Posted inଜାତୀୟ

ସ୍ତ୍ରୀଙ୍କ ପ୍ରତାରଣା ସହି ନ ପାରି ସ୍ବାମୀ ନେଲେ ଏମିତି ପଦକ୍ଷେପ

ଅହମ୍ମଦାବାଦ,୧୧।୨: ପାରିବାରିକ ହିଂସା ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳସ୍ବରୂପ ଅନେକ ଲୋକ ଆତ୍ମହତ୍ୟା କରୁଛନ୍ତି। ଅହମ୍ମଦାବାଦ ସହରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କ ପ୍ରତାରାଣା ସହି ନ ପାରି ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ଫଳରେ ସ୍ତ୍ରୀଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ନିକୋଲ ନ୍ୟୁ ନାରୋଡା ଅଞ୍ଚଳର ବାସିନ୍ଦା ରାଧାଚରଣ ଶର୍ମା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ଶିବକାନ୍ତ ଶର୍ମା ତାଙ୍କ ଘରର ସପ୍ତମ ମହଲାର ରୋଷେଇ ଗ୍ୟାଲେରୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କର ଅନ୍ତିମ ସଂସ୍କାର ସମାପ୍ତ ହେବା ପରେ ଭାଇ ପୋଲିସରେ ଏହି ଅଭିଯୋଗ କରିଥିଲେ। ଘଟଣାଦିନ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଯୋଗୁ ଭାଇ ଏମିତି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି। ସକାଳ ପ୍ରାୟ ୯.୩୦ ସମୟରେ ଶିବକାନ୍ତ ତାଙ୍କ ରୋଷେଇ ଘରକୁ ଯାଇ ଫ୍ରିଜରୁ ଏକ ବୋତଲ ପାଣି ବାହାର କରି ପାଣି ପିଇ ଏହାକୁ ଫିଙ୍ଗି ରୋଷେଇ ଗ୍ୟାଲେରୀରୁ ଡେଇଁ ପଡିଲେ। ତେବେ ବନ୍ଧୁଙ୍କଠାରୁ ଏହା ମଧ୍ୟ ଜାଣିବାକୁ ମିଳିଥିଲା ଯେ ଶିବକାନ୍ତ ତାଙ୍କୁ କହିଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଏହି ଅଭିଯୋଗ ଆସିବା ପରେ ସ୍ତ୍ରୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

୧୦ ବର୍ଷରେ ୧୫୨ ପ୍ରଶ୍ନପତ୍ର ଲିକ୍‌, କାହାକୁ ବି ମିଳିନି ଦଣ୍ଡ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୨୩ା୭: ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆନ୍ଦୋଳନ କରୁଥିବା ଛାତ୍ରୀଛାତ୍ରମାନେ କୌଣସି ଆତଙ୍କବାଦୀ ନୁହଁନ୍ତି। ସେମାନେ କେବଳ ଏକ ନିରପେକ୍ଷ ଓ ସ୍ବଚ୍ଛ ଶିକ୍ଷା ବ୍ୟବସ୍ଥା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri