ଅଭିଶପ୍ତ ଜୀବନ ବିତାଉଛନ୍ତି କୁମିଆପାଲିର ଉମାଙ୍କ ପରିବାର: କବାଟ ବନ୍ଦ କରି ରହିବାକୁ ପଡୁଛି

ବଲାଙ୍ଗୀର,୨୪ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁମିଆପାଲି ଗଁା ଏବେ ଚର୍ଚ୍ଚାରେ ରହିଛି। ଲୋୟର ସୁକ୍‌ତେଲ ଡ୍ୟାମ୍‌ର ଠେଲା ପାଣିରେ ଆଉ ଅଳ୍ପ କିଛି ଦିନ ପରେ ଏଇ ଗଁା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯିବା କୁହାଯାଉଛି। ଏହି ଗଁାର ଆଦିବାସୀମାନେ ଏବେ ବିସ୍ଥାପନ ବିରୋଧରେ ସ୍ବର ଉତ୍ତୋଳନ କରି ଆନ୍ଦୋଳନ କରୁଛନ୍ତି। ଗଁାର ପ୍ରାୟ ୭୦ ପ୍ରତିଶତ ପରିବାର ଗଁା ଛାଡି ପୁନର୍ବାସ କଲୋନୀରେ ରହୁଛନ୍ତି। ଉଚିତ୍‌ ଥଇଥାନ ଏବଂ କ୍ଷତିପୂରଣ ପାଇନଥିବା ୮୪ ଆଦିବାସୀ ପରିବାର ସହ ଅନ୍ୟ ୨୦ ପରିବାର ଏହି ଗଁାରେ ଏବେ ବି ରହୁଛନ୍ତି। କୁମିଆପାଲି ଗଁାରେ ରହିଥିବା ଆଦିବାସୀ ପରିବାର ଭିତରୁ ଗୋଟିଏ ପରିବାରର ଦୁଃଖ ଓ ଦୁର୍ଦ୍ଦଶା ଅସହ୍ୟ ହୋଇପଡିଛି। ଏହି ପରିବାରର ୩ ଜଣ ସଦସ୍ୟ ମାନସିକ ରୋଗଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ଜଣେ ବୃଦ୍ଧା ଦୁର୍ବିସହ ଜୀବନ ବିତାଉଛନ୍ତି। ଏମାନଙ୍କ ସେବାରେ ପରିବାରର ଅନ୍ୟ ସଦସ୍ୟ ମହାଅଡୁଆରେ ପଡିଛନ୍ତି। ଅଧିକାଂଶ ସମୟ ଏହି ପରିବାର କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି।
ପ୍ରକାଶ ଯେ, କୁମିଆପାଲିର ଘନ ବରିହା (୪୫) ଜଣେ ମାନସିକ ରୋଗୀ। ତାଙ୍କ ଦୁଇ ଭଉଣୀ କୁମଦିନୀ (୫୦) ଓ ମହୁଲ (୪୭) ମଧ୍ୟ ମାନସିକ ରୋଗାଗ୍ରସ୍ତ। ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ତିନି ଭାଇଭଉଣୀ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଘନ ବିବାହିତ ଓ ତାଙ୍କ ଦୁଇ ଭଉଣୀ ଅବିବାହିତ। ଘନଙ୍କ ମା’ ଉମା ବରିହା (୭୫) ବାଦ୍ଧକ୍ୟଜନିତ କାରଣରୁ କୁଆଡେ ଯାଇ ନପାରି ଘରେ ପଡିରହିଛନ୍ତି। ଉମାଙ୍କ ତିନି ପୁଅ ହେଲେ ହାଡୁ, ଘନ ଓ ଶତ୍ରୁଘ୍ନ। ୭/୮ ବର୍ଷ ପୂର୍ବରୁ ଉମାଙ୍କ ସ୍ବାମୀଙ୍କ ପରଲୋକ ହୋଇଯାଇଛି। ବୋହୂମାନେ ସମସ୍ତଙ୍କ ଦେଖାଶୁଣା, ଭଲମନ୍ଦ ଦାୟିତ୍ୱ ନେଇଛନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ଏଇ ତିନି ଭାଇଭଉଣୀଙ୍କ ମାନସିକ ରୋଗ ଭଲ ହେଉନାହିଁ। ଅନେକ ସମୟରେ ଏଣେତେଣେ ପଳାଇ ଯାଉଥିବାରୁ ଏମାନଙ୍କୁ ଅଧିକାଂଶ ସମୟରେ ଘରେ କବାଟ ବନ୍ଦ କରି ରଖିବାକୁ ପଡୁଛି। ମଝିଆ ବୋହୂ ବିମଳା କହିଛନ୍ତି, ଠିକ୍‌ ଚିକିତ୍ସା ହେଉ ନଥିବାରୁ ଏମାନଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। କିଛିବର୍ଷ ପୂର୍ବରୁ ସେମାନେ ବିସ୍ଥାପନ କ୍ଷତିପୂରଣ ବାବଦକୁ କିଛି ଟଙ୍କା ପ୍ରଶାସନ ପାଖରୁ ପାଇଥିଲେ। ସେସବୁ ଏମାନଙ୍କ ଚିକିତ୍ସା ଓ ଖାଇବା ପିଇବାରେ ସରିଗଲାଣି। ଏବେ ସେମାନଙ୍କ ପାଖରେ ଆଉ କିଛି ନାହିଁ। ଏବେ ପ୍ରଶାସନ ଗଁାରୁ ବିସ୍ଥାପିତ କରିବାକୁ ଉଦ୍ୟମ କରୁଛି। ଢ଼ୁଲୁସର ପୁନର୍ବାସ କଲୋନୀକୁ ଏମାନଙ୍କୁ ଯିବାକୁ କୁହାଯାଉଛି। ଏମାନେ କିନ୍ତୁ ସେଠାକୁ ଯିବାକୁ ରାଜି ହେଉନାହାନ୍ତି। କୁମିଆପାଲି ପୁନର୍ବାସ କଲୋନୀରେ ରହିବାକୁ ଚାହୁଛନ୍ତି। ପ୍ରଶାସନ କିଛି ଶୁଣୁନାହିଁ ବୋଲି ମଝିଆ ବୋହୂ ବିମଳା ଓ ସାନବୋହୂ ଉର୍ମିଳା କହିଛନ୍ତି। ଏଠାରୁ ବିସ୍ଥାପନ କରିବା ପୂର୍ବରୁ ମାନସିକ ରୋଗାକ୍ରାନ୍ତ ପରିବାର ସଦସ୍ୟଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଏହି ୩ ରାଶିଙ୍କ ଉପରେ ପଡିଲା କେତୁଙ୍କ ଶୁଭ ଦୃଷ୍ଟି: ୯୦ ଦିନ ଯାଏ ରହିଛି ଗୋଲ୍ଡେନ ଟାଇମ, ପ୍ରତି କାମରେ ମିଳିବ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ କେତୁଙ୍କୁ ମୋକ୍ଷ, ଆଧ୍ୟାତ୍ମିକତା ଓ ଅନ୍ତର୍ଜ୍ଞାନର କାରକ ଗ୍ରହ ବୋଲି ମନେ କରାଯାଏ। ବର୍ତ୍ତମାନ କେତୁ ସିଂହ ରାଶିରେ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି।…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟିଲା ଭାଜପା ନେତାଙ୍କ ଗାଡି: ଘୋଷାଡ଼ି ଆଣି ପିଟିଲେ ଲୋକେ

କଟକ,୭।୯: କଟକରେ ଭାଜପା ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଧକ୍କାରେ ଚାରି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେଥିରେ ଦୁଇ ଶିଶୁ ରହିଛନ୍ତି । ପ୍ରଥମେ ଏକ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri