଷୀରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସ୍ପଷ୍ଟୀକରଣ ରଖିଛନ୍ତି। ରବିବାର ସେ କହିଛନ୍ତି, ବଜାର ସ୍ଥିତି ଯଦି ବେଶି ବିଗିଡେ ତେବେ ସରକାର ଆବଶ୍ୟକ ମୁତାବକ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିବେ। ବର୍ତ୍ତମାନ ବଜାର ସ୍ଥିତି ବିଗୁଡୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କୁମାର ଆଶାବାଦୀ ରହିଛନ୍ତି। ୨୦୨୧-୨୨ ଆର୍ଥତ୍କ ବର୍ଷରେ ଜିଡିପି ୧୧% ବଢ଼ିବ ବୋଲି ସେ ଆଶା ରଖିଛନ୍ତି। ସେ ପୁଣି କହିଛନ୍ତି, ଭାରତ କୋଭିଡ୍‌କୁ ହରାଇବାରେ ସକ୍ଷମ ହୋଇଛି। ମାତ୍ର ଇଂଲଣ୍ଡ ସମେତ ଅନ୍ୟ କିଛି ଦେଶରୁ ଦ୍ୱିତୀୟ ଷ୍ଟ୍ରେନ୍‌ ଆସିବା ଯୋଗୁ ସ୍ଥିତି ବିଗାଡିଛି। ସେବା ସହ ଅନ୍ୟ କ୍ଷେତ୍ରଗୁଡିକର ଦ୍ୱିତୀୟ ଲହର ପ୍ରଭାବ ଦେଖାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ ଏବଂ ଅର୍ଥନୈତିକ ପରିବେଶକୁ କ୍ଷତିଗ୍ରସ୍ତ କରୁଥିବାରୁ ଏହାକୁ ନେଇ ସତର୍କ ରହିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସରକାର ପୁଣି ଥରେ ଏକ ଆର୍ଥତ୍କ ପ୍ୟାକେଜ ଆଣିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଦ୍ୱିତୀୟ ଲହରର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ତର୍ଜମା କରିବା ପରେ ଯାଇ ଏ ସମ୍ପର୍କରେ ଠିକ୍‌ ଉତ୍ତର ମିଳିପାରିବ। ସରକାର ସ୍ଥିତିକୁ ବିଚାର କରି ଠିକ୍‌ ପଦକ୍ଷେପ ନେବେ ବୋଲି ଆଶା ରହିଛି। ଉଲ୍ଲେଖଯୋଗ୍ୟ, ଗତ ମାସରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ୨୦୨୦ରେ ସରକାର ମୋଟ ୨୭.୧ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଥିଲେ। ଏହା ମୋଟ ଜିଡିପିର ୧୩% ବୋଲି କୁହାଯାଉଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦.୫% ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ବର୍ଷ ମଧ୍ୟରେ ଜିଡିପି ୧୧% ବଢିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୨୦-୨୧ରେ ଜିଡିପି ୮% ଖସିବା ନେଇ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ପେଟ୍ରୋଲିୟମ ପ୍ରକଳ୍ପ ଲୋକାର୍ପଣ କଲେ ମୋଦି

ନୂଆଦିଲ୍ଲୀ, ୧୪।୯: ବିହାରରେ ୩ ପେଟ୍ରୋଲିୟମ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଭିଡିଓକନଫରେନ୍ସି ଯୋଗୁ ଏହି ପ୍ରକଳ୍ପଗୁଡିକୁ ଲୋକାର୍ପଣ...

ଘରୋଇ କ୍ଷେତ୍ରକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଅର୍ଥ

ନୂଆଦିଲ୍ଲୀ,୧୮ା୫: ଘରୋଇ ଫ୍ୟାକ୍ଟ୍ରି ଓ ନିର୍ମାଣସ୍ଥଳ ଭଳି ପ୍ରାଇଭେଟ୍‌ ଏଣ୍ଟରପ୍ରାଇଜ୍‌ରେ ନିୟୋଜିତ ଶ୍ରମିକଙ୍କ ପାଇଁ ମହାମତ୍ା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ଏମ୍‌ଜିଏନ୍‌ଆର୍‌ଇଜିଏ) କାର୍ଯ୍ୟକାରୀ...

ବଜେଟ ପରେ ବଦଳୁନାହିଁ ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୦।୧୨: ଦେଶବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ବାସ୍ତବରେ ଉକ୍ତ ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ...

ରାଜ୍ୟଗୁଡ଼ିକୁ ୬ ହଜାର କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷତିପୂରଣ ରାଶି ଭାବେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସପ୍ତମ କିସ୍ତି ଭାବେ ଆଉ ୬ ହଜାର କୋଟି...

ଘର ସହ ଲୋକଙ୍କ ଇମୋଶନ ଜଡ଼ିତ: ସୋଫିଆ ଫିର୍ଦୋସ

ଲୋକେ ସାରା ଜୀବନର ସଞ୍ଚୟ ଘର କିଣାରେ ଲଗାଇଦିଅନ୍ତି। ଘର ସହିତ ଗ୍ରାହକଙ୍କ ଭାବପ୍ରବଣତା ଜଡ଼ିତ। ସେମାନଙ୍କୁ ଇମୋଶନ ଓ ହାପିନେସ୍‌ ଡେଲିଭର କରିବା ପାଇଁ...

ଜନଧନ ଯୋଜନାକୁ ୬ ବର୍ଷ ପୂରିଲା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(ପିଏମ୍‌ଜେଡିଓ୍ବାଇ) ୬ ବର୍ଷ ପୂରଣ କରିଛି। ୨୦୧୪ ଅଗଷ୍ଟରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ଲୋକଙ୍କ ମଧ୍ୟରେ...

ଏନ୍‌ବିଏଫ୍‌ସି ସମସ୍ୟା ଟଳି ନ ପାରେ

ନୂଆଦିଲ୍ଲୀ, ୧୦-୯: ବର୍ତ୍ତମାନ ନଗଦ ସମସ୍ୟା ସହ ଜୁଝୁଥିବା ଦେଶର ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି) କ୍ଷେତ୍ରର ସମସ୍ୟାରେ ଶୀଘ୍ର ସମାଧାନ ଆସିବାର ସମ୍ଭାବନା ନାହିଁ।...

ନିବେଶ ବୃଦ୍ଧି ପାଇଁ ୧୫ ଗ୍ଲୋବାଲ୍‌ ଫଣ୍ଡ୍‌ ହାଉସ୍‌ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ, ୨୨।୧୦: ଦେଶରେ ବିବେଶ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର ୧୫ ଗ୍ଲୋବାଲ ଫଣ୍ଡ୍‌ ସାଉସ୍‌ର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ।...

Advertisement
Archives

Model This Week