ୟୁଏନ୍‌ ଓମେନ୍‌ ମୁଖ୍ୟ

ଜିତେନ୍ଦ୍ର କୁମାର ନାୟକ

 

ୟୁଏନ୍‌ ଓମେନ୍‌ ହେଉଛି ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ଦିଗରେ ଉତ୍ସର୍ଗୀକୃତ ଜାତିସଂଘର ଏକ ସଙ୍ଗଠନ। ଏହି ବିଶ୍ୱ ଅଭିଯାନ ମାଧ୍ୟମରେ ମହିଳା ଓ ବାଳିକାମାନେ ସେମାନଙ୍କ ମାନବ ଅଧିକାର ଜାହିର କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଆବଶ୍ୟକତା ପୂରଣ କରିବାରେ ସହାୟକ ହୋଇପାରୁଛନ୍ତି। ସମଗ୍ର ବିଶ୍ୱ ପ୍ରେକ୍ଷାପଟକୁ ଅନିଷା କଲେ ମହିଳା ଓ ବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାରର କାହାଣୀ ଗୁନ୍ଥି ହୋଇ ରହିଛି। ଏବର ସ୍ଥିତି ଦେଖିଲେ ଆଫଗାନିସ୍ତାନରେ ତାଲିବାନ ଶାସନ ପୁନଶ୍ଚ ଫେରିବା ପରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ତେଣୁ ମହିଳାଙ୍କ ପାଇଁ ପୃଥିବୀ କେତେ ନିରାପଦ ଓ ସେମାନେ କିଭଳି ସଶକ୍ତ ହୋଇପାରିବେ, ସେହି ଦିଗରେ କାର୍ଯ୍ୟ କରୁଥିବା ୟୁଏନ୍‌ ଓମେନ୍‌ର ପରିସର ବ୍ୟାପକ ହେବା ସ୍ବାଭାବିକ। ନିକଟରେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଜୋର୍ଡାନ୍‌ ମହିଳା ସୀମା ସାମି ବହୋସଙ୍କୁ ଦାୟିତ୍ୱ ମିଳିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ସୀମା ଜୁନ୍‌ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ। ଜୋର୍ଡାନ୍‌ ବିଶ୍ୱବିଦ୍ୟାଳୟରୁ ଇଂଲିଶ୍‌ ସାହିତ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ଏସେକ୍ସରୁ ଇଂଲିଶ୍‌ ସାହିତ୍ୟ ଓ ଡ୍ରାମାରେ ସ୍ନାତକୋତ୍ତର କରିଥିଲେ। ଆମେରିକାର ଇଣ୍ଡିଆନା ୟୁନିଭର୍ସିଟିରୁ କମ୍ୟୁନିକେଶସନ୍ସ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ଉପରେ ପିଏଚ୍‌ଡି କରିଥିଲେ। ପଢ଼ାର ସର୍ବୋଚ୍ଚ ସ୍ତରକୁ ଯିବା ପରେ ସେ ଅନ୍ତର୍ଜାତୀୟ ସ୍ତରରେ ନାମ ଅର୍ଜନ କରିବାକୁ ପ୍ରୟାସ କରିଥିଲେ। ସମୟକ୍ରମେ ସେ ତାହା କରିବାରେ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ୧୯୯୪ରୁ ୧୯୯୫ ଯାଏ ଜୋର୍ଡାନ୍‌ ରାଜଧାନୀ ଅମନ୍‌ରେ ସେ ୟୁନିସେଫ୍‌ର କମ୍ୟୁନିକେଶସନ୍ସ ମୁଖ୍ୟ ହୋଇଥିଲେ। ନିଜ କାର୍ଯ୍ୟ ଠିକ୍‌ ଭାବେ କରି ସେ ଜାତିସଂଘର ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ୟେମେନ୍‌ ରାଜଧାନୀ ସାନ୍ନାରେ ତାଙ୍କୁ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଡେଭଲପ୍‌ମେଣ୍ଟ ଆଡଭାଇଜର କରାଯାଇଥିଲା। ୧୯୯୭ରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି କିଙ୍ଗ୍‌ ହୁସେନ୍‌ ଆଣ୍ଡ୍‌ ନୂର୍‌ ଅଲ୍‌ ହୁସେନ୍‌ ଫାଉଣ୍ଡେଶନରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକ ଭାବେ ୨୦୦୧ ଯାଏ ଦାୟିତ୍ୱରେ ଥିଲେ। ଅମନ୍‌ସ୍ଥିତ ରୟାଲ ହାସିମିଟେ କୋର୍ଟରେ ମେଡିଆ ଓ ଇନ୍‌ଫର୍ମେଶନର ମୁଖ୍ୟ ହେବା ସହିତ ସେ କିଙ୍ଗ୍‌ ଅବଦୁଲ୍ଲାଙ୍କ ଉପଦେଷ୍ଟା ମଧ୍ୟ ରହିଥିଲେ। ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ସୀମା ଜୋର୍ଡାନ୍‌ର ଉଚ୍ଚତର ଗଣମାଧ୍ୟମ ପରିଷଦର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହା ଜୋର୍ଡାନ୍‌ ରାଜା ଅବଦୁଲ୍ଲାଙ୍କ ମନ୍ତିମଣ୍ଡଳର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦବୀ ଭାବେ ଗଣାଯାଇଥାଏ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଘଟଣା ଓ ପ୍ରସଙ୍ଗ ଉପରେ ଦଖଲ ତାଙ୍କୁ ଇଜିପ୍ଟ ରାଜଧାନୀ କାଏରୋସ୍ଥିତ ଲିଗ୍‌ ଅଫ୍‌ ଆରବ ଷ୍ଟେଟ୍‌ସରେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ସେକ୍ରେଟାରୀ ଜେନେରାଲ ପଦବୀରେ ଅବସ୍ଥାପିତ କରିଥିଲା। ଏହି କାର୍ଯ୍ୟକାଳ ସରିବା ପରେ ୨୦୧୨ରେ ସେ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ସହକାରୀ ମହାସଚିବ ତଥା ଏହାର ରିଜିଓନାଲ ବ୍ୟୁରୋ ଫର୍‌ ଆରବ ଷ୍ଟେଟ୍‌ସର ନିର୍ଦ୍ଦେଶକ ମଧ୍ୟ ହୋଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ଗୁଡ଼ାଏ ପଦବୀରେ ଅବସ୍ଥାପିତ ହେବା ସମୟରେ ସୀମା ଅର୍ଜନ କରିଥିବା ଅଭିଜ୍ଞତାକୁ ବିଚାରକୁ ନିଆଯିବା ପରେ ତାଙ୍କୁ ଅଗଷ୍ଟ ୨୦୧୬ରେ ଜାତିସଂଘରେ ଜୋର୍ଡାନ୍‌ର ସ୍ଥାୟୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା।
ଦୀର୍ଘ ୩୫ ବର୍ଷ ଅଭିଜ୍ଞତାକୁ ଉପଯୋଗ କରି ସୀମା ମହିଳାମାନେ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟାର ସମାଧାନ କରିବେ ବୋଲି ଆଶା ରହିବା ସ୍ବାଭାବିକ। ଲିଙ୍ଗଗତ ସମାନତା, ମହିଳା ପକ୍ଷପାତ ବିରୋଧୀ, ନାରୀ ସଶକ୍ତୀକରଣ, ଗୁଣାତ୍ମକ ଶିକ୍ଷାର ପ୍ରବକ୍ତା, ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ, ଦାରିଦ୍ର୍ୟ ଦୂରୀକରଣ ଓ ଅନ୍ତର୍ଭୁକୀକରଣ ଶାସନ ଉପରେ ଜୋର ଦେଇ ଆସୁଥିବା ସୀମା ସ୍ଥାନୀୟ ସ୍ତରରୁ ବିଶ୍ୱବ୍ୟାପାର ଯାଏ ସବୁଥିରେ ଜଡ଼ିତ ରହି ଆଣିଥିବା ସଂସ୍କାର ତାଙ୍କୁ ଦୁନିଆ ଭିତରେ ଜଣେ ସୁଦକ୍ଷା ମହିଳା ଭାବେ ପରିଚୟ ଦେଇପାରିଛି। ଆଜିର ସ୍ଥିତିରେ ଏହିଭଳି ଜଣେ ଜନନାୟିକା ୟୁଏନ୍‌ ଓମେନ୍‌ର ନେତୃତ୍ୱ ନେବା ନିଶ୍ଚିତ ଭାବେ ନାରୀ ଅଧିକାର ଓ ସଶକ୍ତୀକରଣକୁ ଅଧିକ ବେଗବାନ କରିବ ବୋଲି ଆଶା।
ସୀମାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସ୍ବାମୀ ଜିଆଦ୍‌ ରିଫାଇ ଏବଂ ଝିଅ ଜାହାନ୍‌ଙ୍କୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri