ଆଟେଣ୍ଡାଣ୍ଟଙ୍କ ହାତରେ ୟୁନାନି ଡାକ୍ତରଖାନା

ଚମ୍ପୁଆ,୧୮ା୮(ମହେଶ୍ୱର ଦାସ) : କେନ୍ଦୁଝର ଜିଲା ଚମ୍ପୁଆ ୟୁନାନି ଡାକ୍ତରଖାନା ଆଟେଣ୍ଡାଣ୍ଟଙ୍କ ଦ୍ୱାରା ପରିଚାଳିତ ହେଉଛି। ଡାକ୍ତରଖାନାରେ ୧୩ ବର୍ଷ ହେବ ବିଭାଗୀୟ ଡାକ୍ତର ନ ଥିବା ବେଳେ ନୂତନ ନିଯୁକ୍ତ ହୋଇନାହାନ୍ତି। ଏପରିକି ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ଆସୁନାହାନ୍ତି। ଫଳରେ ସ୍ଥାନୀୟ ଲୋକ ସେବାରୁ ବଞ୍ଚତ୍ତ ହେଉଛନ୍ତି।
ଅନୁସାରେ, ୧୯୯୨ରେ ଚମ୍ପୁଆଠାରେ ଏହି ଚିକିତ୍ସାଳୟ ସ୍ଥାପନ କରାଯାଇଥିଲା। ପରେ ୧୯୯୫ରେ ତତ୍କାଳୀନ ବିଧାୟକ ଧନୁର୍ଜୟ ଲାଗୁରିଙ୍କ ଦ୍ୱାରା ଚମ୍ପୁଆ ସଦର ମହକୁମାର ରେଖାବଣଠାରେ ସରକାରୀ ୟୁନାନି
ଚିକିତ୍ସାଳୟର ନୂତନ ଗୃହ ଉଦ୍‌ଘାଟନ କରାଯାଇଥିଲା। ଚିକିତ୍ସାଳୟ ଉପରେ ସ୍ଥାନୀୟ ଅଞ୍ଚଳ ସମେତ ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ଅଞ୍ଚଳର ରୋଗୀମାନେ ନିର୍ଭରକରି ଆସୁଥିଲେ। ଏପରିକି ନିୟମିତ ୨୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସାଳୟରେ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ। ୨୦୧୧ଠାରୁ ଏଠାକୁ କୌଣସି ନିୟମିତ ଡାକ୍ତର ଆସିନାହାନ୍ତି। ସରକାରଙ୍କ ପକ୍ଷରୁ ପୁରୁଷୋତ୍ତମପୁର ଆୟୁର୍ବେଦିକ ଚିକିସତ୍ାଳୟ ଡାକ୍ତର ହେମନ୍ତ ପାତ୍ରଙ୍କୁ ଏହାର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ମାତ୍ର ସେ ନିୟମିତ ଏଠାକୁ ଆସିପାରୁନାହାନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏ ନେଇ ଉପରୋକ୍ତ ଡାକ୍ତରଙ୍କୁ ପଚାରିବାରୁ କହିଛନ୍ତି, ତାଙ୍କୁ ୩ ସ୍ଥାନର ଦାୟିତ୍ୱ ଦିଆଯାଇଛି। ଏଥିସହ ୟୁନାନି ଔଷଧଗୁଡ଼ିକ ଆରବିକ ଭାଷାରେ ଲେଖା ହୋଇଥିବା ବେଳେ ତାହା ଆମ୍ଭେ ବୁଝିପାରୁନାହୁ। ଯଦି ସରକାର ଡିଏମ୍‌ଏଫ୍‌ ଫଣ୍ଡରୁ ୟୁନାନି ଡାକ୍ତର ଯୋଗାଇ ଦିଅନ୍ତି ତେବେ ରୋଗୀ ସେବା ପୂର୍ବ ଭଳି ଚାଲିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?