ଅନିଶ୍ଚିତତାରେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ

ପୁରୀ ଅଫିସ,୧୧।୮: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରାକୁ ଅଧିକ ସୁଦୂରପ୍ରସାରୀ ତଥା ଲୋକାଭିମୁଖୀ କରିବା ପାଇଁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଇଣ୍ଟରପ୍ରିଟେଶନ ସେଣ୍ଟର (ବ୍ୟାଖ୍ୟାନ କେନ୍ଦ୍ର)ର ପରିକଳ୍ପନା କରାଯାଇଛି। ଓଡ଼ିଶା ତଥା ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଏହି ମହାନ ସଂସ୍କୃତି ଓ ପରମ୍ପରା ବିଷୟରେ ଯେପରି ସହଜରେ ଅବଗତ ହୋଇପାରିବେ ସେଥିଲାଗି କେନ୍ଦ୍ରରେ ବିଭିନ୍ନ କଳାକୃତି, ପେଣ୍ଟିଂ ତଥ୍ୟ ସହ ପ୍ରଦର୍ଶନ କରାଯିବ। ଏଥିପାଇଁ ପଥର ଖୋଦେଇ କରାଯାଇ ବିଭିନ୍ନ ପ୍ରକାର କଳାକୃତି କରାଯାଇଛି। କେନ୍ଦ୍ର ପାଚେରିରେ ଏହି ଖୋଦେଇ ପଥର ଲାଗିଛି। ହେଲେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଥିବାବେଳେ କଳାକୃତିରେ ଅନାବନା ଗଛଲତା ମାଡ଼ିିଗଲାଣି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପର୍ଯ୍ୟଟନ ମାନଚିତ୍ରରେ ପୁରୀର ସ୍ଥାନ ସ୍ବତନ୍ତ୍ର। ଏଠାରେ ଶ୍ରୀମନ୍ଦିର ଓ ବିସ୍ତୀର୍ଣ୍ଣ ବେଳାଭୂମି ସହ ବହୁ ପୁରାତନ ମଠ, ମନ୍ଦିର ରହିଛି। ପୁରୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା, ଶ୍ରୀଜଗନ୍ନାଥଙ୍କ ଐତିହ୍ୟ, ପରମ୍ପରା ଓ ଶ୍ରୀକ୍ଷେତ୍ରର ସଂସ୍କୃତି ବିଷୟରେ ଭକ୍ତ, ପର୍ଯ୍ୟଟକଙ୍କୁ ଅବଗତ କରାଇବା ପାଇଁ ବ୍ୟାଖ୍ୟାନ କେନ୍ଦ୍ରର ପରିକଳ୍ପନା କରାଯାଇଥିଲା। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପରିସରରେ ଏହି କେନ୍ଦ୍ର ପାଇଁ ବହୁବର୍ଷ ହେବ କୋଠା ତିଆରି ସରିଛି। କିନ୍ତୁ ଇଣ୍ଟେରିୟର କାମ ହୋଇ ନ ଥିଲା। ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ସହଯୋଗରେ ଇଣ୍ଟେରିୟର କାମ ଆରମ୍ଭ ପାଇଁ ଗତବର୍ଷ ଫେବୃୟାରୀ ୫ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସିଥିଲା। ୨୦୨୦ ଜାନୁୟାରୀ ସୁଦ୍ଧା ଏହି କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। କେନ୍ଦ୍ରରେ ବିଶେଷକରି ମହାପ୍ରଭୁଙ୍କ ବିଭିନ୍ନ ବେଶ ପ୍ରଦର୍ଶନ ହେବ। ସେହିପରି ଶ୍ରୀମନ୍ଦିରର ନିର୍ମାଣ, ଇତିହାସ, ପରମ୍ପରା, ସେବା ପୂଜା, ରୀତିନୀତି, ପର୍ବପର୍ବାଣି, ରଥଯାତ୍ରା ଏବଂ ଅନ୍ୟାନ୍ୟ କଳା ସ୍ଥାପତ୍ୟ ପ୍ରଦର୍ଶନ ପାଇଁ ଯୋଜନା ରହିଛି। ଏଥିସହ ପୁରୀର ବିଭିନ୍ନ ଖାଦ୍ୟ, ପାରମ୍ପରିକ ସାହିଯାତ ସମ୍ପର୍କରେ ଯେପରି ପର୍ଯ୍ୟଟକ ଜାଣିପାରିବେ ତାହାର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ଏକ ଛୋଟ କଳାକୃତି କେନ୍ଦ୍ରର ଶୋଭା ବର୍ଦ୍ଧନ କରିବ। ଥ୍ରୀ ଡି ମାଧ୍ୟମରେ ଭକ୍ତମାନେ ମହାପ୍ରଭୁଙ୍କ ବିଷୟରେ ଅନେକ କିଛି ଦେଖିପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ଏ ସବୁ କ୍ଷେତ୍ରରେ ଯେପରି ଭୁଲ୍‌ ଭଟକା ନ ରହିବ ସେଥିଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଗବେଷକଙ୍କୁ ନେଇ ୫ଜଣିଆ ସଦସ୍ୟ ବିଶିଷ୍ଟ ଏକ ସବ୍‌କମିଟି ଗଠନ ହୋଇଥିଲା। ଏହାର କାରୁକାର୍ଯ୍ୟ ତଥା ଇଣ୍ଟେରିୟର କାମ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା। ସମ୍ପୃକ୍ତ ସଂସ୍ଥା କାମ ପାଇଁ ମାପଚୁପ କରିଥିଲା। ତେବେ କିଛି କାମ ପରେ ବନ୍ଦ ରହିଛି। ଗତବର୍ଷ ବ୍ୟାଖ୍ୟାନ କେନ୍ଦ୍ର ପାଚେରୀକୁ ଆକର୍ଷଣୀୟ ଭାବେ ସଜାଯାଇଥିଲା। ଐତିହ୍ୟ ଓ ପରମ୍ପରା ଉପରେ ଆଧାରିତ ପଥର ଖୋଦେଇ କଳାକୃତି ପାଚେରୀ କାନ୍ଥରେ ଲଗାଯାଇଥିଲା। ହେଲେ ଏଥିରେ ଗଛଲତା ମାଡ଼ି ଏହା ଲୁଚିଗଲାଣି। ଅନ୍ୟପକ୍ଷରେ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅବଢା ଯୋଜନାରେ ପିଲିଗ୍ରିମ୍‌ ସେଣ୍ଟର ବା ତୀର୍ଥଯାତ୍ରୀ କେନ୍ଦ୍ର ତିଆରି କରାଯିବ। ଏଠାରେ ୧୦୦୦ କାର୍‌ ପାର୍କିଂ କରିପାରିବା ଭଳି ବହୁମୁଖୀ ପାର୍କିଂ, ଧ୍ୟାନକେନ୍ଦ୍ର ଆଦି ନିର୍ମାଣ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ରଥଙ୍କୁ ପଚାରିବାରେ କହିଛନ୍ତି, ମୁଁ ନୂଆକରି ଏଠାରେ ଯୋଗଦେଇଛି। ଉକ୍ତ ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ଶୁଣିଥିଲି, କିନ୍ତୁ ଏ ନେଇ ମୁଁ ସ୍ପଷ୍ଟ ନାହିଁ। ଫାଇଲ ଦେଖିବା ପରେ ଯାହା କିଛି କହିପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?