ମ୍ୟାନ୍‌ମାରରେ ଅନିଶ୍ଚିତତା

ନାପିତାଉ, ୩।୨(ଆଇଏଏନ୍‌ଏସ୍‌): ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ମ୍ୟାନ୍‌ମାର ସୈନ୍ୟବାହିନୀ ସୋମବାର ବିଦ୍ରୋହ ବଳରେ ଦେଶ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ନୋବେଲ ପୁରସ୍କାର ବିଜେତା ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଗିରଫ କରାଯାଇଥିଲା। ୫ ଦଶନ୍ଧିର ସାମରିକ ଶାସନ ପରେ ଗଣତନ୍ତ୍ର ହାସଲ କରିଥିବା ଏହି ଦେଶ ପୁଣିଥରେ ସେନା କବଳକୁ ଚାଲିଯାଇଛି ଓ ଦେଶରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି ହୋଇଛି। ସାମରିକ ଶାସନ ବିରୋଧରେ ଆନ୍ଦୋଳନ ପାଇଁ ସୁ ଚୀ ଓ ଦଳର ଅନ୍ୟ ନେତାମାନେ ଆହ୍ବାନ ଦେଇଛନ୍ତି। ସାମରିକ ବିଦ୍ରୋହକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ତୁରନ୍ତ କ୍ଷମତା ହସ୍ତାନ୍ତର ପାଇଁ ମ୍ୟାନ୍‌ମାର ସୈନ୍ୟବାହିନୀ ଉପରେ ଅନ୍ତର୍ଜାତୀୟ ସମୁଦାୟ ଚାପ ପକାଇବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆହ୍ବାନ ଦେବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି। ସାମରିକ ବିଦ୍ରୋହ ମ୍ୟାନ୍‌ମାରରେ ଗଣତାନ୍ତ୍ରିକ ସଂସ୍କାର ପ୍ରତି ଶକ୍ତ ଧକ୍କା ବୋଲି ଜାତିସଂଘ ମହାସଚିବ ଆଣ୍ଟେନିଓ ଗୁଟେରେସ୍‌ କହିଛନ୍ତି।
ଦେଶର ଶାସନକୁ ନିୟନ୍ତ୍ରଣ କରିବା ପରେ ମ୍ୟାନ୍‌ମାର ସୈନ୍ୟବାହିନୀ ଗିରଫ କରିଥିବା ଅଧିକାଂଶ ଆଞ୍ଚଳିକ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଙ୍ଗଳବାର ମୁକ୍ତ କରିଦେଇଛି। ତେବେ ଷ୍ଟେଟ୍‌ କାଉନସେଲର ଅଙ୍ଗ୍‌ ସାନ୍‌ ସୁ ଚୀ ଏବଂ ରାଷ୍ଟ୍ରପତି ୟୁ ଓ୍ବିନ୍‌ ମିଣ୍ଟଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଅଦଳବଦଳ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇପାରେ ବୋଲି ସାମରିକ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେହିପରି ସୁ ଚୀଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି)ର କେତେଜଣ ଏମ୍‌ପିଙ୍କୁ ମଧ୍ୟ ମୁକ୍ତ କରିଦିଆଯାଇଛି।
ବିଦ୍ରୋହର କିଛି ସମୟ ପରେ ସୈନ୍ୟବାହିନୀ ପକ୍ଷରୁ କ୍ୟାବିନେଟରେ ଅଦଳବଦଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ୧୧ ଜଣଙ୍କୁ ନୂଆ ମନ୍ତ୍ରୀ କରାଯାଇଥିବାବେଳେ ୨୪ ଜଣ ଉପମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି, ଆଞ୍ଚଳିକ ଓ ରାଜ୍ୟ ହାଇକୋର୍ଟଗୁଡ଼ିକର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି। ସେହିପରି ଦୁର୍ନୀତି ନିରୋଧୀ କମିଶନର ସଦସ୍ୟ, ମ୍ୟାନ୍‌ମାର ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସଦସ୍ୟମାନେ ପୂର୍ବଭଳି ନିଜ ନିଜ ପଦବୀରେ ରହିବେ। ଅନ୍ୟପକ୍ଷରେ ନାପିତାଉ କାଉନସିଲ୍‌ ଏବଂ ୟୁନିୟନ ସିଭିଲ୍‌ ସର୍ଭିସ ବୋର୍ଡର ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦଙ୍କୁ ବହିଷ୍କାର କରାଯାଇ ସେମାନଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତ କରାଯିବ ବୋଲି ସୈନ୍ୟବାହିନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
କେନ୍ଦ୍ରୀୟ ନିର୍ବାଚନ କମିଶନ (ୟୁଇସି)ରେ ସଂସ୍କାର ଅଣାଯିବା ସହ ପୂର୍ବରୁ ହୋଇଥିବା ବିବାଦୀୟ ନିର୍ବାଚନ ଫଳାଫଳଗୁଡ଼ିକର ସମୀକ୍ଷା ପାଇଁ ସାମରିକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ କେତେକ ଅନିୟମିତତା ହୋଇଥିବା ଦର୍ଶାଯାଇଥିଲା। ଫଳାଫଳ ସମୀକ୍ଷା ପରେ ଜରୁରୀ ସ୍ଥିତିର ବ୍ୟବସ୍ଥା ଅନୁଯାୟୀ ମୁକ୍ତ ଓ ଅବାଧ ସାଧାରଣ ନିର୍ବାଚନ କରାଯିବ ଓ ଗଣତନ୍ତ୍ରର ନିୟମ ଓ ମାନ ପୂରଣ କରୁଥିବା ବିଜୟୀ ଦଳକୁ କ୍ଷମତା ହସ୍ତାନ୍ତର ହେବ ବୋଲି ସୈନ୍ୟବାହିନୀ କହିଛି। ସୋମବାରଠାରୁ ବନ୍ଦ ଥିବା ରାଷ୍ଟ୍ରାୟତ୍ତ ପ୍ରସାରଣ ଚ୍ୟାନେଲ ଓ ଟେଲିଫୋନ ଓ ଇଣ୍ଟରନେଟ ସେବା ପୁଣି ଆରମ୍ଭ ହୋଇଛି। ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ସମସ୍ତ ବ୍ୟାଙ୍କକୁ ଖୋଲିଦିଆଯାଇଥିବା ମିଲିଟାରି ଟ୍ରୁ ନ୍ୟୁଜ୍‌ ଇନ୍‌ଫର୍ମେଶନ ଟିମ୍‌ ଘୋଷଣା କରିଛି।
ଗତ ମାସରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ ଏନ୍‌ଏଲ୍‌ଡି ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆସନ ଜିତିଥିଲେ ମଧ୍ୟ ଭୋଟଦାନ ପ୍ରକ୍ରିୟାରେ ଜାଲିଆତି ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ ହୋଇଥିବା ଦାବିକୁ ନିର୍ବାଚନ କମିଶନ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri