ଅନିଶ୍ଚିତତା, ଆଶଙ୍କାରେ ବଜାର

ନୂଆଦିଲ୍ଲୀ:  କୋଭିଡ୍‌ର ଦ୍ୱିତୀୟ ଲହର ଏବେ ବଢିଚାଲିଛି। ଦିନକୁ ଦିନ ଅଧିକ ଲୋକ ସଂକ୍ରମଣର ଶିକାର ହେବାରୁ ରାଜ୍ୟସ୍ତରରେ କୋଭିଡ୍‌ କଟକଣା ଜୋରଦାର ହୋଇଛି। କରୋନା ଲକ୍‌ଡାଉନ ଯୋଗୁ କ୍ଷତିଗ୍ରସ୍ତ ବଜାର ଧୀରେ ଧୀରେ ଟ୍ରାକ୍‌କୁ ଫେରୁଥିଲା। ଚଳିତ ବର୍ଷ ସବୁକିଛି ଠିକ୍‌ ହୋଇଯିବ ବୋଲି ବଜାର ବିଶେଷଜ୍ଞ ଆଶା ପ୍ରକଟ କରିଥିଲେ। ହେଲେ ବର୍ତ୍ତମାନର ସ୍ଥିତି ପୁଣି ଥରେ ବଜାରକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେବାର ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ଖାଉଟି ଏବଂ ନିବେଶକ ମନୋଭାବ ଉପରେ ଏହାର ଝଟକା ଗଭୀର ଭାବେ ଲାଗିବ ବୋଲି ଆକଳନ କରାଯାଇଛି। କୌଣସି ଦେଶର ଅର୍ଥ ବ୍ୟବସ୍ଥା ଲାଗି ଉଭୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା କ୍ଷତିଗ୍ରସ୍ତ ହେଲେ ଅଭିବୃଦ୍ଧିକୁ ନକାରାତ୍ମକ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବନି।
ଦ୍ୱିତୀୟ ଲହର ବଢୁଥିବା ବେଳେ ଏହି ପରିପ୍ରେକ୍ଷୀରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସ୍ପଷ୍ଟୀକରଣ ରଖିଛନ୍ତି। ରବିବାର ସେ କହିଛନ୍ତି, ବଜାର ସ୍ଥିତି ଯଦି ବେଶି ବିଗିଡେ ତେବେ ସରକାର ଆବଶ୍ୟକ ମୁତାବକ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିବେ। ବର୍ତ୍ତମାନ ବଜାର ସ୍ଥିତି ବିଗୁଡୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କୁମାର ଆଶାବାଦୀ ରହିଛନ୍ତି। ୨୦୨୧-୨୨ ଆର୍ଥତ୍କ ବର୍ଷରେ ଜିଡିପି ୧୧% ବଢ଼ିବ ବୋଲି ସେ ଆଶା ରଖିଛନ୍ତି। ସେ ପୁଣି କହିଛନ୍ତି, ଭାରତ କୋଭିଡ୍‌କୁ ହରାଇବାରେ ସକ୍ଷମ ହୋଇଛି। ମାତ୍ର ଇଂଲଣ୍ଡ ସମେତ ଅନ୍ୟ କିଛି ଦେଶରୁ ଦ୍ୱିତୀୟ ଷ୍ଟ୍ରେନ୍‌ ଆସିବା ଯୋଗୁ ସ୍ଥିତି ବିଗାଡିଛି। ସେବା ସହ ଅନ୍ୟ କ୍ଷେତ୍ରଗୁଡିକର ଦ୍ୱିତୀୟ ଲହର ପ୍ରଭାବ ଦେଖାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ ଏବଂ ଅର୍ଥନୈତିକ ପରିବେଶକୁ କ୍ଷତିଗ୍ରସ୍ତ କରୁଥିବାରୁ ଏହାକୁ ନେଇ ସତର୍କ ରହିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ସରକାର ପୁଣି ଥରେ ଏକ ଆର୍ଥତ୍କ ପ୍ୟାକେଜ ଆଣିବେ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଦ୍ୱିତୀୟ ଲହରର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ସମ୍ପର୍କରେ ଅର୍ଥ ମନ୍ତ୍ରଣାଳୟ ତର୍ଜମା କରିବା ପରେ ଯାଇ ଏ ସମ୍ପର୍କରେ ଠିକ୍‌ ଉତ୍ତର ମିଳିପାରିବ। ସରକାର ସ୍ଥିତିକୁ ବିଚାର କରି ଠିକ୍‌ ପଦକ୍ଷେପ ନେବେ ବୋଲି ଆଶା ରହିଛି। ଉଲ୍ଲେଖଯୋଗ୍ୟ, ଗତ ମାସରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ୨୦୨୦ରେ ସରକାର ମୋଟ ୨୭.୧ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଥିଲେ। ଏହା ମୋଟ ଜିଡିପିର ୧୩% ବୋଲି କୁହାଯାଉଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ୧୦.୫% ରହିବା ନେଇ ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ବର୍ଷ ମଧ୍ୟରେ ଜିଡିପି ୧୧% ବଢିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୨୦-୨୧ରେ ଜିଡିପି ୮% ଖସିବା ନେଇ ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri