ଶେଷ ଯାଏ ସେବା କରିବା ଲକ୍ଷ୍ୟ

ଛେଣ୍ଡିପଦା,୨।୧୦(ଅଜିତ ଧଳ): ୩୮ ବର୍ଷ ତଳେ ଭାରତୀୟ ନୌସେନାରେ ଯୋଗଦେଇ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇଥିଲେ। ଏପରି କି ଶ୍ରୀଲଙ୍କା ଯାଇଥିବା ଶାନ୍ତିସେନାରେ ସେ ସଦସ୍ୟ ମଧ୍ୟ ଥିଲେ। ହେଲେ ସେଠାରେ ଘଟିଥିବା ଏକ ଦୁର୍ଘଟଣା ତାଙ୍କୁ ଶାରୀରିକ ଅକ୍ଷମ କରିଦେବା ସହ ଅଧିକ ଦିନଧରି ଦେଶ ସେବାରୁ ବଞ୍ଚିତ କରିଥିଲା। ମାତ୍ର ୬ ବର୍ଷ ସେନାରେ ରହିବା ପରେ ସେ ଅବସର ନେଇ ଫେରିଥିଲେ ନିଜ ଗଁା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ଗ୍ରାମକୁ। ପରେ ପରିବାର ଲୋକେ ରହୁଥିବା ମାମୁଘର ପରାକୁ କିଛି ଦିନ ପାଇଁ ଚାଲିଯାଇଥିଲେ। ସେବେଠାରୁ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକଙ୍କ ଉଦ୍ଧାର ସହ ସମାଜରେ ଶାନ୍ତି ଓ ମୈତ୍ରୀପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଆସୁଛନ୍ତି ଅବସରପ୍ରାପ୍ତ ନୌସେନା ଅଧିକାରୀ ଅନିରୁଦ୍ଧ ସାହୁ।
ଜରପଡା ଗ୍ରାମରେ ୨୨ ଏପ୍ରିଲ ୧୯୬୬ରେ ଜନ୍ମିତ ଅନିରୁଦ୍ଧ ୫ ଜୁଲାଇ ୧୯୮୪ରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ତାଙ୍କୁ ରେଡିଓ ଓ ରାଡାର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ଷେତ୍ରରେ ବେଶ୍‌ ପାରଙ୍ଗମତା ପ୍ରଦର୍ଶନ ଯୋଗୁ ତାଙ୍କୁ ୧୯୮୮ରେ ଶ୍ରୀଲଙ୍କା ପଠାଯାଇଥିବା ଶାନ୍ତି ସେନାରେ ସାମିଲ କରାଯାଇଥିଲା। ହେଲେ ଶ୍ରୀଲଙ୍କାରେ ରାଡାର ଆଣ୍ଟିନା ମରାମତି ବେଳେ ଦୁର୍ଘଟଣା ଘଟି ତାଙ୍କ ଶରୀରର ବାମପାର୍ଶ୍ୱ ଅଙ୍ଗ ସାମାନ୍ୟ ଅଚଳ ହୋଇଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ସତ୍ତ୍ୱେ ସେ ନୌସେନାରେ କାମ କରିବା ପାଇଁ ଆଉ ସକ୍ଷମ ହୋଇପାରି ନ ଥିଲେ। ଏହାପରେ ଆନ୍ଧ୍ରପ୍ରଦେଶସ୍ଥିତ ପ୍ରତିରକ୍ଷା ପ୍ରକଳ୍ପରେ କାମ କରିବାର ସୁଯୋଗ ତାଙ୍କୁ ଦିଆଯାଇଥିଲା। ସେଠାରେ ୨ ବର୍ଷ ୨ମାସ କାର୍ଯ୍ୟ କରିବା ପରେ ତାଙ୍କୁ ୧୯୯୦ରେ ଦାୟିତ୍ୱମୁକ୍ତ କରାଯାଇଥିଲା। ସେନାରୁ ଅବସର ନେବା ପରଠାରୁ ସେ ସମାଜ ସେବାରେ ନିଜକୁ ବ୍ରତୀ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ମାମୁଘର ପରା ଓ ନିଜ ଗ୍ରାମ ଜରପଡ଼ା ଅଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ସାହାଯ୍ୟ ସହଯୋଗ କଲେ। ପଡିଆଜମିରେ ବନୀକରଣ କରି ସବୁଜ ପରିବେଶ ସୃଷ୍ଟି କଲେ। ଅଧିକ ପାଠ ପଢ଼ିବାକୁ ଆଗ୍ରହ ହେବାରୁ ସେ ୧୯୯୧ରେ ବନ୍ତଳା ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମ ଲେଖାଇ ୧୯୯୪ରେ ଗ୍ରାଜୁଏଶନ ପାସ କଲେ। ପ୍ରୌଢ ଶିକ୍ଷା, ସମଗ୍ର ଶିକ୍ଷା ଅଭିଯାନକୁ ଆଗକୁ ନେବାରେ ସହାୟତା କଲେ। ତେବେ କଲେଜ ଯିବା ସମୟରେ ଶିଶୁଶ୍ରମିକମାନଙ୍କୁ ଦେଖି ସେ ତାହାର ନିରାକରଣ ଦିଗରେ କାର୍ଯ୍ୟ ଆରମ୍ଭ କଲେ। ଜିଲା ପ୍ରଶାସନ ସହାୟତାରେ ସେମାନଙ୍କୁ କିପରି ଉଦ୍ଧାର କରାଯିବ ସେଥିରେ ଦିନରାତି ଲାଗିପଡ଼ିଲେ। ଆଖପାଖ ଅଞ୍ଚଳରେ ହେଉଥିବା ନାବାଳିକା ବିବାହ ରୋକିବାରେ ପ୍ରଶାସନକୁ ସହାୟତାର ହାତ ବଢ଼ାଇଲେ। ମଠ, ମନ୍ଦିର, ସ୍କୁଲ ଆଦି ବୁଲି ସମସ୍ୟା ଜାଣି ତାହାର ସମାଧାନ ଦିଗରେ ସମୟ ଦେଲେ। ଦୀର୍ଘ ୩୨ ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ତାଙ୍କୁ ଅନେକ ସଫଳତା ସହ ପୁରସ୍କାର ମିଳିଛି। କୋଭିଡ୍‌ ବେଳେ ନିଜେ ଅର୍ଥ ଦେଇ ରୋଗୀଙ୍କୁ ମେଡିକାଲ ପଠାଇବା, ସଚେତନତା କାର୍ଯ୍ୟ କରିବା ଓ ଛାମୁଅଁା ଯୋଦ୍ଧାଙ୍କୁ ଖାଦ୍ୟ ଯୋଗାଇ ଦେଇ ସେ ଜିଲାରେ ବେଶ୍‌ ପ୍ରଶଂସା ଅର୍ଜନ କରିଥିଲେ। ସମାଜସେବା ପାଇଁ ନିଜ ପେନସନ ଅର୍ଥ ବ୍ୟୟ କରୁଥିବା ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀ ୨୦୦୮ରେ ହଣ୍ଡପା ଗ୍ରାମର ବନିତା ସାହୁଙ୍କୁ ବିବାହ କରିଥିଲେ। ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସମାଜସେବା କରିବାକୁ ଶପଥ ନେଇଥିବା ଅନିରୁଦ୍ଧ ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ଏହି ନୌସେନା ଅଧିକାରୀଙ୍କ ଏପରି ସେବାମୂଳକ କାର୍ଯ୍ୟକୁ ଦେଖି ତାଙ୍କୁ ପଦ୍ମ ପୁରସ୍କାର-୨୦୨୩ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗତ ଜୁଲାଇ ୨୯ରେ ପ୍ରସ୍ତାବ ପଠାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri