ତେଲନଦୀ ଘାଟରୁ ଚାଲିଛି ଅବାଧ ବାଲି ଚାଲାଣ

ଘଣ୍ଟାପଡ଼ା,୧୧।୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ତେଲନଦୀ ଘାଟରୁ ବାଲି ଚାଲାଣ ଅବାଧରେ ଚାଲିଛି। ବେଆଇନ ବାଲି ଚାଲାଣ ଯୋଗୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ହେଉଥିବା ବେଳେ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରିବା ସହ କିଛି ଜରିମାନା ଆଦାୟ କରି ବାଲି ଚୋରାଚାଲାଣକାରୀଙ୍କୁ ଛାଡି ଦେଉଥିବା ଅଭିଯୋଗ ହେଉଛି।
କଣ୍ଟାମାଳ ବ୍ଲକର ପ୍ରାୟ ୬୦ କିଲୋମିଟର ଅଞ୍ଚଳ ଦେଇ ପ୍ରବାହିତ ତେଲନଦୀ ବ୍ଲକର ଜୀବନ ରେଖା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଏହି ବ୍ଲକର ଫାସେଡ଼, ଘଣ୍ଟାପଡ଼ା, କଣ୍ଟାମାଳ, ଲୋକାପଡା, ପଥର୍ଲା, ଗବଜୋର୍‌ , କିର୍ଲା ପ୍ରଭୃତି ଗାଁଗୁଡ଼ିକର ତେଲନଦୀ ଘାଟରୁ ଟ୍ରାକ୍ଟର, ହାଇୱା ଯୋଗେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଛି ା ବାଲି ବୋଝେଇ ଗାଡିଗୁଡିକ ନ ଘୋଡାଇ ରାସ୍ତାରେ ଅତି ଦ୍ରୁତ ଗତିରେ ବେଫିକର ଭାବେ ଯିବାଆସିବା କରୁଛି। ଏଥିଯୋଗୁ ରାସ୍ତାରେ ଧୂଳି ଗୁଣ୍ଡ ଉଡି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବାଲି ବ୍ୟବସାୟୀଙ୍କ ନଜର ତେଲନଦୀ ଉପରେ ପଡ଼ିଥିବା ବେଳେ ଦୈନନ୍ଦିନ ଏଠାରୁ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ବାଲି ଚୋରାଚାଲାଣ ହେବା ଯୋଗୁ ତେଲନଦୀର ଶଯ୍ୟା ନଷ୍ଟ ହେବା ସହ ଅନେକ ଖାଲଖମା ସୃଷ୍ଟି ହେଉଛି। ଏପରି କି କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ କୀର୍ଲା ତେଲନଦୀ ଘାଟରୁ ହାଇଓ୍ବା ସାହାଯ୍ୟରେ ବାଲି ଚୋରାଚାଲାଣ ହୋଇ ସୋନପୁର ପଟକୁ ଯାଉଥିବା ଦେଖିବାକୁ ମିଳିଛି। ଫଳରେ ଗବଯୋର – ବୈଦ୍ୟନାଥ ନୂତନ ସେତୁର ଗବଯୋର ପଟର ଆପ୍ରୋଚ ରାସ୍ତା ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ସରକାରୀ ନିୟମ ଅନୁସାରେ, ଏହି ଆପ୍ରୋଚ ରାସ୍ତାରେ ଆବଶ୍ୟକତା ଠାରୁ ଅଧିକ ଓଜନର ଗାଡି ଚଳାଚଳ କରୁଛି ା ୧୦ ଟନ ଜିନିଷ ଭର୍ତ୍ତି ଗାଡ଼ି ଯିବା ପାଇଁ ଏହି ରାସ୍ତା ଉପଯୋଗୀ ଥିବା ସ୍ଥଳେ ବାଲି ବ୍ୟବସାୟୀମାନେ ୪୦ରୁ ୫୦ ଟନ ଓଜନର ପାଣି ମିଶା ବାଲି ଏହି ରାସ୍ତା ଦେଇ ହାଇଓ୍ବାରେ ନେଉଥିବାରୁ ରାସ୍ତା ଭାଙ୍ଗି ଯାଇଥିବା ସେତୁ ନିର୍ମାଣ ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଦୀର୍ଘ ବର୍ଷ ହେବ ନଦୀରୁ ବାଲି ଚୋରାଚାଲାଣ ହେଉଥିଲେ ମଧ୍ୟ ତହସିଲ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ ବିଜୁ ପକ୍କା ଘର କିମ୍ବା ଆବାସ ଘର ନିର୍ମାଣ ପାଇଁ ସାଧାରଣ ଲୋକେ ଚଢ଼ା ଦରରେ ବାଲି ଆଣୁଥିବା ଅଭିଯୋଗ କରିଛନ୍ତି। ଅନେକ ବାଲି ଘାଟ ଟେଣ୍ଡର ହୋଇ ନ ଥିବା ବେଳେ ବେପାରୀମାନେ ବେଧଡକ ବାଲି ଚୋରାଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଏପରି କି ଲିଜ୍‌ ହୋଇଥିବା ସ୍ଥାନରେ ରସିଦ ଅନୁସାରେ ଆବଶ୍ୟକ ପରିମାଣର ବାଲି ଉଠାଇବା ପରିବର୍ତ୍ତେ ଜେସିବି ମେଶିନ ସାହାଯ୍ୟରେ ଅଧିକ ବାଲି ଉଠାଣ ହେଉଥିବା ଦେଖିବାକୁ ମିଳିଛି। ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ କଣ୍ଟାମାଳ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କୁ ପଚାରିବାରେ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?