Posted inଖେଳ

ଚେପକ୍‌ ପିଚ୍‌କୁ ନେଇ ଅନିଶ୍ଚିତତା

ଚେନ୍ନାଇ,୨୩ା୫(ପି.ଟି.): ଆଇପିଏଲ୍‌ର କ୍ୱାଲିଫାୟର୍‌-୧ରେ ମଙ୍ଗଳବାର ପରସ୍ପରକୁ ଭେଟିବେ ୪ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ଏହା ସହିତ ଆଇପିଏଲର ଶ୍ରେଷ୍ଠ ରଣନୀତିକାର ମହେନ୍ଦ୍ର ସିଂ ଧୋନୀଙ୍କ ଯୋଜନା ଓ ଭାରତୀୟ କ୍ରିକେଟ୍‌ର ଯୁବରାଜ ଶୁବମନ ଗିଲ୍‌ଙ୍କ ଜବରଦସ୍ତ ଫର୍ମ ମଧ୍ୟରେ ଲଢେଇ ଦେଖିବାକୁ ମିଳିପାରେ। ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଚେପକ୍‌ର ପିଚ୍‌କୁ ନେଇ ଲାଗି ରହିଛି ଅନିଶ୍ଚିତତା।ଏହି ପିଚ୍‌ କେଉଁଭଳି ବ୍ୟବହାର କରୁଛି ତାହାକୁ ନେଇ ଚେନ୍ନାଇ ଅନିଶ୍ଚିତତାରେ ରହିଥିବା ବେଳେ ଗୁଜରାଟ ଏଠାରେ ଚଳିତ ବର୍ଷ ଗୋଟିଏ ବି ମ୍ୟାଚ୍‌ ଖେଳି ନାହିଁ। ଅନ୍ୟ ପକ୍ଷରେ ଶୁବମନ ଗିଲ୍‌ ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଛନ୍ତି। କ୍ରମାଗତ ଦୁଇଟି ଶତକ ସହିତ ସେ ପ୍ଲେ ଅଫ୍‌ ଖେଳିବାକୁ ଆସୁଥିବାରୁ ତାଙ୍କୁ ରୋକିବା ପାଇଁ ଧୋନୀଙ୍କ ରଣନୀତି କଣ ରହିବ ତା ଉପରେ ସଭିଙ୍କ ନଜର ରହିବ। ଏହା ସହିତ ଉଭୟ ଦଳ ମଧ୍ୟରେ ଆଉ ଏକ ସମାନତା ହେଉଛି ଏହାର ମ୍ୟାନେଜମେଣ୍ଟ। ଚେନ୍ନାଇର ମ୍ୟାନେଜମେଣ୍ଟ ଯେମିତି କ୍ରିକେଟ ପଡିଆର ନିଷ୍ପତ୍ତିରେ ମୁଣ୍ଡ ଖେଳାଏ ନାହିଁ ଗୁଜରାଟରେ ମଧ୍ୟ ପରସ୍ଥିତି ସମାନ। କ୍ରିକେଟ ପଡିଆ ମଧ୍ୟର ନିଷ୍ପତ୍ତି ସର୍ବଦା ଆଶଷ ନେହେରା, ଗ୍ୟାରୀ କର୍ଷ୍ଟେନ୍‌ ଓ ବିକ୍ରମ ସୋଲାଙ୍କିଙ୍କ ହାତରେ ରହିଥାଏ।
ଚେପକ୍‌ ପିଚ୍‌ ଧୀମା ରହୁଥିବା ବେଳେ ଏହା ଗୁଜରାଟ ପାଇଁ ଅଧିକ ସମସ୍ୟା ସୃଷ୍ଟି କରପାରେ। ଅନ୍ୟ ପକ୍ଷରେ ପାଓ୍ବାର ପ୍ଲେରେ ଦୀପକ ଚହର ଓ ଡେଥ୍‌ ଓଭରରେ ମଥୀଷା ପଥିରାନା ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରି ପାରନ୍ତି। ମଥୀଷା ପଥିରାନା ଓ ମହୀଷ ଥିକ୍‌ସାନା ଶ୍ରୀଲଙ୍କା ପାଇଁ ଖେଳିଥିବାରୁ ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ଅଧିନାୟକ ଦାସୁନ୍‌ ସନକାଙ୍କ ସହାୟତା ନେଇ ପାରନ୍ତି। ସନକାଙ୍କୁ ଏହି ମ୍ୟାଚ୍‌ରେ ଅଲରାଉଣ୍ଡର ଭାବରେ ଖେଳାଇ ପାରେ ଗୁଜରାଟ। ସେହିପରି ଘରୋଇ ପରିବେଶକୁ ଭଲରେ ଜାଣିଥିବା ଆର. ସାଇ କିଶୋର ମଧ୍ୟ ଏହି ମ୍ୟାଚ୍‌ ଖେଳିପାରନ୍ତି। ସନକାଙ୍କ ସ୍ଥାନରେ ଜୋଶୁଆ ଲିଟଲ ଓ ୟଶ ଦୟାଲଙ୍କ ସ୍ଥାନରେ ସାଇ କିଶୋର ଖେଳି ପାରନ୍ତି। ଚେନ୍ନାଇ ଏହାର ଓପନିଙ୍ଗ ଯୋଡି ଡେଭନ୍‌ କନ୍‌ଓ୍ବେ ଓ ଋତୁରାଜ ଗାଏକ୍ୱାଡଙ୍କ ଉପରେ ଅଧିକ ନିର୍ଭର କରିବ। ଅଜିଙ୍କ୍ୟ ରାହାନେ ଓ ଶିବମ ଦୁବେଙ୍କ ବ୍ୟାଟରୁ କିଛି ବଡ ଶଟ୍‌ ଓ ଇନିଂସ ଦେଖିବାକୁ ମିଳିପାରେ। ଗୁଜରାଟର ବୋଲିଂ ମହମ୍ମଦ ଶାମି ଓ ରାଶିଦ୍‌ ଖାନଙ୍କ ଉପରେ ନିର୍ଭର କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri