ଅଘୋଷିତ ବିଦ୍ୟୁତ୍‌ କାଟ୍‌, ସଞ୍ଜ ନଇଁଲେ ଲୋକଙ୍କୁ କ୍ୟାଣ୍ଡେଲ ଭରସା

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): ଗୋଟିଏ ପଟେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଅନ୍ୟପଟେ ମଧ୍ୟାହ୍ନରେ ଆରମ୍ଭ ହୋଇଯାଉଛି କାଳବୈଶାଖୀର ତାଣ୍ଡବ। ଅନ୍ୟପଟେ ଦାଉ ସାଧୁଛି ଘନଘନ ବିଦ୍ୟୁତ୍‌ କାଟ୍‌। ଏଭଳି ଘଟଣା ଘଟୁଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ। କିଛିଦିନ ହେଲା ଏଭଳି ପରିସ୍ଥିତି ଜାରି ରହିଥିବା ବେଳେ ଅଞ୍ଚଳରେ ଲୋକ ଅନ୍ଧାରରେ ରହୁଛନ୍ତି। ସାଧାରଣ ବଣ୍ଟନରେ କିରୋସିନ ମିଳୁ ନ ଥିବା ବେଳେ ସବୁଠି କ୍ୟାଣ୍ଡେଲ ଏବେ ସମସ୍ତଙ୍କ ଭରସା ପାଲଟିଛି। ଦିନରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହୋଇ ସନ୍ଧ୍ୟା ହେଲେ ବିଦ୍ୟୁତ୍‌କାଟ୍‌ ଯୋଗୁ ପିଲାଙ୍କ ପାଠପଢ଼ା ହେଉ କି ବ୍ୟବସାୟୀଙ୍କୁ ଦୋକାନରେ ବ୍ୟବସାୟ କରିବା ହେଉ ବଡ଼ ସମସ୍ୟା ଦେଖାଯାଇଛି। ତେଣୁ ଏହି ସମୟରେ ଏକମାତ୍ର ଭରସା କ୍ୟାଣ୍ଡେଲ। ଏହି ପରିସ୍ଥିତିରେ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ପଞ୍ଚାୟତରେ କିରୋସିନ ଗଚ୍ଛିତ ରଖିବା ଆବଶ୍ୟକତା ରହିଥିବା ବେଳେ ବିଭାଗ ଏହା କରୁ ନ ଥିବା ଜଣାପଡ଼ିଛି। ଫଳରେ କୌଣସି ଜନସାଧାରଣଙ୍କ ନିକଟରେ କିରୋସିନ ନ ଥିବା ଜଣାପଡ଼ିଛି।

ଏନେଇ ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରାଯିବାରୁ ୩ ମାସ ପାଇଁ କିରୋସିନ କିଣାଯାଇଛି। ଖୁବ୍‌ଶୀଘ୍ର ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ବିଦ୍ୟୁତ୍‌ ନିୟମିତ ଅଚଳ ଓ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସମ୍ପର୍କରେ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କହିଛନ୍ତି, ୩୩ କେଭି ବିଦ୍ୟୁତ ସଂଯୋଗ ଗୋଟିଏ ଜି. ଉଦୟଗିରିରୁ ଦାରିଙ୍ଗବାଡି ଓ ଅନ୍ୟ ଏକ ଫିରିଙ୍ଗିଆରୁ ସଂଯୋଗ ଆସିଛି। ତେବେ ଅନେକ ସମୟରେ କାଳବୈଶାଖୀ ପାଇଁ ବିଦ୍ୟୁତ୍‌ ସମସ୍ୟା ହେଉଥିବା ସେ କହିଛନ୍ତି। ଏଥିପାଇଁ ବିଭାଗୀୟ କର୍ମଚାରୀ ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ମରାମତି କାର୍ଯ୍ୟ କରୁଥିବା ସେ କହିଛନ୍ତି। ନିୟମିତ ବିଦ୍ୟୁତ୍‌ ବିଭ୍ରାଟକୁ ଦେଖି ସିମନବାଡ଼ି ପଞ୍ଚାୟତ ସମେତ କିରିକୁଟି, ଟିଲୋରୀ, ବୁଡ଼ାଗୁଡା ଆଦି ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri